Whatsapp will stop working on these older phones
କିଛି ପୁରୁଣା iPhone ଏବଂ Android ଡିଭାଇସ୍ରେ WhatsApp ଆଉ କାମ କରିବ ନାହିଁ। ଏହି ପରିବର୍ତ୍ତନ ୧ ଜୁନ୍ ୨୦୨୫ରୁ କାର୍ଯ୍ୟକାରୀ ହେବ। ପୂର୍ବରୁ ମେଟା (ହ୍ୱାଟ୍ସଆପର ମୂଳ କମ୍ପାନୀ) କହିଥିଲା ଯେ ଏହା ୨୦୨୫ ମେ’ରେ କାର୍ଯ୍ୟକାରୀ ହେବ, କିନ୍ତୁ ଏବେ ଏହା ଗୋଟିଏ ଦିନ ପରେ କାର୍ଯ୍ୟକାରୀ ହେଉଛି।
ଏହି ପରିବର୍ତ୍ତନ କାହିଁକି:
ଏହା ମେଟାର ଏକ ନିୟମିତ ଅପ୍ଡେଟ୍ ପ୍ରକ୍ରିୟା, ଯାହା ଅଧୀନରେ କିଛି ସମୟ ପରେ WhatsApp ପୁରୁଣା ଅପରେଟିଂ ସିଷ୍ଟମ୍ରେ ଏହାର ସମର୍ଥନ ବନ୍ଦ କରିଦିଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୁରକ୍ଷା ଏବଂ ଉନ୍ନତ କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରିବା।
ଅଧିକ ପଢ଼ନ୍ତୁ: WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍ରେ ଆଡ୍ କରିପାରିବେ ନାହିଁ
ଏହି ଅପରେଟିଂ ସିଷ୍ଟମ୍ରେ ଆଉ ଚାଲିବ ନାହିଁ WhatsApp:
- iOS 15 କିମ୍ବା ପୁରୁଣା ସଂସ୍କରଣ
- Android 5.0 (Lollipop) କିମ୍ବା ପୁରୁଣା ସଂସ୍କରଣ
ଏହି ଫୋନଗୁଡ଼ିକ କରିବ ନାହିଁ ସପୋର୍ଟ:
- iPhone 5s
- iPhone 6
- iPhone 6 Plus
- iPhone 6s
- iPhone 6s Plus
- iPhone SE (1st Gen)
- Samsung Galaxy S4
- Samsung Galaxy Note 3
- Sony Xperia Z1
- LG G2
- Huawei Ascend P6
- Moto G (1st Gen)
- Motorola Razr HD
- Moto E (2014)
ତାଲିକାରେ ଥିଲେ କ’ଣ କରିବେ:
ପ୍ରଥମେ, ଆପଣଙ୍କ ଫୋନରେ କେଉଁ ସଫ୍ଟୱେର୍ ଚାଲୁଛି ତାହା ଯାଞ୍ଚ କରନ୍ତୁ। ଯଦି ଆପଣ iOS 15.1 କିମ୍ବା Android 5.1 ଏବଂ ତା'ପରର ସଂସ୍କରଣ ବ୍ୟବହାର କରୁଛନ୍ତି, ତେବେ WhatsApp ଚାଲିବା ଜାରି ରହିବ। ଯଦି ଫୋନ୍ ଅପ୍ଡେଟ୍ ହୋଇପାରିବ ନାହିଁ, ତେବେ ନୂଆ ଫୋନ୍ ନେବା ପୂର୍ବରୁ ଆପଣଙ୍କର WhatsApp ଡାଟାର ବ୍ୟାକ୍ଅପ୍ ନିଅନ୍ତୁ।
ପୁରୁଣା iOS ଏବଂ Android ସଂସ୍କରଣଗୁଡ଼ିକୁ ଆଉ ସୁରକ୍ଷା ଅପ୍ଡେଟ୍ ମିଳୁ ନାହିଁ, ଯାହା ଫଳରେ ଡାଟା ହ୍ୟାକିଂ ଏବଂ ଅନ୍ୟାନ୍ୟ ସାଇବର ବିପଦର ଆଶଙ୍କା ବୃଦ୍ଧିପାଉଛି। ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ WhatsApp ତରଫରୁ ଏହି ପଦକ୍ଷେପ ନିଆଯାଇଛି।