Advertisment

ହ୍ୱାଟସ୍‌ଆପ୍‌ର ଧମକ, ଆମ କଥା ନ ଶୁଣିଲେ ଭାରତ ଛାଡ଼ିବୁ

ଗୋପନୀୟତା ଏବଂ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ପାଇଁ ହିଁ ଲୋକମାନେ ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତି। ଯଦି ଏହାକୁ ହଟାଇବାକୁ କୁହାଯାଏ ତେବେ ଏହି ଅନଲାଇନ୍‌ ମେସେଜିଂ ପ୍ଲାଟଫର୍ମ ଭାରତରେ କାମ କରିବା ବନ୍ଦ କରିବ ।

ଅଦ୍ୟତନ ହୋଇଛି
WhatsApp Vs Centre In Delhi High Court

Whatsapp

Advertisment

ଯଦି ହ୍ୱାଟସ୍‌ଆପ୍‌ ମେସେଜ୍‌ରୁ ଏନକ୍ରିପସନ୍‌ ହଟାଇବାକୁ କୁହାଯାଏ, ତେବେ ଆମକୁ ଭାରତ ଛାଡ଼ିବାକୁ ପଡ଼ିବ । ଦିଲ୍ଲୀ ହାଇକୋର୍ଟରେ ଏମିତି କିଛି କହିଛି ହ୍ୱାଟସ୍‌ଆପ୍‌ । କମ୍ପାନୀ କହିଛି ଯେ ଗୋପନୀୟତା ଏବଂ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ପାଇଁ ହିଁ ଲୋକମାନେ ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତି। ଯଦି ଏହାକୁ ହଟାଇବାକୁ କୁହାଯାଏ ତେବେ ଏହି ଅନଲାଇନ୍‌ ମେସେଜିଂ ପ୍ଲାଟଫର୍ମ ଭାରତରେ କାମ କରିବା ବନ୍ଦ କରିବ ।

Advertisment

ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ଏକ ମାମଲାର ଶୁଣାଣି ବେଳେ ହ୍ୱାଟସ୍‌ଆପ୍‌ ପକ୍ଷରୁ ଏହା କୁହାଯାଇଛି । ହ୍ୱାଟସ୍‌ଆପ୍‌ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାର ଆବେଦନକୁ କୋର୍ଟରେ ଶୁଣାଣି କରାଯାଉଛି । ଯେଉଁଥିରେ ୨୦୨୧ IT ନିୟମକୁ ଚ୍ୟାଲେଞ୍ଜ କରାଯାଇଛି ।

ସୂଚନା ଅନୁସାରେ, IT ନିୟମ ୨୦୨୧ ଅନୁସାରେ ହ୍ୱାଟସ୍ଆପରୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ସିକ୍ୟୁରିଟି ବ୍ୟବସ୍ଥା ହଟାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆବେଦନ କରାଯାଇଛି। ଏହା ଦ୍ୱାରା ଚାଟ୍‌ର ଯାଞ୍ଚ ଏବଂ ପ୍ରକୃତରେ କିଏ ଚାଟ୍ କରିଛନ୍ତି ଜାଣିବା ସହଜ ହେବ। କିନ୍ତୁ କମ୍ପାନୀ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: EVMକୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍‌, VVPAT ଯାଞ୍ଚ ନେଇ ସମସ୍ତ ଆବେଦନ ଖାରଜ

ଏହା ଦ୍ୱାରା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଭାଙ୍ଗିବ। ୨୫ ଫେବୃଆରୀ ୨୦୨୧ରେ କେନ୍ଦ୍ର ସରକାର ୨୦୨୧ IT ନିୟମର ଘୋଷଣା କରିଥିଲେ। ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍‌, ଟ୍ୱିଟର (ବର୍ତ୍ତମାନ X) ପରି ବଡ଼ ବଡ଼ ପ୍ଲାଟଫର୍ମଗୁଡିକ ନୂତନ ନିୟମ ଅନୁସରଣ କରିବାକୁ ପଡିବ ବୋଲି କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲା।

Advertisment

ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାରେ ହ୍ୱାଟସ୍‌ଆପ୍‌ ପକ୍ଷରୁ ଲଢ଼ୁଥିବା ଓକିଲ ତେଜସ୍ କାରିଆ କହିଛନ୍ତି ଯେ, ପ୍ଲାଟଫର୍ମ ଭାବରେ ଆମେ କହୁଛୁ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ, ତେବେ କମ୍ପାନୀ ଭାରତରେ କାର୍ଯ୍ୟକାରୀ କରିବନି। କାରଣ ଲୋକମାନେ କେବଳ କମ୍ପାନୀର ଗୋପନୀୟତା ବୈଶିଷ୍ଟ୍ୟକୁ ଦୃଷ୍ଟିରେ ରଖି ହ୍ୱାଟସ୍ଆପ୍ ବ୍ୟବହାର କରନ୍ତି।

ଦିଲ୍ଲୀ ହାଇକୋର୍ଟରେ ଯେଉଁ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିଲେ ସେ ପଚାରିଥିଲେ ଯେ ଅନ୍ୟ ଦେଶରେ ମଧ୍ୟ ଏପରି ନିୟମ ଅଛି କି ? ଏହାର ଉତ୍ତରରେ ହ୍ୱାଟସ୍‌ଆପ୍ କହିଛି ଯେ ଦୁନିଆର କୌଣସି ସ୍ଥାନରେ ଏପରି ନିୟମ ନାହିଁ। ବ୍ରାଜିଲରେ ମଧ୍ୟ ନୁହେଁ। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୪ରେ ହେବ ।

WhatsApp Delhi High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ