• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗଜପତିରେ ୬ଟି ଓଡ୍ରାଫ ଓ ୨ଟି NDRF ଟିମ୍

  • ଫୁଲବାଣୀରେ ଗୋଟିଏ ୟୁନିଟ ଓଡ୍ରାଫ

  • ବ୍ରହ୍ମପୁର ସବଡିଭିଜନ ଓ ମହାନଗର ନିଗମର ହେଲ୍ପନମ୍ବର ଜାରି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ଦେଖି ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଓଡ଼ିଶାକୁ ୧୩ଟି ଏନଡିଆରଏଫ୍ ଟିମ୍ ଆସିଛି । ଗଞ୍ଜାମକୁ ୩, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଜିଲ୍ଲାକୁ ଦୁଇଟି ଲେଖାଏଁ ଟିମ୍ ପଠାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ୫ଟି ଟିମ୍ ମୁତୟନ କରାଯାଇଛି ।

ଗୁଲାବର ମୁକାବିଲା କରିବାକୁ ୬ଟି ଓଡ୍ରାଫ ୨ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଜିଲ୍ଲାର ସବୁ ୭ଟି ବ୍ଲକ ପାଇଁ ୭ ଜଣ ନୋଡାଲ ଅଫିସରମ ମଧ୍ୟ ନିଯୁକ୍ତ ହୋଇଛନ୍ତି । ଲୋକଙ୍କ ପାଇଁ ୫୫ଟି ଆଶ୍ରୟସ୍ଥଳୀ କରାଯାଇଛି । ପବନର ବେଗ ସାଙ୍ଗକୁ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ଅଛି । ତେଣୁ ପ୍ରାଥମିକତା ଭିତ୍ତିରେ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସେହିପରି ସମ୍ଭାବ୍ୟ ବାତ୍ୟା ଗୁଲାବର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହୋଇପାରେ । ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଫୁଲବାଣୀରେ ପହଞ୍ଚିଛି ଓଡ୍ରାଫ୍ ଏକ ଟିମ୍ । ଏହି ଟିମକୁ ବାଲିଗୁଡ଼ା ପଠାଯାଇଛି ।

ଅନ୍ୟପକ୍ଷରେ ଆଜି ମଧ୍ୟରାତ୍ରୀରେ ଗୋପାଳପୁରରୁ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ବାତ୍ୟା । ଗୋପାଳପୁରଠାରୁ ଗୁଲାବ୍ ୨୭୦ କିଲୋମିଟର ଦୂରରେ ଥିବା ବେଳେ କଳିଙ୍ଗପଟ୍ଟନମରୁ ୩୩୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ହେଲା ଏହାର ବେଗ ରହିଛି ଘଣ୍ଟାପ୍ରତି ୧୦ କିଲୋମିଟର । ବାତ୍ୟା ସ୍ଥଳ ଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ହୋଇପାରେ ।