Advertisment

Vastu Tips: ଗ୍ୟାରେଜ୍‌ର ଏମିତି ସ୍ଥିତି ଆପଣଙ୍କୁ କରିଦେବ କରୋଡ଼ପତିରୁ ରୋଡ୍‌ପତି

ଏହି ସ୍ଥାନରେ ଗ୍ୟାରେଜ୍ କରିବା ମାନେ ମୃତ୍ୟୁବତ୍ ପୀଡ଼ାକୁ ନିଜେ ନିମନ୍ତ୍ରଣ କରିବା । ଏହି ସ୍ଥାନରେ ଗ୍ୟାରେଜ୍ କରିକି ଯଦି ସବୁବେଳେ ଗାଡ଼ି ପାର୍କିଂ କରାଯାଉଥାଏ ଏବଂ ଏହି ସ୍ଥାନରେ ଗାଡ଼ିର ପୁରୁଣା ସ୍ପେୟାର ପାର୍ଟ ଏବଂ ଗାଡ଼ିର ଚକା ଆଦି ରଖାଯାଉଥାଏ ତେବେ ଏହା ଘୋର ବାସ୍ତୁଦୋଷ ସୃଷ୍ଟିକରିଥାଏ । ଏହି ସ୍ଥାନକୁ ସବୁବେଳେ ସଫା ଏବଂ ହାଲୁକା ରଖାଯାଏ ବୋଲି ଆମେ ଆଗରୁ ଜାଣିଛୁ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ଏହି ବାସ୍ତୁ ଦୋଷ ଆଣିବ ସାଂଘାତିକ ସମସ୍ୟା

ଏହି ବାସ୍ତୁ ଦୋଷ ଆଣିବ ସାଂଘାତିକ ସମସ୍ୟା

ବର୍ତ୍ତମାନ ସମୟରେ ଗୃହ ନିର୍ମାଣ କଲେ ଶୟନ କକ୍ଷ, ରୋଷେଇ ଗୃହ, ସ୍ନାନ ଗୃହ, ବୈଠକ ଗୃହ ଆଦିର ଯେତିକି ଆବଶ୍ୟକ ସେମତି ଗ୍ୟାରେଜ୍ ଗୃହଟିର ମଧ୍ୟ ଆବଶ୍ୟକ ରହିଛି । ଆମକାଳରେ ସାଧାରଣ ଲୋକଙ୍କ ଘରେ ସାଇକେଲ୍ ଥିଲା । ଉଚ୍ଚବର୍ଗର ଲୋକମାନଙ୍କ ଘରେ ମଟର ସାଇକେଲ୍ ଏବଂ କାର୍ ରହୁଥିଲା । ବର୍ତ୍ତମାନ ସମୟରେ ପ୍ରାୟ ସାଧାରଣ ଲୋକଙ୍କ ଘରେ ଏକାଧିକ ମୋଟର ସାଇକେଲ୍ ଏବଂ କାର୍ ରହୁଛି । ଏଣୁ ଏସବୁ ରଖିବା ପାଇଁ ଗ୍ୟାରେଜ୍ ଗୃହଟିର ନିହାତି ଭାବରେ ଆବଶ୍ୟକ ରହିଛି ।

Advertisment

ଗ୍ୟାରେଜ୍ ଗୃହ ପାଇଁ ସ୍ୱତନ୍ତ୍ର ନିୟମ ସିଧା ସଳଖ ବାସ୍ତୁର ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ନାହିଁ କିନ୍ତୁ ବାସ୍ତୁଶାସ୍ତ୍ରର ନିୟମକୁ ଆମେ ଗ୍ୟାରେଜ୍ ଗୃହପାଇଁ ଲଗାଇ ପାରିବା । ଏହା ମଧ୍ୟ ବର୍ତ୍ତମାନ ଯୁଗର ବାସ୍ତୁବିତ୍ ମାନଙ୍କ ଦ୍ୱାରା ପରିକ୍ଷିତ ହୋଇଛି । ଏଣୁ ଯେତେବେଳେବି ଗ୍ୟାରେଜ୍‌ କରୁଛନ୍ତି, ଏହି ନିୟମକୁ ପାଳନ କଲେ ଶୁଭଫଳ ପାଇବେ । ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଗ୍ୟାରେଜ୍ କଲେ ଏହା ଗୃହବାସୀଙ୍କୁ ଅଶୁଭଫଳ ଦେଇଥାଏ, ଫଳରେ ଗୃହବାସୀମାନେ ଦିନକୁ ଦିନ ଶାରିରୀକ, ମାନସିକ ଏବଂ ଆର୍ଥିକ ସ୍ଥିତିରେ ଅବନ୍ନତି ଆଡ଼କୁ ଗତିକରିଥାଆନ୍ତି । 

ସୁଖ, ସମୃଦ୍ଧିରେ ଜୀବନଯାପନ କରିବାକୁ କିଏ ବା ନଚାହେଁ । ସେଥିପାଇଁ ଲୋକମାନେ ପାଠପଢ଼ି ଚାକିରୀ କରନ୍ତି ତ କିଏ ବ୍ୟବସାୟ କରି ଧନ ଉପାର୍ଜନ କରନ୍ତି । ବର୍ତ୍ତମାନ ଯୁଗରେ ନିଜର ଗୃହସ୍ଥ ଜୀବନକୁ ଠିକ୍ ଭାବରେ ରଖିବା ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ସମୃଦ୍ଧ ହେବା ନିହାତି ଆବଶ୍ୟକ । ଏଥିପାଇଁ ମଣିଷ ସବୁବେଳେ ପ୍ରୟାସ କରୁଛି । କିନ୍ତୁ ଅନେକ ସମୟରେ ଦେଖାଯାଇଛି, ଭଲ ଆୟକରି ଧନ ସଞ୍ଚୟକରି ଯେତେବେଳେ ନିଜର ଗୃହଟିଏ ବାସ୍ତୁକୁ ଅଣଦେଖା କରି ନିର୍ମାଣ କରି ସେଥିରେ ବସବାସ କରେ, ଦୁଇ/ତିନି ବର୍ଷପରେ ଧିରେ ଧିରେ ଅବନତି ଆଡ଼କୁ ଗତି କରେ। ଏହି ପରିସ୍ଥିତି ବାସ୍ତୁର ବିଭିନ୍ନ କାରଣରୁ ହୋଇଥାଏ । କିନ୍ତୁ ସେହି ଭିତରୁ ଗୃହର ଗ୍ୟାରେଜ୍ ଏକ ମୁଖ୍ୟ କାରଣ। ଆସନ୍ତୁ ଜାଣିବା ଗୃହରେ ଗ୍ୟାରେଜ୍ କରିବାର ମୁଖ୍ୟ ନିୟମ ବିଷୟରେ ।

Advertisment

ଉତ୍ତର- ପୂର୍ବକୋଣ ବା ଐଶାନ୍ୟ କୋଣରେ ଗ୍ୟାରେଜ୍ 

ଏହି ସ୍ଥାନରେ ଗ୍ୟାରେଜ୍ କରିବା ମାନେ ମୃତ୍ୟୁବତ୍ ପୀଡ଼ାକୁ ନିଜେ ନିମନ୍ତ୍ରଣ କରିବା । ଏହି ସ୍ଥାନରେ ଗ୍ୟାରେଜ୍ କରିକି ଯଦି ସବୁବେଳେ ଗାଡ଼ି ପାର୍କିଂ କରାଯାଉଥାଏ ଏବଂ ଏହି ସ୍ଥାନରେ ଗାଡ଼ିର ପୁରୁଣା ସ୍ପେୟାର ପାର୍ଟ ଏବଂ ଗାଡ଼ିର ଚକା ଆଦି ରଖାଯାଉଥାଏ ତେବେ ଏହା ଘୋର ବାସ୍ତୁଦୋଷ ସୃଷ୍ଟିକରିଥାଏ । ଏହି ସ୍ଥାନକୁ ସବୁବେଳେ ସଫା ଏବଂ ହାଲୁକା ରଖାଯାଏ ବୋଲି ଆମେ ଆଗରୁ ଜାଣିଛୁ । ଏଣୁ ବାସ୍ତୁର ଏହି ପ୍ରାଚୀନ ଏବଂ ଶାଶ୍ୱତ ନିୟମକୁ ମାନି ଏହି ସ୍ଥାନରେ ଗ୍ୟାରେଜ ଜମା ବି କରିବାକଥା ନୁହେଁ ଏବଂ ଦେଖାଯାଇଛି ଯେଉଁମାନେ ଏହି ସ୍ଥାନରେ ଗ୍ୟାରେଜ୍ କରିଛନ୍ତି ସେମାନଙ୍କ ଗୃହରେ ଧିରେ ଧିରେ ଆର୍ଥିକ, ମାନସିକ ଏବଂ ଶାରିରୀକ ସମସ୍ୟା ସୃଷ୍ଟିହୋଇ ଅବନ୍ନତି ଆଡ଼କୁ ଗତି କରିଛନ୍ତି । 

ପ୍ରତିକାର: ଯଦି ଗ୍ୟାରେଜ୍‌ର ଏପରି ସ୍ଥିତି ଥାଏ ଏବଂ ଏହିପରି ସମସ୍ୟା ଆପଣ ଭୋଗ କରୁଛନ୍ତି ତେବେ ଏହି ସ୍ଥାନରୁ ଗ୍ୟାରେଜ୍‌କୁ ସ୍ଥାନାନ୍ତର କରନ୍ତୁ, ନହେଲେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ସେହି ସ୍ଥାନରେ ପିତ୍ତଳ ନିର୍ମିତ ସ୍ୱସ୍ତିକ୍ ପରାମିଡ ବ୍ୟବହାର କରନ୍ତୁ ।  

(ବି.ଦ୍ର- ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ଦ୍ୱାରା ସଂଗୃହୀତ) 

Millionaire Vastu Tips In Odia Vastu Tips Poor Man
Advertisment
Advertisment