Advertisment

୨୦ ଗେଟ୍‌ ଦେଇ ହୀରାକୁଦରୁ ଛଡ଼ାଯାଉଛି ବନ୍ୟାପାଣି...ମୁଣ୍ଡଳିରେ କମୁଛି ବନ୍ୟାଜଳ

ମୁଣ୍ଡଳିରେ ଏବେ ୯ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ମୁଣ୍ଡଳି ତଳମୁଣ୍ଡରେ ମଧ୍ୟ ଜଳସ୍ତର କମିଛି। କିନ୍ତୁ ତଳସ୍ତରରେ ପଶିଥିବା ପାଣି ଲୋକଙ୍କର ଦୁର୍ଦ୍ଦଶାକୁ ଏବେ ଦ୍ୱିଗୁଣିତ କରିଛି।

author-image
Sarbeswar
Hirakud

Hirakud

ବନ୍ୟାକୁ ନଜରରେ ରଖି ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍। ବର୍ତ୍ତମାନ ସମୟରେ କେବଳ ୨୦ଟି ଗେଟରେ ଜଳ ନିଷ୍କାସନ ଚାଲିଛି। ତେବେ ବର୍ତ୍ତମାନ ସମୟରେ ହୀରାକୁଦରେ ୬୨୨ ଫୁଟ ତଳେ ରହିଛି ଜଳସ୍ତର। ଏବେ ଡ୍ୟାମକୁ ୩ ଲକ୍ଷ ୨୩ ହଜାର କ୍ୟୁସେକ ଜଳ ପଶୁଥିବା ବେଳେ ଓ ୪ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ବାହାରୁଛି। ଆସନ୍ତାକାଲି ସୁଦ୍ଧା ଡ୍ୟାମର ଜଳସ୍ତର ୬୨୦ ଦଶମିକ ପାଞ୍ଚ ଫୁଟକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

Advertisment

ମୁଣ୍ଡଳିରେ ଏବେ ୯ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ମୁଣ୍ଡଳି ତଳମୁଣ୍ଡରେ ମଧ୍ୟ ଜଳସ୍ତର କମିଛି। କିନ୍ତୁ ତଳସ୍ତରରେ ପଶିଥିବା ପାଣି ଲୋକଙ୍କର ଦୁର୍ଦ୍ଦଶାକୁ ଏବେ ଦ୍ୱିଗୁଣିତ କରିଛି।

ସେପଟେ ପାଣିପାଗ ପୂର୍ବାନୁମାନ କରିଛି କି, ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅବପାତ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବ । ଆଜି ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ । ଏହାର ପ୍ରଭାବରେ ରାଜ୍ୟର ୪ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଅବପାତ ପାଇଁ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲାରେ ଅକସ୍ମାତ ବନ୍ୟା, ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ଏହାସହ ଅନ୍ୟ ୧୨ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment
Flood In Odisha Hirakud Dam Reservoir
Advertisment
Advertisment