Advertisment

Char Dham Yatra: ବାଦଲଫଟା ବର୍ଷା; ଭୂ-ସ୍ଖଳନ ହୋଇ ଏକାଧିକ ନିଖୋଜ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିବା ବେଳେ ଭୂ-ସ୍ଖଳନ ହୋଇ ସିଲାଇ ବନ୍ଦ ନିକଟରେ ୯ ଜଣ ଶ୍ରମିକ ନିଖୋଜ ହୋଇ ଯାଇଛନ୍ତି । ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଚାରିଧାମ ଯାତ୍ରାକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି ।

ଅଦ୍ୟତନ ହୋଇଛି
Chardham

Chardham

Advertisment

ଲଗାଣ ବର୍ଷାରେ ବେହାଲ ଉତ୍ତରାଖଣ୍ଡ । ଉତ୍ତରାଖଣ୍ଡରେ ଗତ ଶନିବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ଉତ୍ତରକାଶିରେ ଭୂ-ସ୍ଖଳନ ହୋଇ ସିଲାଇ ବନ୍ଦ ନିକଟରେ ୯ ଜଣ ଶ୍ରମିକ ନିଖୋଜ ଅଛନ୍ତି । ବାଦଲଫଟା ବର୍ଷା ହେବା ଫଳରେ ଏକ ନିର୍ମାଣାଧିନ କୋଠାରେ କାର୍ଯ୍ୟ କରୁଥିଲେ ଉକ୍ତ ୯ ଜଣ ଶ୍ରମିକ । ଉକ୍ତ ୯ ଜଣ ଶ୍ରମିକମାନଙ୍କୁ ଏସଡିଆରଏଫ, ପୋଲିସ୍ ପକ୍ଷରୁ ଖୋଜାଖୋଜି ଆରମ୍ଭ କରାଯାଇଛି । ଅଘଟଣ ଘଟିଥିବା ସ୍ଥାନରେ ୧୯ ଜଣ ଶ୍ରମିକ ଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

Advertisment

ଅଧିକ ପଢନ୍ତୁ: ପ୍ରବଳରୁ ଅତି ପ୍ରବଳ ବର୍ଷା: ଓଡିଶା ସମେତ ଏକାଧିକ ରାଜ୍ୟକୁ ରେଡ ଆଲର୍ଟ

ଗତ କାଲି ରାତିରୁ ଲାଗି ରହିଥିବା ବର୍ଷାରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଏହି ଲଗାଣ ବର୍ଷାରେ ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ପାହାଡିଆ ଅଞ୍ଚଳରେ ଭୁ-ସ୍ଖଳନ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ବିଶେଷକରି ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ ଜାତୀୟ ରାଜପଥ ଭୂ-ସ୍କଳନ ଯୋଗୁଁ ବନ୍ଦ ରହିଛି । ଯମୁନୋତ୍ରୀ ରାଜପଥର ୧୦ରୁ ୧୨ ମିଟର ଯାଏଁ ଧୋଇ ଯାଇଛି । ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । 

Advertisment

ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଝରଣା ସ୍ରୋତ ପ୍ରବାହିତ ହେଉଛି । ଅନ୍ୟପଟେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଡେରାଡୁନ, ତେହରି, ପୌରୀ, ହରିଦ୍ୱାର, ନୈନିତାଲ, ଚମ୍ପାୱତ ଏବଂ ଉଦ୍ଧମ ସିଂହ ନଗର ଜିଲ୍ଲାକୁ ଆଜି ଓ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । 

ସେହିପରି ଚାରିଧାମା ଯାତ୍ରାକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁ ଯାତ୍ରୀମାନେ ଅଧା ବାଟରେ ଅଛନ୍ତି, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ପ୍ରୟାସ ଜାରି ରହିଛି । ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ପାଗ ଓ ରାସ୍ତା ସ୍ଥିତିକୁ ଦେଖିବା ପରେ ହିଁ ଆଗାମୀ ଯାତ୍ରା ସୋମବାର ସମ୍ପର୍କରେ ସୂଚନା ଦିଆଯିବ । ପାଗରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଯାତ୍ରାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି । 

Advertisment

ଅଧିକ ପଢନ୍ତୁ: ଅପରେସନ୍ ସିନ୍ଦୂରରେ ନେଇଥିଲେ ବଡ଼ ଭୂମିକା, ଏବେ କେନ୍ଦ୍ର ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

Uttarakhand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ