Advertisment

Heatwave in Western Odisha: ଆଜି ଅସମ୍ଭାଳ ହେବ ଖରା; ଜାରି ହେଲା ରେଡ୍ ଆଲର୍ଟ...

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହେବ ଅସହ୍ୟ ତାତି। ୪୦ ଡିଗ୍ରୀ ଉପରେ ରହିବ ଅଧାରୁ ଅଧିକ ଜିଲ୍ଲାର ତାପମାତ୍ରା ।

ଅଦ୍ୟତନ ହୋଇଛି
Heatwave in Western Odisha

Heatwave in Western Odisha

Advertisment

୪୫ ଡିଗ୍ରୀ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହେବ ଅସହ୍ୟ ତାତି। ୪୦ ଡିଗ୍ରୀ ଉପରେ ରହିବ ଅଧାରୁ ଅଧିକ ଜିଲ୍ଲାର ତାପମାତ୍ରା । ବିଶେଷକରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ଖରା । ୪୦ ଡିଗ୍ରୀରୁ ଅଧିକ ରହିବ ପାରଦ । 

Advertisment

ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଟିଟିଲାଗଡ଼, ନୂଆପଡ଼ା, କନ୍ଧମାଳ ଆଦି ଜିଲ୍ଲାରେ ୪୦ରୁ ୩୫ ଡିଗ୍ରୀ ମଧ୍ୟରେ ରହିବ ତାପମାତ୍ରା । ଏଥିପାଇଁ ଜାରି ହୋଇଛି ରେଡ୍ ଆଲର୍ଟ । ଉପକୂଳ ଓଡ଼ିଶାରେ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟରେ ୪୫ ଡିଗ୍ରୀ ପାର କରିଥିଲା ପାରଦ। ଝାରସୁଗୁଡ଼ାରେ ସର୍ବାଧିକ ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଦେଶର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା ।  

ଅଧିକ ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଲୋକେ; ଆହୁରି ବଢିବ ତାତି!

ସେହପରି ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିବ । ସ୍ୱାଭାବିକଠାରୁ ଅଧିକ ରହିବ ଦେଶର ଅନେକ ଅଞ୍ଚଳରେ ତାପମାତ୍ରା । ଚଳିତ ଗ୍ରୀଷ୍ମ ଋତୁ ପାଇଁ ଏଭଳି ପୂର୍ବାନୁମାନ କରିଥିଲେ ଭାରତୀୟ ପାଣିପାଗ ବିଭାଗ (IMD) । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ, ଗ୍ରୀଷ୍ମର ଅତ୍ୟଧିକ ପ୍ରଭାବ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ପଶ୍ଚିମ ଭାଗରେ ରହିବ । ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ବହୁ ଅଧିକ ରହିବ।

Advertisment

ଆଇଏମଡି ଡିଜି ଆହୁରି କହିଥିଲେ ଯେ, ଏପ୍ରିଲରୁ ଜୁନ୍ ମଧ୍ୟରେ ସାଧାରଣତଃ ୪ରୁ ୭ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଏଥର କିନ୍ତୁ ତାଠୁ ଅଧିକ ୨ କିମ୍ବା ୪ ଦିନ ରହିବ ଗ୍ରୀଷ୍ମ ପ୍ରବାହ । ବିଶେଷକରି ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବ।

Heat Wave Warning Heat Wave In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ