Advertisment

ପୁଣି ଆସୁଛି ଏକ ଲଘୁଚାପ ! ୧୮ରୁ ପ୍ରବଳ ବର୍ଷା ସମ୍ଭାବନା

ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Another Low Pressure Area To Form On August 19

Another Low Pressure Area To Form On August 19

ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସୃଷ୍ଟ ହେବାକୁ ଥିବା ଏହି ଲଘୁଚାପ କ୍ଷେତ୍ର ଯୋଗୁ ରାଜ୍ୟରେ ପୁଣି ଥରେ ଫେରିବ ବର୍ଷା। 

Advertisment

ଗତକାଲି ଓ ଆଜି ଉପକୂଳରେ ବର୍ଷା ହୋଇନଥିଲା। ତେବେ ୧୮ ତାରିଖରୁ ପୁଣି ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ଫଳରେ ଏବେ ଉପକୂଳ ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ଅଧିକ ଉତ୍କଟ ହୋଇପାରେ। ୧୯ ତାରିଖରେ ବର୍ଷାର ପରିମାଣ ବଢ଼ିବା ସହ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

Advertisment

ସୂଚନାଥାଉ କି, ଗତକାଲିର ଅବପାତ ଆଜି ପୂର୍ବ ମଧ୍ୟପ୍ରଦେଶ ଏବଂ ତାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୧୫ କି.ମି. ବେଗରେ ଏହା ଗତି କରୁଛି। ଏହା ନିଜର ଗତିର ଦିଗ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ବଜାୟ ରଖିବା ସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଏହି ଅବପାତର କୌଣସି ସିଧାସଳଖ ପ୍ରଭାବ ରାଜ୍ୟର ବର୍ଷା ଉପରେ ନାହିଁ।

Heavy Rainfall Alert Low Pressure Area Flood In Odisha Rain In Odisha Odisha Flood Weather In Odisha
Advertisment
Advertisment