Vastu Tips: ଜାଣି ରଖନ୍ତୁ ବିବାହିତା ମହିଳା... ଏହି ଜିନିଷ କେବେ ବି ଦିଅନ୍ତୁ ନାହିଁ

ବିବାହିତା ମହିଳା ନିଜ ହାତରୁ ଚୁଡ଼ି ବାହାର କରି ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ୍‌ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କଲେ, ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ।

ସାବଧାନ ବିବାହିତା ମହିଳା ... କରନ୍ତୁ ନାହିଁ ଏହି ଭୁଲ୍‌

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ଅଛି, ଯାହାକୁ ବିବାହିତା ମହିଳାମାନେ ଅନ୍ୟକୁ ଦେବା ଉଚିତ୍‌ ନୁହେଁ। କୁହାଯାଏ କି ଏହି ଜିନିଷ ବାଣ୍ଟିଲେ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ, ଯାହାକୁ ବାଣ୍ଟିଲେ ଅନେକ ସମସ୍ୟା ଦେଖାଯାଇଥାଏ।

ସିନ୍ଦୁର: ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ବିବାହିତା ମହିଳା ନିଜେ ଲଗାଉଥିବା ସିନ୍ଦୁରକୁ କାହାକୁ ଦେବା ଉଚିତ ନୁହେଁ। କୁହାଯାଏ ଏପରି କଲେ ସ୍ୱାମୀସ୍ତ୍ରୀ ମଧ୍ୟରେ ସଂପର୍କ ଭଲ ରୁହେ ନାହିଁ।

ପାଉଁଜି: ବିବାହିତା ମହିଳା ଗୋଡ଼ରେ ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧିଥାନ୍ତି। ଏହି ପାଉଁଜି ଏବଂ ଝୁଣ୍ଟିଆକୁ ମଧ୍ୟ ବାଣ୍ଟିବା ଉଚିତ୍‌ ନୁହେଁ। ଏହି ଦୁଇଟି ଜିନିଷକୁ ଗୋଡ଼ର ଅନ୍ତିମ ଆଭୂଷଣ ବୋଲି କୁହାଯାଇଥାଏ। ଏହାକୁ ବାଣ୍ଟିଲେ ସୌଭାଗ୍ୟ ନଷ୍ଟ ହୁଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।

ଟିକିଲି: ବିବାହିତା ମହିଳାମାନେ ମଥାର ଟିକିଲି ବା ବିନ୍ଦିକୁ ବାଣ୍ଟିବା ଉଚିତ୍‌ ନୁହେଁ। ଏପରିକି ଏହାକୁ ଅନ୍ୟ କାହା ମଥାରୁ ଆଣି ନିଜ ମଥାରେ ଲଗାଇବା ମଧ୍ୟ ଅନୁଚିତ୍‌ । ଏହାକୁ ପାପ ବୋଲି ବିବେଚନା କରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ମଥାର ଟିକିଲି ବାଣ୍ଟିଲେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ।

ଚୁଡ଼ି: ବିବାହିତା ମହିଳା ନିଜ ହାତରୁ ଚୁଡ଼ି ବାହାର କରି ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ୍‌ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କଲେ, ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ। ଏହା ସହିତ ବାସ୍ତୁଶାସ୍ତ୍ରରେ ବିବାହିତା ମହିଳାଙ୍କୁ ରୂପାର ଚୁଡ଼ି ପିନ୍ଧିବାକୁ ବାରଣ କରାଯାଇଛି।

କାଜଲ୍‌: ବାସ୍ତୁଶାସ୍ତ୍ର ଅନୁସାରେ ଆଖିର କାଜଲ୍‌ ବା କଳା ଦାନ କରିବା ଉଚିତ୍‌ ନୁହେଁ, ଏପରି କଲେ ଗରୀମା ନଷ୍ଟ ହୋଇଥାଏ। ଏହା ବ୍ୟତୀତ କାଜଲ୍‌ ବାଣ୍ଟିଲେ, ଇନ୍‌ଫେକସନ୍ ହେବାର ବିପଦ ମଧ୍ୟ ରହିଥାଏ। ଏଣୁ ଏହାକୁ ବାଣ୍ଟିବାକୁ ବାରଣ କରାଯାଇଛି। ଏଥିସହ ବିବାହିତ ମହିଳା ସିନ୍ଦୁର ଲଗାଇବା ବେଳେ ସୁତାଣୀରେ ବଙ୍କା କରି ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ ।

ଅଧିକ ପଢ଼ନ୍ତୁ: ସାବଧାନ... ବନ୍ଧୁଙ୍କୁ ଦେଉଛନ୍ତି କି ଏହି ସବୁ ଗିଫ୍ଟ...ଥରେ ଭାବନ୍ତୁ...