ହ୍ବାଟସଆପ୍ ୟୁଜର୍ସଙ୍କ ଉପରକୁ ମାଡ଼ି ଆସୁଛି ବିପଦ । ଚେତାବନୀ ଦେଲେ ଭାରତ ସରକାର । ଶୀଘ୍ର ସତର୍କ ହୁଅନ୍ତୁ ନହେଲେ ହୋଇପାରେ ବଡ଼ କ୍ଷତି । ବର୍ତ୍ତମାନ ହ୍ୱାଟସ୍ଆପ୍ ବିନା ଅଧିକାଂଶ ଲୋକଙ୍କ ଚଳିବା ମୁସ୍କିଲ ହୋଇପଡ଼ିଛି । ହେଲେ ଏଭଳି ସମୟରେ ହ୍ୱାଟସଆପ୍ ୟୁଜର୍ସକୁ ସତର୍କ କରାଇଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ କମ୍ପ୍ୟୁଟର ଏମରଜେନ୍ସୀ ରେସପୋନ୍ସ୍ ଟିମ୍ ବା CERT-IN । ଆଉ ଏହି ଚେତାବନୀ ବିଶେଷ କରି ହ୍ୱାଟସଆପ୍ ଡେକ୍ସଟପ୍ ୟୁଜର୍ସମାନଙ୍କ ପାଇଁ ଆସିଛି । ଅର୍ଥାତ ଯେଉଁମାନେ ଲାପଟପ୍ କିମ୍ୱା କମ୍ପୁଟରରେ WhatsApp ଆପ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପ୍ରତି ବିପଦ ଅଛି ।
Also Read
ଅଧିକ ପଢ଼ନ୍ତୁ: ମାନସିକ ସ୍ୱାସ୍ଥ୍ୟ ଉପରେ ସାଂଘାତିକ ପ୍ରଭାବ ପକାଉଛି ‘ଲକ୍ଷ୍ୟହୀନ ମୋବାଇଲ୍ ସ୍କ୍ରୋଲିଂ’ !
ସରକାର ହ୍ୱାଟସଆପ୍ରେ କିଛି ସୁରକ୍ଷା ତ୍ରୁଟି ପାଇଛନ୍ତି, ଯାହାର ସୁଯୋଗ ନେଇ ହ୍ୟାକର୍ସ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରିବେ। ଏହି ତ୍ରୁଟି ଯୋଗୁଁ ଆପଣଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇପାରେ । ସରକାର ବ୍ୟବହାରକାରୀମାନଙ୍କୁ ତୁରନ୍ତ ସେମାନଙ୍କର ହ୍ୱାଟସଆପକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ନୂତନ ଅପଡେଟରେ ଏହି ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଇଛି । ଏହା ବ୍ୟତୀତ, ଯେକୌଣସି ସନ୍ଦିଗ୍ଧ ଲିଙ୍କ୍ ଉପରେ କ୍ଲିକ୍ ନକରିବାକୁ ବ୍ୟବହାରକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ମେସେଜ୍ ପଠାଏ, ତେବେ ଏହାକୁ ଅଣଦେଖା କରନ୍ତୁ ଏବଂ ତୁରନ୍ତ ବ୍ଲକ୍ କରନ୍ତୁ ।
CERT-IN କହିଛି ଯେ, ଯଦି ଆପଣ PCରେ ହ୍ୱାଟସଆପକୁ ଅପଡେଟ୍ ନ କରିଛନ୍ତି ତେବେ ହୋଇପାରେ ହ୍ୟାକର୍ସମାନେ ଦୁର୍ବଳ ସୁରକ୍ଷାର ଫାଇଦା ଉଠାଇପାରନ୍ତି । ଆଉ ହ୍ୱାଟ୍ସଆପ୍ ବ୍ୟବହାରକାରୀ ମାନେ ସ୍ପୁଫିଂ ଆକ୍ରମଣର ସମ୍ମୁଖୀନ ହୋଇପାରନ୍ତି । ତେଣୁ ସତର୍କ ରହିବା ସହ ହ୍ବାଟସଆପକୁ ତୁରନ୍ତ ଲାଟେଷ୍ଟ ଭର୍ସନକୁ ଅପଡେଟ୍ କରିବାକୁ ୟୁଜର୍ସଙ୍କୁ ପରାମର୍ଶ ଦେଇଛନ୍ତି ଭାରତ ସରକାର । ଏହାସହ କୌଣସି ଅଜଣା ବ୍ୟକ୍ତିଙ୍କ ମେସେଜର ରିପ୍ଲାଏ ଓ କୌଣସି ଅଜଣା ଲିଙ୍କକୁ କ୍ଲିକ ନକରି ସେହି ନମ୍ୱରକୁ ବ୍ଲକ କରିବାକୁ ପରାମର୍ଶ ଦିଆଯାଇଛି ।