Advertisment

Vastu Tips: ଗୃହରେ ବାସ୍ତୁଦୋଷ ଥିବା ନିର୍ମାଣକୁ ନଭାଙ୍ଗି ପ୍ରତିକାର କଲେ ସୁଫଳ ମିଳିବ କି ?

ଆମେ ବାସ୍ତୁର ଅନେକ ନିୟମମାନ ଜାଣିଲେଣି ଏବଂ ବ୍ୟବହାର ବିଷୟରେ ମଧ୍ୟ ବହୁତ ଅବଗତ ହୋଇ ନିର୍ମାଣ ମଧ୍ୟ କଲେଣି। କିନ୍ତୁ ବହୁତ ଲୋକମାନେ ଗୃହନିର୍ମାଣ କରିସାରିଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ବାସ୍ତୁଶାସ୍ତ୍ର ପ୍ରତି ଅବଗତ ହେଲା ପରେ ଚିନ୍ତାରେ ପଡ଼ିଯାଇଛନ୍ତି…

author-image
Saroj Kumar Maharana
ଅଦ୍ୟତନ ହୋଇଛି
Bastu

Bastu

ଆମେ ବାସ୍ତୁର ଅନେକ ନିୟମମାନ ଜାଣିଲେଣି ଏବଂ ବ୍ୟବହାର ବିଷୟରେ ମଧ୍ୟ ବହୁତ ଅବଗତ ହୋଇ ନିର୍ମାଣ ମଧ୍ୟ କଲେଣି। କିନ୍ତୁ ବହୁତ ଲୋକ ଗୃହନିର୍ମାଣ କରିସାରିଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ବାସ୍ତୁଶାସ୍ତ୍ର ପ୍ରତି ଅବଗତ ହେଲା ପରେ ଚିନ୍ତାରେ ପଡ଼ିଯାଇଛନ୍ତି । ଯଦି ଗୃହନର୍ମାଣ ବିନା ବାସ୍ତୁରେ ହୋଇଯାଇଛି ଏବଂ ପରବର୍ତ୍ତୀ ସମୟରେ ବାସ୍ତୁ ନିୟମ ପ୍ରୟୋଗ କରାଗଲେ ଗୃହକୁ ଭାଙ୍ଗି ପୁନର୍ବାର କରିବାକୁ ପଡ଼ିବ କିମ୍ବା ଯେଉଁଭାଗରେ ବାସ୍ତୁବିରୋଧି ନିର୍ମାଣ ହୋଇଛି ସେହି ସ୍ଥାନକୁ ଭାଙ୍ଗି ପୁନର୍ବାର ନିର୍ମାଣ କରିବାକୁ ପଡ଼ିବ । ତେବେ ସେଥିପାଇଁ ବାସ୍ତୁବିତ୍‌ଙ୍କୁ ପରାମର୍ଶ ନେଉ ନାହାଁନ୍ତି ।

Advertisment

କିନ୍ତୁ ମନେ ରଖିଥାନ୍ତୁ ସମସ୍ତ ପ୍ରାଚୀନ ଶାସ୍ତ୍ର ସ୍ଥାନ, କାଳ, ପାତ୍ର କୁ ନଜରରେ ରଖି ବ୍ୟବହାର କରାଯାଇଥାଏ । ଆମର ମୁନିଋଷିମାନେ ଯେଉଁ ବାସ୍ତୁ ନିୟମ ରଚନା କରିଯାଇଛନ୍ତି, ତାକୁ ମୁଖ୍ୟ ନିୟମ ଭାବରେ ରଖି ବର୍ତ୍ତମାନର ଅଭିଜ୍ଞ ବାସ୍ତବିତ୍‌ମାନେ କାର୍ଯ୍ୟ କରୁଛନ୍ତି। ତେବେ ଏ କ୍ଷେତ୍ରରେ ବର୍ତ୍ତମାନର ପରିସ୍ଥିତିକୁ ମଧ୍ୟ ନଜରରେ ରଖାଯାଉଛି। ଏବଂ ଏହାର ସୁଫଳ ପାଇଲା ପରେ ତାକୁ ସମସ୍ତଙ୍କ ପାଇଁ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ସମୟରେ ଜାଗାଟିଏ କିଣି ଗୃହ ନିର୍ମାଣ କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ । ଏତେ ଖର୍ଚ୍ଚପରେ ଯଦି ବାସ୍ତୁନିୟମକୁ ମାନିବା ପାଇଁ ଭଙ୍ଗାରୁଜା କରବାକୁ ପଡ଼େ, ତେବେ ବହୁତ ଖର୍ଚ୍ଚ ହୋଇଥାଏ ।

ଏଣୁ ଯଦି କିଛି ବାସ୍ତୁ ନିୟମ ବିରୋଧି ନିର୍ମାଣ ହୋଇଯାଇଛି ତେବେ ପିରାମିଡ୍‌, ବାସ୍ତୁଯନ୍ତ୍ର, ରତ୍ନ, ଧାତୁ ଓ ଜଡ଼ିବୁଟିର ପ୍ରୟୋଗ ମାଧ୍ୟମରେ ସେହି ବାସ୍ତୁଦୋଷର ନିରାକରଣ କରାଯାଇପାରୁଛି ଏବଂ ଏହା ଶୁଭଫଳ ମଧ୍ୟ ପ୍ରଦାନ କରୁଛି । ବାସ୍ତୁର ମୁଖ୍ୟ କାମ ହେଉଛି ଏନର୍ଜି ବାଲାନସ୍‌, ଏଣୁ ଯଦି ବାସ୍ତୁ ନିୟମ ବିରୋଧରେ ନିର୍ମାଣ ହୋଇଛି ମାନେ ସେହିସ୍ଥାନରେ ଭୂମିର ଏନର୍ଜିରେ ଅସନ୍ତୁଳନ ହୋଇଛି, ତେବେ ସେହିସ୍ଥାନକୁ ଯଦି ଏନର୍ଜି ବାଲାନସ୍ କରିଦିଆଯାଏ, ବାସ୍ତୁଦୋଷ ଦୂର ହେବ ଏବଂ ଶୁଭଫଳ ମଧ୍ୟ ମିଳିବ । ଏହାକୁ ଆମେ ନିମ୍ନରେ କିଛି ଉଦାହରଣ ମାଧ୍ୟମରେ ବୁଝିବା ।

Advertisment

ଯଦି ଗୃହର ଦକ୍ଷିଣ-ପଶ୍ଚିମ ବା ନୈଋତ କୋଣରେ କୌଣସି ବାସ୍ତୁଦୋଷ ଥାଏ ତେବେ କିପରି ସମାଧାନ କରିପାରିବା ସେ ବିଷୟରେ ଜାଣିବା । ଆମେ ଜାଣିଛେ ଦକ୍ଷିଣ-ପଶ୍ଚିମ ବା ନୈଋତ କୋଣ ସବୁବେଳେ ଓଜନଦାର ହେବା କଥା ବା ଓଜନଦାର ନିର୍ମାଣ କାର୍ଯ୍ୟ ଏହି ସ୍ଥାନରେ ହେବା ଭଲ । ସେଥିପାଇଁ ଗୃହର ଶିଡ଼ିଘର ଏହି ସ୍ଥାନରେ କରିବା ପାଇଁ ପ୍ରଥମ ଚଏସ୍ ଭାବରେ ନିଆଯାଏ। କାରଣ ଏହି ନୈଋତ କୋଣର ଅଧିପତି ଗ୍ରହ ହେଉଛନ୍ତି ରାହୁ । ତେଣୁ ରାହୁର ଅଶୁଭ ଫଳକୁ ଓଜନଦାର ନିର୍ମାଣ ଦ୍ୱାରା କମ୍ କରିଦିଆଯାଏ । ଏଣୁ ଯଦି ଏହି ଯାଗାରେ ଭାରି ବା ଓଜନଦାର ନିର୍ମାଣ ହୋଇନି ବା ଶିଡ଼ିଗୃହ ହୋଇନି, ତେବେ ଏହି ଜାଗାର ବାସ୍ତୁକୁ ଠିକ୍ କରିବା ପାଇଁ ଅନ୍ୟ ଜାଗାର ଶିଡ଼ି ଗୃହ ଭାଙ୍ଗି ଏହି ଜାଗାରେ ପୁନର୍ବାର ନିର୍ମାଣ କଲେ ବହୁତ ଖର୍ଚ୍ଚ ହେବ।

ଏଥି ସହିତ ଭଙ୍ଗାରୁଜା ଦ୍ୱାରା ଗୃହ ଦୁର୍ବଳ ମଧ୍ୟ ହୋଇଯିବ । ତେଣୁ ଏହି ସ୍ଥାନକୁ ଏନର୍ଜି ବାଲାନସ୍ କରିବାକୁ ହେଲେ ଏହି ସ୍ଥାନରେ ରାହୁର ରତ୍ନ ଗୋମେଧ ଲଗାଇବାକୁ ହେବ ଏବଂ ତତ୍ ସହିତ ସିସା ମଧ୍ୟ ଏହି ସ୍ଥାନରେ ପୋତିବାକୁ ପଡ଼ିବ । କିନ୍ତୁ ଏହି ସିସା କେତେ ଓଜନର ପୋତିବାକୁ ପଡ଼ିବ ତାହା ଗୃହନିର୍ମାଣକୁ ତର୍ଜମା କରିିକି ପୋତିବାକୁ ପଡ଼ିବ । ଏହି ପ୍ରତିକାର କରିବା ଦ୍ୱାରା ଏହାର ଶୁଭ ପ୍ରଭାବ ତୁରନ୍ତ ଦେଖିବାକୁ ପାଇବେ । ଫଳରେ ରାହୁଙ୍କ ଯୋଗୁଁ ଗୃହରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇଯାଏ ଏବଂ ଗୃହରେ ଶାନ୍ତି ମଧ୍ୟ ପରିଲକ୍ଷିତ ହୋଇଥାଏ । ଏଣୁ ଆମେ ଗୃହକୁ ନଭାଙ୍ଗି ମଧ୍ୟ ଗୃହର ବାସ୍ତୁଦୋଷକୁ ସମ୍ପୂର୍ଣ୍ଣ ଭାବରେ ଠିକ୍ କରିଦେଇପାରିବା ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
Advertisment
Advertisment