Advertisment

ବିପଦ ସଙ୍କେତ ଉପରେ ବୈତରଣୀ : ସକାଳ ୬ଟା ସୁଦ୍ଧା ଜଳସ୍ତର ୧୯. ୮୮ମିଟର

ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଆସିବାକୁ ପରାମର୍ଶ । ଭଣ୍ଡାରି ପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ।

ଅଦ୍ୟତନ ହୋଇଛି
Baitarani River Flood News

Baitarani river flowing above danger mark

Advertisment

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଆଜି ସକାଳ ୬ଟା ସୁଦ୍ଧା ଭଦ୍ରକ ଆଖୁଆପଦା ଆନିକଟ ଠାରେ ଵୈତରଣୀ ନଦୀର ଜଳସ୍ତର୧୯. ୮୮ମିଟର ରହିଛି । ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର। ଏପଟେ ବନ୍ୟା ଜଳ ଧିରେ ଧିରେ ଚାଷ ଜମିକୁ ମାଡି ଚାଲିଛି। ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ, କୁରିଗାଁ, ବନ୍ଦୋଳ ମଢିଆଳି ଓ ଝୁଟଣା ଆଦି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି। ଅନ୍ୟ ପଞ୍ଚାୟତକୁ ମଧ୍ୟ ପାଣି ମାଡୁଛି ।

Advertisment

ଅଧିକ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ : କେଉଁଠି ରାସ୍ତାରେ ପାଣି, ତ ଆଉ କେଉଁଠି ବୁଡ଼ିଛି ପୋଲ

ସେହିପରି ଧାମନଗର ବ୍ଲକର ୫ଟି ଏସକେପ ଦେଇ ୧୦ଟି ପଞ୍ଚାୟତ ଵନ୍ୟା ଜଳ ପ୍ରବେଶ କରୁଛି। ଦୋଵଲ, ସୋହଡା, ଖଡିପଦା, ଆନନ୍ଦପୁର, ଖଡିପଦା, କରଦା, ପଧାନୀ, ଅର୍ଜ୍ଜୁନପର ପଞ୍ଚାୟତ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇସାରିଛି। ଗତକାଲି ରାତିରୁ ଅନେକ ପଞ୍ଚାୟତ ଜଳବନ୍ଦୀ ହୋଇଛି। ବୈତରଣୀ ନଦୀ ଫୁଲୁଥିବାରୁ ଏହାର ଶାଖା ନଦୀରେ ମଧ୍ୟ ଜଳ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ ଯାଜପୁର ଯୋଗାଯୋଗ ବିଛିନ୍ନ ହୋଇସାରିଛି।...

Advertisment

ସେପଟେ କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ଉପରମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ଆହୁରି ଫୁଲିବାର ଆଶଙ୍କା ଅଛି। ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଆଶଙ୍କା ଘାରିଛି। ବୈତରଣୀର ପାଣି ଘେରରେ ରହିଛନ୍ତି ସମଣା ପଞ୍ଚାୟତର ଗୋବିନ୍ଦପୁର, ଚାପୁଣ୍ଡିଆ, ସମଣା, କଦମଡିହି । କାରଣ ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ବାହାରିପୁରରେ ୫ ଫୁଟର ପାଣି ଚାଲୁଛି।

ସେହିପରି ଗେଡ଼ମା-ଆଇତିପୁର ରାସ୍ତାର ରାଘବପୁର ନିକଟରେ ୪ ଫୁଟର ପାଣି ଚାଲୁଛି। ଏହି କାରଣରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ରାଘବପୁର, ଆଇତିପୁର, ନୂଆଁଗାଁ, ଅମୃତପୁର । ଗୋବିନ୍ଦପୁର ଓ ବାହାରିପୁରର କିଛି ଲୋକ ଛେଳି ଚରାଇବାକୁ ଯାଇ ପାଣି ଘେରରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି।

Advertisment

କେନ୍ଦୁଝରର ସାହାରାପଡ଼ାରେ ସର୍ବାଧିକ ୨୭୬. ୮ ମିମି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷାରେ ଏହି ଜିଲ୍ଲାରୁ ଜଣକର ମୃତ୍ୟୁ ହୋଇଥିବାର ମଧ୍ୟ ଅଭିଯୋଗ ହୋଇଛି। ୨୦୮ଟି ଘର ଭାଙ୍ଗିଥିବା ବେଳେ ୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତଳିଆ ଅଞ୍ଚଳରୁ ପ୍ରାୟ ୩ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚଳିତ ବର୍ଷାରେ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକର ୭୨ଟି ପଞ୍ଚାୟତ ଓ ୫ଟି ମ୍ୟୁନସିପାଲଟିର ୨୫ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଛନ୍ତି।...

Heavy Rainfall Baitarani River Flood Situation In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ