Advertisment

ରାଜଧାନୀରେ ରେକର୍ଡ ତାତି; ୩୭ ଡିଗ୍ରୀ ଟପିଲା ତାପମାତ୍ରା

ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍‌ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି ।

ଅଦ୍ୟତନ ହୋଇଛି
Heat Wave Alert In Odisha

Bhubaneswar records year's highest temperature at 37.6 degrees Celsius

Advertisment

ରାଜଧାନୀରେ ବଢ଼ିଲାଣି ତାପମାତ୍ରା। ଦିନକୁ ଦିନ ଅନୁଭୂତ ହେଲାଣି ତାତି। ଗତ କିଛିଦିନ ଧରି ତାତି ବଢୁଥିବା ବେଳେ ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍‌ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି।

Advertisment

ଆଗକୁ ଆହୁରି ତାପମାତ୍ରା ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତାପମାତ୍ରା ବୃଦ୍ଧିର କାରଣ ସମ୍ପର୍କରେ ଜଣାପଡିନାହିଁ। ତେବେ କେବଳ ରାଜଧାନୀ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ଏବେଠୁ ତାତି ଅନୁଭୂତ ହେଲାଣି।

କିଛି ଜିଲ୍ଲାରେ ୩୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ଦେଖିବାକୁ ମିଳିଛି। ଫେବ୍ରୁଆରୀ ମାସ ଶେଷ ନହେଉଣୁ ଏପରି ତାତି ହେବାକୁ ନେଇ ଆଗକୁ ଆହୁରି ତାତି ବଢ଼ିବ ବୋଲି କୁହାଯାଉଛି।

Advertisment
Heat Wave Summer Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ