Advertisment

ବାତ୍ୟା ଆସୁଛି ! ଟ୍ୱିଟ୍‌ କରି ସୂଚନା ଦେଲା ପାଣିପାଗ ବିଭାଗ

ଆସୁଛି ବାତ୍ୟା । ପାଣପାଗ ବିଭାଗର ସୂଚନା ପରେ ବାତ୍ୟା ଆଶଙ୍କା ବଢ଼ିଲା।

ଅଦ୍ୟତନ ହୋଇଛି
Cyclone Alert For Odisha

cyclone

Advertisment

ବଢ଼ିଲା ବାତ୍ୟା ଆଶଙ୍କା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି । ବାତ୍ୟା ସମ୍ଭାବନା ଥିବା ନେଇ ଟ୍ୱିଟ୍ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ତେବେ ବାତ୍ୟା ହେଲେ, କେଉଁଠି ମାଡ଼ ହେବ ? କେତେ ଜୋରରେ ପବନ ବୋହିବ ? ଏସବୁ କିଛି ସ୍ପଷ୍ଟ ହୋଇନି, ତଥାପି ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଛନକା ବଢ଼ିଛି । 

Advertisment

ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର କୂଳରେ ବସବାସ କରୁଥିବା ଲୋକମାନେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଉଦୟକଣି ଗାଁ ସମୁଦ୍ରଠୁ ମାତ୍ର ୫୦ ମିଟର ଦୂରରେ ହୋଇଛି ଧାନ ଚାଷ। ଛନ ଛନିଆ ଧାନ ଗଛରେ କେଣ୍ଡା ଧରି ଫୁଲ ଉଡୁଛି । ହେଲେ ଯଦି ବାତ୍ୟା ମାଡ଼ ଖାଏ, ତାହାଲେ ଉଜୁଡିଯିବ ବର୍ଷକର ଦାନା । ଅସ୍ତରଙ୍ଗ, କୋଣାର୍କ ଓ କାକଟପୁର ଆଦି ଅଞ୍ଚଳର ଚାଷୀ ବି ବାତ୍ୟା କଥା ଶୁଣି ପ୍ରମାଦ ଗଣିଲେଣି ।

Advertisment

ସେପଟେ ବାତ୍ୟା କଥା ଶୁଣୁ ଶୁଣୁ ଆଉ ସମୁଦ୍ରକୁ ଡଙ୍ଗା ଧରି ଯିବାକୁ ମନ କରୁନାହାନ୍ତି ବାଲେଶ୍ୱର ଜିଲ୍ଲା  ତାଳସାରୀ ଅଞ୍ଚଳର ଅଧିବାସୀ।  ଯେଉଁଠି ଡଙ୍ଗା ଚାଲିଲେ, ଘରେ ଚୂଲି ଜଳେ ସେଠି ବହୁ ସଂଖ୍ୟକ ମତ୍ସଜୀବୀ ଏବେଠୁ ଡଙ୍ଗା ବାନ୍ଧି ସୁରକ୍ଷିତ ସ୍ଥାନକୁ ନେଇଗଲେଣି। ଯେହେତୁ ସମୁଦ୍ର ଅଶାନ୍ତ ରହିବ, ସେମାନେ ସମୁଦ୍ର ଭିତରକୁ ଯିବାକୁ ଆଉ ସାହସ କରୁନାହାଁନ୍ତି। 

Advertisment
Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ