Advertisment

Vastu Tips: ଗୃହରେ ଦ୍ୱାର ଦୋଷ ଥିଲେ ଅକାଳ ମୃତ୍ୟୁ ଆସିବାର ସମ୍ଭାବନା ଥାଏ

ବାସ୍ତୁଜ୍ଞାନକୁ ମାନି ଯିଏ ଗୃହଟିଏ କରେ ସେ ସୁନିଶ୍ଚିତ ସେହି ଘରୁ ଶୁଭଫଳ ପାଏ । ଅନେକ ବାସ୍ତୁ ନିୟମ ଭିତରୁ ଆଜି ଏକ ମୁଖ୍ୟ ନିୟମ ଉପରେ ବିଚାର କରିବା ତାହା ହେଉଛି ଗୃହର ଦ୍ୱାର ଦୋଷ ବିଷୟରେ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ଦ୍ୱାରଦୋଷ ଥିଲେ ମିଳେ ଏହି ଅଶୁଭ ଫଳ

ଦ୍ୱାରଦୋଷ ଥିଲେ ମିଳେ ଏହି ଅଶୁଭ ଫଳ

ଆମକୁ ସଂସାରରେ ଚଳିବାକୁ ହେଲେ ଗୃହର ଆବଶ୍ୟକତା ରହିଛି । ଏହି ଗୃହଟି ଦୋଷ ଶୂନ୍ୟ ହେବା ଏକାନ୍ତ ଆବଶ୍ୟକ। ଦୋଷ ଯୁକ୍ତ ଗୃହରେ ବସବାସ କଲେ ଜୀବନ ସାରା ଦୁଃଖ, ଦାରିଦ୍ର, ଅକାଳ ମୃତ୍ୟୁ ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏଣୁ ସର୍ବ ପ୍ରଥମେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଭୂମିର ପରୀକ୍ଷା ନିରୀକ୍ଷା କରି ଶୁଭ ଦିନ, ବାର, ତିଥି, ନକ୍ଷତ୍ର ଆଦି ବିଚାର କରି ଗୃହ ଆରମ୍ଭ କଲେ ଗୃହକର୍ତ୍ତା ଏବଂ ଗୃହବାସୀଙ୍କ ମଙ୍ଗଳ ହୁଏ । ବହୁ ଆଦିମ କାଳରୁ ଆମର ମୁନିଋଷିମାନେ ଏହି ଜ୍ଞାନ ଆମକୁ ପ୍ରଦାନ କରିଛନ୍ତି । ଏହି ବାସ୍ତୁଜ୍ଞାନକୁ ମାନି ଯିଏ ଗୃହଟିଏ କରେ ସେ ସୁନିଶ୍ଚିତ ସେହି ଘରୁ ଶୁଭଫଳ ପାଏ ।

Advertisment

ଅନେକ ବାସ୍ତୁ ନିୟମ ଭିତରୁ ଆଜି ଏକ ମୁଖ୍ୟ ନିୟମ ଉପରେ ବିଚାର କରିବା ତାହା ହେଉଛି ଗୃହର ଦ୍ୱାର ଦୋଷ ବିଷୟରେ । ଗୃହର ଆକାର, ଆକୃତି ଏବଂ ଗୃହବାସୀଙ୍କ ବିଭିନ୍ନ ଆବଶ୍ୟକତାକୁ ନେଇ ଗୃହରେ ଆମେ ଦ୍ୱାରର ସଂଖ୍ୟା ଅର୍ଥାତ୍ କେତେଗୋଟି ଦ୍ୱାର ହେବ ତାହା ବିଚାର କରିଥାଉ। ସେତେବେଳେ ଆମ ମନକୁ ଆସେ କି ଦ୍ୱାର ସମ ସଂଖ୍ୟାରେ ହେବା କଥା କି ବିଷମ ସଂଖ୍ୟାରେ ହେବା କଥା।  ତେବେ ଏହାର ଉତ୍ତରରେ ମୁଁ କହିବି ଯେ ଦ୍ୱାର ନିଜର ଆବଶ୍ୟକତାକୁ ନେଇ ନିର୍ମାଣ କଲେ ଭଲ ସେଥିରେ ସମ କି ବିଷମ ସଂଖ୍ୟାର ବିଚାରର ଆବଶ୍ୟକତା ନାହିଁ । ଏଣୁ ଦ୍ୱାର ସମ ସଂଖ୍ୟକ ହେଲେ ଚଳିବ ଏବଂ ବିଷମ ସଂଖ୍ୟକ ହେଲେ ବି ଚଳିବ । କିନ୍ତୁ କେତେକ ଆବଶ୍ୟକ ନିୟମ ମାନ ନିମ୍ନରେ ରହିଛି, ଏହାକୁ ବିଚାରରେ ରଖି ଦ୍ୱାରର ନିୟମକୁ ମାନିଲେ ଶୁଭ ଫଳ ମିଳିବ ।

ଯଦି କୌଣସି ଗୃହରେ ଗୋଟେ ପ୍ରଦେଶ ଦ୍ୱାର ଥାଏ ତେବେ ଏହା ପୂର୍ବ କିମ୍ବା ଉତ୍ତର ଦିଗକୁ କରିହେଉଥିଲେ ବହୁତ ଭଲ । କିନ୍ତୁ ଯଦି ଗୃହଟି ଦକ୍ଷିଣ ମୁଖୀ କିମ୍ବା ପଶ୍ଚିମ ମୁଖୀ ହୋଇଥାଏ ତେବେ ଏହି ପରି ଗୃହରେ ଦୁଇ ଗୋଟି ପ୍ରବେଶ ଦ୍ୱାର କରିବା ନିହାତି ଆବଶ୍ୟକ କାରଣ ଯଦି ଗୃହଟି ଦକ୍ଷିଣ ମୁଖୀ ତେବେ ଦକ୍ଷିଣ ଦ୍ୱାର ତ ନିହାତି ରହିବ ଏହା ସହିତ ଗୋଟେ ପୂର୍ବ ଦିଗକୁ ଦ୍ୱାର କଲେ ଶୁଭ ।

Advertisment

ଯଦି ଗୃହଟି ପଶ୍ଚିମମୁଖୀ ଗୃହ ତେବେ ପଶ୍ଚିମ ଦିଗରେ ଦ୍ୱାର କରିବା ସହିତ ଉତ୍ତର ଦିଗରେ ଦ୍ୱାରଟିଏ ରଖିଲେ ଶୁଭଫଳ ମିଳିଥାଏ । ଏହା ହେଉଚି ପ୍ରଥମ ଚଏସ୍ । ନହେଲେ ପଶ୍ଚିମ ଦ୍ୱାର ସହିତ ଗୋଟିଏ ପୂର୍ବକୁ ଦ୍ୱାର କରିବେ ଏବଂ ଦକ୍ଷିଣ ଦ୍ୱାର ସହିତ ଗୋଟେ ଉତ୍ତରକୁ ଦ୍ୱାର କରିବେ, ତାହାଲେ ମଧ୍ୟ ଶୁଭଫଳ ମିଳିବ । ଯଦି ଘରେ ତିନିଗୋଟି ଦ୍ୱାର କରିବାକୁ ଥାଏ, ତେବେ ଦୁଇଗୋଟି ଦ୍ୱାର ପୂର୍ବ ଓ ଉତ୍ତର ଦିଗକୁ ରଖି ଅନ୍ୟ ଦ୍ୱାରଟିି ଦକ୍ଷିଣ କିମ୍ବା ପଶ୍ଚିମ ପଟକୁ ରଖି ପାରିବେ । କିନ୍ତୁ କେବେ ବି ଦକ୍ଷିଣ ଓ ପଶ୍ଚିମରେ ଦୁଇଟି ଦ୍ୱାର ରଖିବେ ନାହିଁ । ଏଣୁ ସବୁବେଳେ ଅଧିକ ଦ୍ୱାର ଉତ୍ତର ଓ ପୂର୍ବ ଭାଗରେ କରିବେ ଏବଂ କମ ଦ୍ୱାର ଦକ୍ଷିଣ ଏବଂ ପଶ୍ଚିମ ପଟରେ କରିବେ । ଯଦି କେବଳ ଦକ୍ଷିଣ ଓ ପଶ୍ଚିମରେ ଦ୍ୱାର କରିଛନ୍ତି କୌଣସି ବି ଦ୍ୱାର ଉତ୍ତର କିମ୍ବା ପୂର୍ବକୁ ନାହିଁ ତେବେ ସେହିପରି ଗୃହରେ ବସବାସ କଲେ ଅନେକ ଅଶୁଭଫଳ ଭୋଗିବାକୁ ପଡ଼ିଥାଏ । ଏମିତି କି ଅକାଳ ଓ ଅସମୟରେ ଆକସ୍ମିକ ମୃତ୍ୟୁ ପରି ଦୁଃଖ ପରିସ୍ଥିତି ମଧ୍ୟ ଉପୁଜିବାର ଦେଖାଯାଇଛି । ସୁତରାଂ ଏହି ଦିଗ ପ୍ରତି ପ୍ରତି ବିଶେଷ ସଚେତନ ହୋଇ ଗୃହ ନିର୍ମାଣ କଲେ ଶୁଭଫଳ ମିଳିବ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
Advertisment
Advertisment