• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାକୁ ଛୁଇଁବନି ସମ୍ଭାବ୍ୟ ବାତ୍ୟା । ଓଡ଼ିଶାରେ ସିଧା ମାଡ଼ ହେବନି ଆସୁଥିବା ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ଏଭଳି ପୂର୍ବାନୁମାନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ନାହିଁ ବୋଲି କହିଛନ୍ତି IMD ଡିଜି । ଓଡ଼ିଶା ଉପକୂଳ ପାଖାପାଖି ହୋଇ ବାତ୍ୟା ଚାଲିଯିବ ।

କିନ୍ତୁ ଲଘୁଚାପଟି ୨୨ରେ ଅବପାତର ରୂପ ନେବ । ୨୩ରେ ଗଭୀର ଅବପାତ ରୂପ ନେଇ ୨୪ରେ ବାତ୍ୟାରେ ପରିଣତ ହୋଇ ଦିଗ ପରିବର୍ତ୍ତନ କରିବ । ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମ ବଙ୍ଗ ବାଂଲାଦେଶକୁ ମୁହାଁଇବ । ୨୫ ସୁଦ୍ଧା ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଞ୍ଚିବ । ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।

ଓଡ଼ିଶାରେ ୨୪ ଓ ୨୫ରେ ଉପକୂଳ ଅଞ୍ଚଳରେ ବର୍ଷା ହେବ । କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଓଡ଼ିଶା ଉପକୂଳରେ ୨୩ରୁ ସମୁଦ୍ର ଅଶାନ୍ତ ରହିବ । ୨୩ରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିମି ପବନ ବହିପାରେ । ଓଡ଼ିଶା ଉପରେ ସିଧା ମାଡ଼ ହେଉନଥିବାରୁ ପବନ ଓ ବର୍ଷା ବେଶି ହେବନି ବୋଲି କହିଛନ୍ତି IMD ଡିଜି ।

ତେବେ ଏହି ବାତ୍ୟାର ନାଁ ସିତ୍ରାଙ୍ଗ ରହିବ । ଏହାର ପ୍ରଭାବ ଓ ଗତିପଥ ଏବେ ବି ସ୍ପଷ୍ଟ ହୋଇନଥିବା ବେଳେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଆଜି ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇ ୨୨ରେ ଅବପାତ ଆଉ ୨୪ ସକାଳେ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ ।

ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ୭ ଊପକୂଳ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍‌ଆର୍‌ସି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ଦୀପାବଳି ଛୁଟି ବାତିଲ କରି ୨୩ ଏବଂ ୨୪ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି । ୨୨ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।