Advertisment

Vastu Tips: ନୂଆ ଘର କରୁଛନ୍ତି କି… ଜାଣନ୍ତୁ କୋଉଠି କରିବେ ବେଡ୍‌ରୁମ୍, କିଚେନ୍

ଏକ ପୂର୍ଣ୍ଣ ଘର ପାଇଁ ସାଧାରଣତଃ ମୁଖ୍ୟ ଦ୍ୱାର, ଶୋଇବା ଘର, ପଢା ଘର, ରୋଷେଇ ଘର, ବୈଠକ ଖାନା, ବାଥ୍‌ରୁମ୍ ଆଦିର ଆବଶ୍ୟକ ହୋଇଥାଏ। ତେବେ ଏ ସବୁ କେଉଁ ଦିଗରେ ରହିଲେ ଶୁଭ ଫଳ ମିଳେ ତାହା ଜାଣିବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Vastu tips for main gate to bedroom and kitchen

Vastu tips for main gate to bedroom and kitchen

Advertisment

ଭାରତୀୟ ପରମ୍ପରାରେ ବାସ୍ତୁଶାସ୍ତ୍ରର ଗୁରୁତ୍ୱ ରହିଛି। ଘରେ କେଉଁ ଦିଗରେ କ’ଣ ରହିବା ଉଚିତ ତାହା ଅନେକ ବାସ୍ତୁ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି। ‘ଭବନ ଭାସ୍କର’ ଏବଂ ‘ବିଶ୍ୱକର୍ମା ପ୍ରକାଶ’ ସମେତ ଅନ୍ୟାନ୍ୟ ଗ୍ରନ୍ଥରେ ମଧ୍ୟ ଏସବୁ ଦେଖିବାକୁ ମିଳେ।

Advertisment

ଆମେ ସାଧାରଣତଃ ଏକ ନୂଆ ଘର କରିବା ପାଇଁ ଅନେକ ଯୋଜନା କରୁ। ଏକ ପୂର୍ଣ୍ଣ ଘର ପାଇଁ ସାଧାରଣତଃ ମୁଖ୍ୟ ଦ୍ୱାର, ଶୋଇବା ଘର, ପଢା ଘର, ରୋଷେଇ ଘର, ବୈଠକ ଖାନା, ବାଥ୍‌ରୁମ୍ ଆଦିର ଆବଶ୍ୟକ ହୋଇଥାଏ। ତେବେ ଏ ସବୁ କେଉଁ ଦିଗରେ ରହିଲେ ଶୁଭ ଫଳ ମିଳେ ତାହା ଜାଣିବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିବା।

ଅଧିକ ପଢ଼ନ୍ତୁ: ସାବଧାନ ! ଆପଣ ଆଲମିରାରେ ମିରର୍ ଲଗାଇଛନ୍ତି କି...ଆସିବ ଏହି ବିପଦ...

Advertisment

ପୂର୍ବ ଦିଗ – ପୂର୍ବ ଦିଗ ହେଉଛି ସୂର୍ଯ୍ୟୋଦୟର ଦିଗ। ସକାରାତ୍ମକ ଏବଂ ଶକ୍ତିଶାଳୀ କିରଣ ଏହି ଦିଗରୁ ଆମ ଘରେ ପ୍ରବେଶ କରେ। ଯଦି ଘରର ମୁଖ୍ୟ ଦ୍ୱାର ଏହି ଦିଗରେ ରୁହେ ତେବେ ଏହା ବହୁତ ଭଲ। ଆପଣ ଏକ ଝରକା ମଧ୍ୟ ରଖିପାରିବେ।

ପଶ୍ଚିମ ଦିଗ – ରୋଷେଇ ଘର କିମ୍ବା ଶୌଚାଳୟ ପଶ୍ଚିମ ଦିଗରେ ରହିବା ଉଚିତ। ଏହା ମଧ୍ୟ ମନେରଖିବା ଜରୁରୀ ଯେ ରୋଷେଇ ଘର ଏବଂ ଶୌଚାଳୟ ପରସ୍ପରର ନିକଟତର ହେବା ଉଚିତ ନୁହେଁ।

Advertisment

ଉତ୍ତର ଦିଗ – ଏହି ଦିଗରେ ଘରର ସର୍ବାଧିକ ଝରକା ଏବଂ କବାଟ ରହିବା ଉଚିତ। ଘରର ବାଲକୋନୀ ଏବଂ ୱାଶ୍ ବେସିନ ମଧ୍ୟ ଏହି ଦିଗରେ ରହିବା ଉଚିତ। ଯଦି ମୁଖ୍ୟ ଦ୍ୱାର ଏହି ଦିଗରେ ରୁହେ ତେବେ ଏହା ଖୁଭ ଶୁଭ ଫଳ ଦିଏ।

ଦକ୍ଷିଣ ଦିଗ – ଦକ୍ଷିଣ ଦିଗରେ କୌଣସି ପ୍ରକାରର ଖୋଲାସ୍ଥାନ, ଶୌଚାଳୟ ଇତ୍ୟାଦି ରହିବା ଉଚିତ ନୁହେଁ। ଘରେ ଏହି ଦିଗରେ ଆପଣ ଭାରୀ ଜିନିଷ ରଖିପାରିବେ। ଯଦି ଏହି ଦିଗରେ କବାଟ କିମ୍ବା ଝରକା ରୁହେ ତେବେ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିବ ଏବଂ ଅମ୍ଳଜାନ ସ୍ତର ହ୍ରାସ ପାଇବ। ଏହା ଫଳରେ ସମସ୍ୟା ବଢିବ।

ଉତ୍ତର-ପୂର୍ବ ଦିଗ – ଏହାକୁ ଈଶାନ କୋଣ ମଧ୍ୟ କୁହାଯାଏ। ଏହି କୌଣର ଦେବତା ହେଉଛନ୍ତି ବରୁଣ ବା ଜଳ। ଏହି କୋଣରେ ବୋରିଂ, ସୁଇମିଂ ପୁଲ୍, ପୂଜା ସ୍ଥାନ ଇତ୍ୟାଦି ରହିବା ଉଚିତ। ଏହି ଦିଗରେ ଏକ ମୁଖ୍ୟ ଦ୍ୱାରା ରହିଲେ ବହୁତ ଭଲ ହୋଇଥାଏ।

ଉତ୍ତର-ପଶ୍ଚିମ ଦିଗ – ଏହାକୁ ବାୟବ୍ୟ କୋଣ ଦିଗ ମଧ୍ୟ କୁହାଯାଏ। ଘରର ଶୟନ କକ୍ଷ, ଗ୍ୟାରେଜ୍‌, ଗାଇ ଗୁହାଳ ଇତ୍ୟାଦି ଏହି ଦିଗରେ ରହିବା ଉଚିତ।

ଦକ୍ଷିଣ-ପୂର୍ବ ଦିଗ – ଏହାକୁ ଘରର ଆଗ୍ନେୟ କୋଣ କୁହାଯାଏ। ଏହା ହେଉଛି ଅଗ୍ନି ତତ୍ତ୍ୱର ଦିଗ। ତେଣୁ ଗ୍ୟାସ ଭଳି ରୋଷେଇ ସାମଗ୍ରୀ, ଟ୍ରାନ୍ସଫର୍ମର ଭଳି ବୈଦ୍ୟୁତିକ ସାମଗ୍ରୀ ଏହି ଦିଗରେ ରହିବା ଉଚିତ।

ଦକ୍ଷିଣ-ପଶ୍ଚିମ ଦିଗ – ଏହି ଦିଗକୁ ନୈଋତ କୋଣ କୁହାଯାଏ। ଏହି ଦିଗରେ ଝରକା ଏବଂ କବାଟ ଭଳି କୌଣସି ଖୋଲା ଜିନିଷ ରହିବା ଅନୁଚିତ। ଘରର ମୁଖ୍ୟଙ୍କ କୋଠରୀ ଏଠାରେ କରାଯାଇପାରିବ। ଆପଣ ଏହି ଦିଗରେ କ୍ୟାସ୍ କାଉଣ୍ଟର, ମେସିନ୍ ଇତ୍ୟାଦି ରଖିପାରିବେ।

ଘରର ବଚିଚା – ସୁନ୍ଦର ଘର କରି ଯଦି ଗୋଟିଏ ବଗିଚା ନାହିଁ ତେବେ ଘର ଅସମ୍ପୂର୍ଣ୍ଣ ହୋଇଥାଏ। ଘରର ସାମ୍ନାରେ ହେଉ କି ପଛରେ ହେଉ ନିହାତି ଏକ ଛୋଟ ବଗିତା ଘରର ମହତ୍ତ୍ୱକୁ ବଢାଇ ଦିଏ। ଏହି ବଗିଚାରେ ଆପଣ ତୁଳସୀ, ଡାଳିମ୍ବ, ଜାମୁଫଳ, ନିମ, ଅଅଁଳା ଇତ୍ୟାଦି ଗଛ ସହିତ ସକରାତ୍ମକ ଶକ୍ତି ଦେବା ଭଳି କିଛି ଫୁଲ ଗଛ ମଧ୍ୟ ଲଗାଇପାରିବେ।

ଅଧିକ ପଢ଼ନ୍ତୁ: ଘରକୁ ବାରମ୍ବାର ଅତିଥି ଆସୁଛନ୍ତି ଆଉ ସବୁବେଳେ ରୋଷେଇ କରିବାକୁ ପଡୁଛି; ଜାଣନ୍ତୁ କାହିଁକି…

Vastu Shastra Vastu Tips Vastu Tips For Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: