/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659776334.jpg)
Special story
ଅଣ୍ଡରପାସରେ ମୁଣ୍ଡେ ଉପରେ ପାଣି, ଫସି ରହିଲା ମୋ ବସ୍ । ଖୋର୍ଦ୍ଧା ସୀତାରାମ ଛକ ନିକଟ ଅଣ୍ଡରପାସରେ ୧୫ ଫୁଟ୍ ଉଚ୍ଚର ପାଣି ଜମି ରହିଛି । ଜଟଣୀରୁ ପିପିଲିକୁ ସଂଯୋଗ କରୁଥିବା ରାସ୍ତାର ସୀତାରାମ ଛକ ନିକଟ ଅଣ୍ଡରପାସରେ ପୋଖରୀ ପରି ପାଣି ଜମି ରହିଛି । ତେବେ ଅଣ୍ଡରପାସରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଅଣ୍ଡରପାସ୍ ଦେଇ ଅତିକ୍ରମ କରୁଥିବା ମୋ ବସଟି ଫସି ଯାଇଥିଲା । ତେବେ ବୁଡ଼ି ଯାଇଥିବା ବସରୁ ଯାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ ।
ସେପଟେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ପୁରୀରେ ଆଜି ସକାଳୁ ପ୍ରବଳ ବର୍ଷା ହେଉଛି । ଆଜି ପୁରୀରେ ୮୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୨୪.୬ ମିଲିମିଟର, ପାରାଦୀପରେ ୧୫ ମିଲିମିଟର, ଚାନ୍ଦବାଲିରେ ୧୫, ବାଲେଶ୍ୱରରେ ୧୩ ମିଲିମିଟର ଏବଂ ଗୋପାଳପୁରରେ ୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଅବିଶ୍ରାନ୍ତ ବର୍ଷା ଯୋଗୁ ରାଜଧାନୀର କେତେକ ସ୍ଥାନରେ ଓ୍ୱାଟରଲଗିଂ ସ୍ଥିତି ସୃଷ୍ଟି ହୋଇଥିଲା । ଆଜି ସକାଳୁ ସକାଳୁ ତୁହାକୁ ତୁହା ବର୍ଷା ଢାଳୁଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଖାଲୁଆ ସ୍ଥାନଗୁଡ଼ିକ ଜଳପୂର୍ଣ୍ଣ ହେବାରେ ଲାଗିଛି । ଫଳରେ ଆଜି ସକାଳ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ରାଜଧାନୀ ଭୁବନେଶ୍ୱରର ବମିଖାଲ, ଇସ୍କନ ଏରିଆ ଭଳି କିଛି ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)