ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ମିଆଁମାର ଉପକୂଳ ତତ୍ ସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିପାରେ। ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଗତକାଲିର ଘୁର୍ନି-ବଳୟ ମିଆଁମାର ଉପକୂଳ ତତସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି | ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି, ଉତ୍ତର-ପୂର୍ବ ଏବଂ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ପରେ ,ଏହାର ପ୍ରଭାବରେ #୨୪ତାରିଖ ସନ୍ଧ୍ୟା ବେଳକୁ, ସମାନ ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି | pic.twitter.com/nXFJ81xSC8
— Meteorological Centre, Bhubaneswar (@mcbbsr) September 23, 2021
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବିଶେଷକରି ବିପଦ ସଙ୍କେତ ଉପରେ ଥିବା ଜଳକା ନଦୀର ବନ୍ଧ ଗତକାଲି ଭାଙ୍ଗି ଯାଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ପ୍ରବଳ ବନ୍ୟା ଯୋଗୁ ଦୁର୍ବଳ ଥିବା ନଦୀବନ୍ଧ ଭାଙ୍ଗି ଯାଇଥିଲା। ଫଳରେ ଏକତାଳି ଗାଁ ନିକଟରେ ନଦୀବନ୍ଧରେ ୫ ଶହ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଫଳରେ ବସ୍ତା ଓ ରାସଗୋବିନ୍ଦପୁର ବ୍ଲକରେ ପାଣି ପଶିବା ଆଶଙ୍କା ଦେଖା ଦେଇଛି।