Advertisment

ସର୍ବାଧିକ ୧୦୦ କିମି ବେଗରେ ବହିବ ପବନ : IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ସମ୍ଭାବ୍ୟ ବାତ୍ୟା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଜରୁରୀ ସୂଚନା । ବାତ୍ୟା ପ୍ରଭିବରେ ସର୍ବାଧିକ ୧୦୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

author-image
Otv Khabar Bureau
ଅଦ୍ୟତନ ହୋଇଛି
cyclone jawad updates

cyclone jawad updates

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଜରୁରୀ ସୂଚନା । ବାତ୍ୟା ପ୍ରଭିବରେ ସର୍ବାଧିକ ୧୦୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇ ସେଏହା ଜଣାଇଛି । ବର୍ତ୍ତମାନ ୱେଲମାର୍କ ଲୋପ୍ରେସର ରହିଥିବାବେଳେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ତାହା ଡିପ୍ରେସନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

Advertisment

ଡିପ୍ରେସନ ହେଲା ପରେ ହିଁ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ । ତେବେ ବାତ୍ୟାରେ ପବନ ବେଗ ସର୍ବାଧିକ ୯୦ରୁ ୧୦୦କିମି ରହିବା ସହ ୧୦୦ କିମିରୁ ଅଧିକ ବେଗରେ ପବନ ବହିବାର ଆଶଙ୍କା ନାହିଁ । ଆସନ୍ତା ୩ ତାରିଖ ମଧ୍ୟରାତ୍ରୀ ପରେ ପବନ ବେଗ ବଢ଼ିବାକୁ ଲାଗିବ । ୪ ତାରିଖ ଅପରାହ୍ନ ବେଳକୁ ପବନ ୭୦ରୁ ୯୦କିମି ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି । ତେବେ ବାତ୍ୟା ଉପକୂଳ ଅତିକ୍ରମ କରିବ କି ନାହିଁ ତାହା ଏବେ ସ୍ପଷ୍ଟ ହୋଇନି । ହେଲେ ଡିପ୍ରେସନରେ ପରିଣତ ହେଲା ପରେ ସେନେଇ ସ୍ପଷ୍ଟ କରିହେବ ବେଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ନିଜ ଦିଗ ପରିବର୍ତ୍ତନ କରିପାରେ । ଦିଗ ପରିବର୍ତ୍ତନ କଲେ ବି ବର୍ଷାର ପ୍ରକୋପ ଜାରି ରହିବ । ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିବ । ତେଣୁ ବାତ୍ୟା ମୁକାବିଲା ନେଇ ଚାଲିଥିବା ପ୍ରସ୍ତୁତି ଜାରି ରହିବା ଉଚିତ୍‌ ।

Advertisment

ସୂଚନାଅନୁସାରେ,୩ ତାରିଖ ପରଠାରୁ ପବନର ବେଗ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ବାତ୍ୟାର ନାଁ ‘ଜୱାଦ୍‌’ ରଖାଯାଇଛି। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ। ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିପାରେ ବାତ୍ୟା। ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ।

Cyclone Update Cyclone Jawad
Advertisment
Advertisment