Advertisment

କୁହୁଡ଼ିରେ ଆକ୍ତାମାକ୍ତା ରାଜଧାନୀ; ମୁହଁକୁ ମୁହଁ ଦିଶୁନି

ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିବ ତାତି । ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ ।

ଅଦ୍ୟତନ ହୋଇଛି
Dense Fog in Bhubaneswar

Fog

Advertisment

ରାଜଧାନୀରେ ଘନ କୁହୁଡ଼ି। ବଡ଼ି ଭୋରରୁ ଭୁବନେଶ୍ବରର ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଏତେ କୁହୁଡି ଯେ, ୧୦ ମିଟର ଦୂରତାରୁ ମଧ୍ୟ ମୁହଁ ଦିଶୁନି। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ସାଧାରଣ ଜନଜୀବନ ମଧ୍ୟ ବ୍ୟାଘାତ ହୋଇଛି।

Advertisment

ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିବ ତାତି । ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ । ଏହି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ । ଫଳରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ।

ଅଧିକ ପଢ଼ନ୍ତୁ: କାଳ ସାଜିଲା କାଳବୈଶାଖୀ ! ଅଦିନିଆ ବର୍ଷାରେ ରାଜ୍ୟ ବେହାଲ, ଉଜାଡ଼ିଲା ଫସଲ

Advertisment

ରାଜ୍ୟର ୯ଟି ସହରରେ ୨୭ ଡିଗ୍ରୀ ତଳେ ପାରଦ ଥିବା ବେଳେ ୨୮ ସହରରେ ୩୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଥିଲା । ଏହି ସବୁ ସ୍ଥାନରେ ସ୍ବାଭାବିକଠାରୁ ୧୦ରୁ ୧୨ ଡିଗ୍ରୀ ତାପମାତ୍ରା କମ ଥିବା ବେଳେ ଆଜିଠାରୁ ଏହା ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତକାଲିର ଲଗାଣ ବର୍ଷାରେ ଖସିଲା ଅତଡ଼ା। ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତରେ ଅତଡ଼ା ଖସିଛି। ଏହି ପଞ୍ଚାୟତର କଇଁପୁର ଠାରୁ ବଡ଼ ପାଚେଡିଆ ମଧ୍ୟରେ ରାସ୍ତା କଡ଼ରେ ପାହାଡରୁ ଅତଡ଼ା ଖସିଛି। ରାସ୍ତାରେ ବଡ଼ ବଡ଼ ପଥର ପଡ଼ିଥିବାରୁ ପ୍ରାୟ ୨୦ ରୁ ଅଧିକ ଗାଁ ପ୍ରଭାବିତ ହୋଇଛନ୍ତି। ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଭୂସ୍ଖଳନ ହୋଇଥିବାର ମଧ୍ୟ ନଜିର ରହିଛି।

Advertisment

ସେହିପରି କଟକ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଅଞ୍ଚଳରେ ଦାଉ ସାଜିଛି ଅଦିନିଆ ବର୍ଷା। ମୁଗ ଆଉ ବିରି ଫସଲରେ ଆଗରୁ ପୋକ ଲାଗି ନଷ୍ଟ ହୋଇଥିଲା। ଏବେ ଅଦିନିଆ ବର୍ଷା ପବନ ହେବା ପରେ ଆହୁରି ଅଧିକ କ୍ଷତି ହୋଇଛି। ବିଲରେ ଫସଲ ଝଡି ଯିବା ସହ ବ୍ୟାପକ ଫସଲ କ୍ଷତି ହୋଇଛି। କୀଟନାଶକ ପକେଇଲେ ବି କାମ ଦେଉନି। ଶହ ଶହ ଏକର ଚାଷ ଜମିରେ ଏଭଳି ପୋକ ମାଡିଯିବାରୁ ଗଛ ସହ ଫସଲ ମଧ୍ୟ ଶୁଖି ଯାଉଛି।

Fog Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ