Advertisment

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’, ୧୪ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍‌

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୯ କି.ମି. ବେଗରେ ଏହା ଉତ୍ତର ଆଡ଼କୁ ଗତି କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Mocha Update Odisha

Cyclone Mocha Update

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୯ କି.ମି. ବେଗରେ ଏହା ଉତ୍ତର ଆଡ଼କୁ ଗତି କରୁଛି। ୧୪ ତାରିଖ ମଧ୍ୟାହ୍ନରେ ଏହା ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁପାରେ। 

Advertisment

ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୭୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟା 'ମୋକା'ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। 

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ‘ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି’ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି।

Advertisment
Weather Update Cyclone Cyclone Update
Advertisment
Advertisment