Advertisment

Vastu Tips: ଏହିପରି ବାସ୍ତୁଦୋଷ ଥିଲେ ଗୃହିଣୀମାନେ ରୋଗିଣା ହୋଇଯାଆନ୍ତି

ଯଦି ଭୂମିଟି ଐଶାନ୍ୟମୁଖୀ ଭୂଖଣ୍ଡ ଅର୍ଥାତ୍ ଭୂମିର ରାସ୍ତା ଉତ୍ତର-ପୂର୍ବ ଐଶାନ୍ୟ ପଟରେ ଥାଏ ତେବେ ସେହିପରି ଭୂମିକୁ ଆମେ ଐଶାନ୍ୟମୁଖୀ ଭୂଖଣ୍ଡ କହିଥାଉ । ଏହି ପରି ଭୂମିରେ ଗୃହ କଲାବେଳେ ଗୃହକର୍ତ୍ତା ବିଶେଷ ଭାବରେ ଧ୍ୟାନଦେଇ ବାସ୍ତୁବିତଙ୍କ ପରାମର୍ଶ ନେଇ ଗୃହନିର୍ମାଣ କରିବା କଥା ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ଘର ପାଖରେ ଆପାର୍ଟମେଣ୍ଟ ଥିଲେ ପଡ଼େ ଏହି ପ୍ରଭାବ

ଘର ପାଖରେ ଆପାର୍ଟମେଣ୍ଟ ଥିଲେ ପଡ଼େ ଏହି ପ୍ରଭାବ

ମଣିଷ ଜୀବନରେ ସମସ୍ତ ପ୍ରକାର ପ୍ରାପ୍ତିକୁ ଚାରିଭାଗରେ ବିଭକ୍ତ କରାଯାଇଛି ତାହା ହେଉଛି ଧର୍ମ, ଅର୍ଥ, କାମ, ମୋକ୍ଷ । ଏଣୁ ସମସ୍ତଙ୍କ ପ୍ରଥମ ଲକ୍ଷ ହେଉଛି ଏହି ଚାରୋଟିକୁ ପ୍ରାପ୍ତ କରିବା ଅର୍ଥାତ ଧର୍ମ ମାର୍ଗରେ କର୍ମ କରି ଧନ ଉପାର୍ଜନ କରିବା ଏବଂ ମୋକ୍ଷ ପ୍ରାପ୍ତ ହେବା । କିନ୍ତୁ ଦୁଃଖର କଥା ଏହା ସମସ୍ତଙ୍କ ଭାଗ୍ୟରେ ପ୍ରାପ୍ତ ହୁଏ ନାହିଁ । ଏହାର କାରଣ ଜାଣିବା ପାଇଁ ଆମ ମୁନିଋଷିମାନେ ଜ୍ୟୋତିଷବିଦ୍ୟାର ଉଦ୍‌ଭାବନ କଲେ । ଜ୍ୟୋତିଷ ବିଦ୍ୟାର ଗୋଟେ ଅଙ୍ଗ ହେଉଛି ବାସ୍ତୁ ବିଦ୍ୟା । ପ୍ରାକୃତିକ , ଭୌତିକ, ଅଧିଭୌତିକ, ଦୈବିକର କୁପ୍ରଭାବ ରୁ ରକ୍ଷା ପାଇଁ ଏବଂ ସୁଖ-ଶାନ୍ତିରେ ରହିବା ପାଇଁ ଗୃହର ଆବଶ୍ୟକତା ରହିଛି ଏବଂ ଗୃହ ନିର୍ମାଣ କରିବାର ବିଦ୍ୟାକୁ ବାସ୍ତୁବିଦ୍ୟା କୁହାଯାଏ ।

Advertisment

ଏହି ବାସ୍ତୁବିଦ୍ୟାର ପ୍ରବର୍ତ୍ତକଙ୍କ ଭିତରୁ ‘ବିଶ୍ୱକର୍ମା” ହେଉଛନ୍ତି ଶ୍ରେଷ୍ଠ ବାସ୍ତୁବିତ୍ । ବିଶ୍ୱକର୍ମାଙ୍କ ମତରେ ବାସ୍ତୁଶାସ୍ତ୍ରର ଜ୍ଞାନ ଅଧ୍ୟୟନ କରିବା ଦ୍ୱାରା ମନୁଷ୍ୟକୁ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଆଦି ଚତୁବର୍ଗର ଫଳ ପ୍ରାପ୍ତି ହୋଇଥାଏ । କାରଣ ବାସ୍ତୁଶାସ୍ତ୍ରର ଅଧ୍ୟୟନ ଫଳରେ ମନୁଷ୍ୟ ଭିତରେ ଏକ ଆଲୌକିକ ଗୁଣର ବିକାଶ ହୋଇଥାଏ ଫଳରେ ସେହି ପ୍ରକାର ମନୁଷ୍ୟ ନିଜର କଲ୍ୟାଣ କରିବା ସହିତ ଅନ୍ୟ ସମସ୍ତ ପ୍ରାଣୀଙ୍କ ହିତ ସାଧନ କରିଥାଏ । ଏହି ବାସ୍ତୁବିଦ୍ୟା ଅନ୍ତର୍ଗତ କେତେକ ନିୟମ ବିଷୟରେ ଜାଣିବା ।

ଯଦି ଭୂମିଟି ଐଶାନ୍ୟମୁଖୀ ଭୂଖଣ୍ଡ ଅର୍ଥାତ୍ ଭୂମିର ରାସ୍ତା ଉତ୍ତର-ପୂର୍ବ ଐଶାନ୍ୟ ପଟରେ ଥାଏ ତେବେ ସେହିପରି ଭୂମିକୁ ଆମେ ଐଶାନ୍ୟମୁଖୀ ଭୂଖଣ୍ଡ କହିଥାଉ । ଏହିପରି ଭୂମିରେ ଗୃହ କଲାବେଳେ ଗୃହକର୍ତ୍ତା ବିଶେଷ ଭାବରେ ଧ୍ୟାନଦେଇ ବାସ୍ତୁବିତଙ୍କ ପରାମର୍ଶ ନେଇ ଗୃହନିର୍ମାଣ କରିବା କଥା । ଏହି ପରି ସ୍ଥାନରେ ବିଶେଷ ଭାବରେ ଦେଖିବା କଥା କି ଉତ୍ତର ଭାଗରେ ନିଜ ଭୂମିର ବାହାରେ ଯଦି ବଡ ବଡ ଆପାର୍ଟମେଣ୍ଟ କି ପାହାଡ କି କୌଣସି ବି ବିଶାଳକାୟ ଅଟ୍ଟାଳିକା ନିର୍ମାଣ ହୋଇଥାଏ,ତେବେ ଏହାର ପ୍ରଭାବ ସେହି ଗୃହରେ ରହୁଥିବା ମହିଳାମାନଙ୍କୁ ପ୍ରଭାବିତ କରିଥାଏ । ଫଳରେ ସେହି ଗୃହର ମହିଳାମାନେ ରୋଗଗ୍ରସ୍ତ ହୋଇ ଶିଘ୍ର ମୃତ୍ୟୁବରଣ ମଧ୍ୟ କରିଥାନ୍ତି ।

Advertisment

ପ୍ରତିକାର- ନିଜ ଭୂମି ଓ ଉତ୍ତର ଭାଗରେ ଥିବା ବଡ ଅଟ୍ଟାଳିକା, ଆପାର୍ଟମେଣ୍ଟ କିମ୍ବା ପାହାଡ ମଝିରେ ନିଜ ଉତ୍ତର ଭାଗ ଭୂମିରୁ କିଛି ଜାଗା ତ୍ୟାଗ କରି ସର୍ବସାଧାରଣଙ୍କ ଯିବା ଆସିବା ପାଇଁ ରାସ୍ତାଟିଏ କରିଦେବେ, ଫଳରେ ଆପଣଙ୍କ ଭୂମିରେ ଐଶାନ୍ୟ ପଟରେ ରାସ୍ତା ସହିତ ଉତ୍ତର-ପଶ୍ଚିମ ଅର୍ଥାତ ବାୟୁକୋଣ ପଟରେ ମଧ୍ୟ ରାସ୍ତାଟିଏ ମିଳିଯିବ ଫଳରେ ଏହିପରି ବାସ୍ତୁଦୋଷର ପ୍ରତିକାର ହୋଇଯିବ । ଯଦି ଭୁମି ବଡ ନଥାଏ କିମ୍ବା ରାସ୍ତା ଛାଡିବା ପାଇଁ ସୁବିଧା ନ ଥାଏ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶନେଇ ପିରାମିଡ୍ ଏବଂ ଏହି ଦିଗର ମେଟାଲ ସାହାଯ୍ୟରେ ପ୍ରତିକାର କରାଗଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ଏବଂ ଏହିପରି ସ୍ଥାନରେ ମହିଳା ମାନେ ବସବାସ କଲେ ଶୁଭଫଳ ପାଇବେ ।  ଏହିପରି ଛୋଟ ଛୋଟ ଦିଗପ୍ରତି ଧ୍ୟାନ ଦେଇ ଗୃହ ନିର୍ମାଣ କଲେ ଶୁଭ ଫଳ ପାଇବେ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips
Advertisment
Advertisment