• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠାରୁ ୫ ଦିନ ଯାଏଁ ଗଂଜାମ, ନୟାଗଡ, କନ୍ଧମାଳ ଏବଂ ବୌଦ୍ଧର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ସ୍ଥାନକୁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ଯାଏ ବର୍ଷା ଲାଗି ରହିବ । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଗତକାଲି ଅସରାଏ ବର୍ଷାରେ ବେହାଲ ହୋଇଛି ରାଜଧାନୀ । ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିଲା  ରାଜରାସ୍ତାରେ ପାଣି ଜମିଥିବା ବେଳେ, ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ବର୍ଷାରେ ଭିଜୁଛି ରାଜଧାନୀ ଭୁବନେଶ୍ୱର । ଗତକାଲିଠୁ ଭୁବନେଶ୍ୱରରେ ଲାଗି ରହିଥିବା ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି । ଖାଲି ଭୁବନେଶ୍ୱର ନୁହେଁ କଟକ, ପୁରୀ ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଏଭଳି ପାଣିପାଗ ଆସନ୍ତା ଦୁଇରୁ ତିନି ଦିନ ଯାଏଁ ଜାରି ରହିବ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କଟକ,ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ଭଳି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଯାହା ଫଳରେ ବର୍ଷା ହେଉଛି ।