• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସ୍ମାର୍ଟ ଫୋନ୍‌ରେ ବ୍ଲୁଟୁଥ୍‌ ଅନ୍‌ ରଖୁଛନ୍ତି କି ? ହୋଇପାରେ ଆପଣଙ୍କ ଫୋନ୍‌ ହ୍ୟାକ୍‌ । ଏବେ ସମସ୍ତେ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି । ବର୍ତ୍ତମାନର ସମୟରେ ସମସ୍ତଙ୍କ ନିକଟରେ ସ୍ମାର୍ଟ ଫୋନ୍‌ ରହିଛି । ସବୁ ସ୍ମାର୍ଟଫୋନ୍‌ରେ ବ୍ଲୁଟୁଥ୍‌ର ଅପସନ୍‌ ରହିଥାଏ । ଯାହାକୁ ବ୍ୟବହାର କରି ଲୋକମାନେ ଗୀତ ଶୁଣିଥା’ନ୍ତି ଏବଂ ତା’ସହ କିଛି ଫଟୋ ଓ ଭିଡିଓ ମଧ୍ୟ ଟ୍ରାନ୍ସଫର କରିଥା’ନ୍ତି । ହେଲେ ଆପଣ ଜାଣନ୍ତି କି, ଆପଣଙ୍କ ଫୋନ୍‌ରେ ବ୍ଲୁଟୁଥ୍‌ ଅନ୍‌ ରଖିବା ଦ୍ୱାରା ଆପଣଙ୍କ ଫୋନ୍‌ ହ୍ୟାକ୍‌ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏ ବିଷୟରେ...

ମିଳିଥିବା ସୂଚନା ଅନୁସାରେ ହ୍ୟାକରମାନେ ଆପଣଙ୍କର ବ୍ଲୁଟୁଥ୍ ସର୍ଚ୍ଚ କରି ମୋବାଇଲ୍ ହ୍ୟାକ୍ କରିପାରନ୍ତି । ତାହା ସହିତ ଆପଣଙ୍କ ମୋବାଇଲ୍‌ରୁ ବ୍ୟାଙ୍କ ଆକାଉଣ୍ଟ ପରି କିଛି ଜରୁରୀ ଡାଟା ମଧ୍ୟ ଚୋରି ହୋଇପାରେ । ଖାଲି ସେତିକି ନୁହେଁ, ହ୍ୟାକରମାନେ ଆପଣଙ୍କୁ ଅସୁବିଧାରେ ପକାଇବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ବ୍ଲୁଟୁଥ୍ ଅନ୍‌ ରଖିବା ଆପଣଙ୍କ ପାଇଁ ବିପଦର କାରଣ ହୋଇପାରେ ।

ହ୍ୟାକରମାନଙ୍କ ହାତରେ ଥରେ ଆପଣଙ୍କର କୌଣସି ଗୁପ୍ତ ତଥ୍ୟ ଲାଗିଗଲେ, ତାକୁ ନେଇ ସେମାନେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି । ସେମାନେ ଫୋନ୍‌କୁ ହ୍ୟାକ୍‌ କରିସାରିବା ପରେ ଆପଣ କଥା ହେଉଥିବା କଲ୍‌ର ମଧ୍ୟ ରେକର୍ଡିଂ କରିପାରନ୍ତି । ତାହା ସହ ସ୍କ୍ରିନ୍‌ ରେକର୍ଡିଂ କରିବାର କ୍ଷମତା ମଧ୍ୟ ସେମାନଙ୍କ ନିକଟରେ ରହିଥାଏ । ଯାହାକୁ ବ୍ଳୁବଗିଂ ବୋଲି କୁହାଯାଇଥାଏ । ଏହାକୁ ନେଇ ପୋଲିସ ଅନେକ ତଥ୍ୟ ଦେବା ସହ ଏଥି ପ୍ରତି ସତର୍କ ରହିବାକୁ ଚେତାବନୀ ମଧ୍ୟ ଦେଇଛି ।

ବ୍ଳୁବଗିଂକୁ କିପରି ରୋକାଯାଇପାରିବ ?

୧. ବ୍ଲୁବଗିଂକୁ ରୋକିବାକୁ ହେଲେ କୌଣସି ଅଜଣା ବ୍ଲୁଟୁଥ୍‌ ଲିଂକ ସହ ଆପଣଙ୍କ ଫୋନ୍‌କୁ ସଂଯୋଗ କରନ୍ତୁ ନାହିଁ । ଆବଶ୍ୟକ ସମୟରେ କେବଳ ବ୍ଳୁଟୁଥ୍‌ ବ୍ୟବହାର କରନ୍ତୁ । ଅନ୍ୟ ସମୟରେ ଆପଣଙ୍କ ବ୍ଳୁଟୁଥ୍‌ ଅଫ୍‌ ରଖିବା ଆପଣଙ୍କ ପାଇଁ ସୁରକ୍ଷିତ ।

୨. ବ୍ଲୁଟୁଥ୍‌ ବ୍ୟବହାର କରିବା ସମୟରେ ଆପଣଙ୍କ ଡିଭାଇସ୍‌ରେ ସୋ’ କରୁଥିବା ଅନ୍ୟ ବ୍ଲୁଟୁଥ୍‌ ଗୁଡ଼ିକୁ ଡିସ୍‌କନେକ୍ଟ ବା ଅପସାରଣ କରିନିଅନ୍ତୁ ।

୩. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ଲୁଟୁଥ୍‌ର ସେଟିଂସ୍‌କୁ ଯାଇ ଅଟୋ ଆକ୍ଟିଭ୍‌ ବିକଳ୍ପକୁ ବନ୍ଦ କରନ୍ତୁ । କାରଣ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ ।

୪. ଆପଣ ବ୍ଲୁଟୁଥ୍‌ ବ୍ୟବହାର କରି ଯଦି କିଛି କାମ କରୁଥା’ନ୍ତି ତେବେ ଆପଣଙ୍କ ବ୍ଲୁଟୁଥ୍‌ର ପାସ୍‌ୱାର୍ଡ ଷ୍ଟ୍ରଙ୍ଗ ରଖିବାକୁ ହେବ । ଯେପରିକି କେବଳ ସଂଖ୍ୟା ନୁହେଁ ଲେଟର ସହ @ ନିଶ୍ଚୟ ରଖନ୍ତୁ ।

୫. ଆପଣଙ୍କ ଫୋନ୍‌ର ଡିଭାଇସ୍‌ ଅପ୍‌ଡେଟ୍‌ ରଖନ୍ତୁ । VPN (ଭର୍ଚୁଆଲ୍ ପ୍ରାଇଭେଟ ନେଟୱାର୍କ)ର ବ୍ୟବହାର ନିଶ୍ଚୟ କରନ୍ତୁ ।

ସର୍ବସାଧାରଣ ସ୍ଥାନରେ ବ୍ଲୁଟୁଥ୍‌ ବନ୍ଦ ରଖନ୍ତୁ

୧. ଜଣେ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଏହା ଜାଣିରଖିବା ନିହାତି ଜରୁରୀ । ଜଣେ ବ୍ୟକ୍ତି ଯେତେବେଳେ ସର୍ବସାଧାରଣ ସ୍ଥାନରେ ବ୍ଲୁଟୁଥ୍‌ ବ୍ୟବହାର କରୁନାହାନ୍ତି, ସେତେବେଳେ ଫୋନ୍‌ର ବ୍ଲୁଟୁଥ୍‌ ବଟନ୍‌ ବନ୍ଦ ରଖିବା ନିହାତି ଆବଶ୍ୟକ । ଏହା କରିବା ଦ୍ୱାରା ଆପଣ ସୁରକ୍ଷିତ ରହିପାରିବେ ।

୨. ଆପଣଙ୍କ ଫୋନ୍‌ରେ ରହିଥିବା ବ୍ଲୁଟୁଥ୍‌ ଫାଇଲ୍‌କୁ ଯାଞ୍ଚ କରନ୍ତୁ । ସେଠାରେ ଯଦି କିଛି ଆପଣଙ୍କୁ ସନ୍ଦେହ ଜନକ ତଥ୍ୟ ଦେଖାଯାଏ ତେବେ ଆପଣ ତା’କୁ ତୁରନ୍ତ ଡିଲିଟ୍‌ କରିନିଅନ୍ତୁ ।