Advertisment

ସ୍ୱପ୍ନରେ ମାଛ ଦେଖୁଛନ୍ତି କି ? ମିଳିଥାଏ ଏହି ସଂକେତ

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଦେଖାଯାଉଥିବା ପ୍ରତ୍ୟେକ ଜିନିଷର କିଛି ନା କିଛି ଅର୍ଥ ରହିଛି । ଏଥିମଧ୍ୟରୁ କିଛି ଅତୀତର ହୋଇଥାଏ ଏବଂ କିଛି ଭବିଷ୍ୟତର ଆଇନା ଦେଖାଇଥାନ୍ତି । ଏହା ଜୀବନରେ ଶୁଭ ଏବଂ ଅଶୁଭ ପରିଣାମ ନେଇ ଆସିଥାଏ ।

ଅଦ୍ୟତନ ହୋଇଛି
What Does It Mean If You Dream About Fish

What Does It Mean If You Dream About Fish?

Advertisment

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତି ମାଛର ସ୍ୱପ୍ନ ଦେଖିବା ଶୁଭ ବୋଲି ବିବେଚିତ କରାଯାଇଛି । ମାଛକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ବିବେଚିତ କରାଯାଇଛି । ଏମିତିରେ ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ମାଛ ଦେଖିଥାନ୍ତି ତେବେ ଭବିଷ୍ୟତରେ ହଠାତ ଧନ ଲାଭ ହେବାର ସମ୍ଭାବନା ରହିଥାଏ । ମାତା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ । ଏହା ବ୍ୟକ୍ତିଙ୍କ ଜୀବନରେ ମିଶ୍ରିତ ପ୍ରଭାବ ପକାଇଥାଏ । ଏହା ସହ ଅନୁକୂଳ ଏବଂ ପ୍ରତିକୂଳ ସଂକେତର କାରକ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ମାଛ ଦେଖିବା କ’ଣ ସଂକେତ ଦେଇଥାଏ ।

Advertisment

ସୁନେଲି ରଂଗ ମାଛ:

ସ୍ୱପ୍ନରେ ସୁନେଲି ରଂଗର ମାଛ ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ଭବିଷ୍ୟତରେ ପରିବାର ଏବଂ ସମ୍ପର୍କୀୟଙ୍କ ଠାରୁ ଭଲପାଇବା ମିଳିବ ଏବଂ ସମାଜରେ ସମ୍ମାନ ବୃଦ୍ଧି ହେବ । ଅପରପକ୍ଷରେ ଗୋଲ୍ଡ ଫିଶକୁ ପ୍ରେମର ପ୍ରତୀକ ଅଟେ । ଏହା ଆପଣଙ୍କ ଜୀବନରେ ସମନ୍ୱୟ ଆଣିଥାଏ ।

ଅଧିକ ପଢ଼ନ୍ତୁ: Dream World: ସ୍ୱପ୍ନରେ ଦେଖୁଛନ୍ତି କି ଏହି ୫ ଜିନିଷ; ଜାଣନ୍ତୁ କିଏ ଶୁଭ କିଏ ଅଶୁଭ

Advertisment

ବିଭିନ୍ନ ରଂଗର ମାଛ:

ସ୍ୱପ୍ନରେ ବିଭିନ୍ନ ରଂଗର ମାଛ ଦେଖିବାର ଅର୍ଥ ହେଉଛି ଆଗାମୀ ସମୟରେ ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ । ଯେଉଁ କାର୍ଯ୍ୟକୁ ଆପଣ ଅନେକ ଦିନରୁ କରିବା ପାଇଁ ଚେଷ୍ଟା କରୁଥିଲେ ତାହା ସମ୍ପୂର୍ଣ୍ଣ ହେବ । ଆପଣଙ୍କ କାର୍ଯ୍ୟରେ ଦେଖାଦେଉଥିବା ସମସ୍ତ ବାଧାବିଘ୍ନ ଦୂର ହେବ । ରଂଗୀନ ମାଛ ସଫଳତାର ପ୍ରତୀକ ଆଟେ । ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ଯୁଗଳ ମାଛ :

ସ୍ୱପ୍ନରେ ଯୁଗଳ ମାଛ ଦେଖିବା ପ୍ରେମ ଓ ବୈବାହିକ ଜୀବନ ପାଇଁ ଶୁଭ ସଂକେତ । ଆପଣଙ୍କ ଜୀବନରେ ପାର୍ଟନରଙ୍କ ଭଲପାଇବା ବୃଦ୍ଧି ହୋଇଥାଏ ।

Advertisment

ମାଛ ପହଁରୁଥିଲେ:

ସ୍ୱପ୍ନରେ ପହଁରୁଥିବା ମାଛ ଦେଖିଲେ ଭାବିବେ ଆପଣଙ୍କ ଜୀବନରେ ଭଲ ଦିନ ଶୀଘ୍ର ଆସିବ । ସୁଖ, ସମୃଦ୍ଧି, ଶାନ୍ତି, ଐଶ୍ୱର୍ଯ୍ୟ ଓ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଚାକିରି ଏବଂ ବ୍ୟାପାର କ୍ଷେତ୍ରରେ ମଧ୍ୟ ଶୁଭ ଖବର ମିଳିଥାଏ ।

ଆକ୍ୱାରିୟମରେ ମାଛ:

ସ୍ୱପ୍ନରେ ଆକ୍ୱାରିୟମରେ ମାଛ ଦେଖିବା କୌଣସି ସ୍ଥିତିରେ ନିଜକୁ ଅସହାୟ ଅନୁଭବ କରିବାକୁ ଦର୍ଶାଇଥାଏ । ଏଭଳି ପରିସ୍ଥିତିରୁ ବାହାରିବା ପାଇଁ ଶୀଘ୍ର କୌଣସି ନିଷ୍ପତ୍ତି ନେବା ଉତ୍ତମ ଅଟେ । ଆପଣଙ୍କ ଦାୟିତ୍ୱ ବୃଦ୍ଧି ହେବା ସୂଚାଇଥାଏ ।

ନିଜେ ମାଛ ଧରୁଥିବାର ଦେଖିବା:

ସ୍ୱପ୍ନରେ ମାଛ ଧରୁଥିବାର ଦେଖିଲେ ଏହା ବାସ୍ତବ ଜୀବନରେ ଆପଣଙ୍କ ଅସଫଳତାକୁ ଦର୍ଶାଇଥାଏ । ଏହା ସହ ଶୀଘ୍ର ସଫଳତା ମିଳିବା ନେଇ ଆଶା ମଧ୍ୟ ରହିଥାଏ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସୂଚାଇଥାଏ ।

Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ