୬ରେ ଲଘୁଚାପ, ୧୦ ଯାଏଁ ବର୍ଷା; ଫିକା ପଡ଼ିବ ପାର୍ବଣ !

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ।

rainfall

ଅକ୍ଟୋବର ୬ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ। ତେବେ ଆଜି ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିଭଳି ଜୁନ ୧ରୁ ଏବେ ସୁଧା ୧୦୯୨ ମିଲିମିଟର ବର୍ଷା ହେଇଛି। ସାଧାରଣ ଭାବେ ଏହି ସମୟ ମଧ୍ୟରେ ୧୧୫୦ ମିଲିମିଟର ବର୍ଷା ହୋଇଥାଏ । ଫଳରେ ଏବେ ବି ରାଜ୍ୟରେ ୫ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି।

ଅଧିକ ପଢ଼ନ୍ତୁ: ପାର୍ବଣକୁ ଫିକା କରିବ ବର୍ଷା! ପୂଜାରେ ଭିଜେଇବ, ବୁଡ଼େଇବ!

ତେବେ ଲଘୁଚାପ ସମୟରେ ଦୁର୍ଗାପୂଜା ପଡୁଥିବାରୁ ପାର୍ବଣକୁ ବର୍ଷା ଫିକା କରିପାରେ ବୋଲି କୁହାଯାଉଛି । ୯ ତାରିଖରେ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା ରହିଛି । ଆଉ ବର୍ଷା ଲାଗି ରହିଲେ ପାର୍ବଣ ଫିକା ପଡ଼ିବା ଆଶଙ୍କା ରହିଛି । ଅନ୍ୟପଟେ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା ।