Advertisment

୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ‘ଜୱାଦ୍‌’, ୧୧୦ କି.ମି. ବେଗରେ ପବନ ବହିପାରେ

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଛି। ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Warning

Cyclone Warning

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଛି। ଘନୀଭୂତ ହୋଇ ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। କ୍ରମଶଃ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। 

Advertisment

୩ ତାରିଖ ପରଠାରୁ ପବନର ବେଗ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ବାତ୍ୟାର ନାଁ ‘ଜୱାଦ୍‌’ ରଖାଯାଇଛି। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ। ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିପାରେ ବାତ୍ୟା। ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ। 

ଜାଣନ୍ତୁ, ବାତ୍ୟା ସମ୍ପର୍କିତ ତାଜା ଅପଡେଟ୍...

  • ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ପହଞ୍ଚିବା ସମ୍ଭାବନା
  • ତେବେ କେଉଁଠି ସ୍ଥଳଭାଗ ଛୁଇଁବ ସ୍ପଷ୍ଟ ହୋଇନାହିଁ
  • ପ୍ରଭାବରେ ୩ ତାରିଖ ପରଠାରୁ ବର୍ଷାର ପରିମାଣ ବଢିବ
  • ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା
  • ୪ ତାରିଖରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସର୍ବାଧିକ ରହିବ
  • କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ
  • ୫ ତାରିଖ ପରଠାରୁ ଉତ୍ତର ଓଡ଼ିଶାରେ ପ୍ରଭାବ ରହିବ
  • ୩ ତାରିଖ ପରଠାରୁ ପବନର ବେଗ ବଢିବ
  • ୪ ତାରିଖ ପରଠୁ ସର୍ବାଧିକ ୧୧୦ କି.ମି. ବେଗରେ ପବନ ସମ୍ଭାବନା
Advertisment
Cyclone Threat To Odisha Cyclone Warning Heavy Rainfall Alert Cyclone Jawad
Advertisment
Advertisment