• Astrospeak
  • Live TV
  • Read In English

UPI Transaction: ଖୁସି ଖବର, ଏଣିକି ଆହୁରି ସହଜ ହେବ UPI ଟ୍ରାନଜାକ୍ସନ

ଏଣିକି ଫଟାଫଟ ହେବ ଯୁପିଆଇ ଟ୍ରାନଜାକ୍ସନ। ପେମେଣ୍ଟରୁ ଆରମ୍ଭ କରି ବାଲାନ୍ସ ଚେକ୍, ସବୁ କିଛି ମାତ୍ର ୧୦ରୁ ୧୫ ସେକେଣ୍ଡ ଭିତରେ ହୋଇଯିବ । ୟୁଜର୍ସଙ୍କୁ ଆଉ ୩୦ ସେକେଣ୍ଡ ବି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ୧୦-୧୫ ସେକେଣ୍ଡରେ ସବୁ ତଥ୍ୟ ପାଇଯିବେ ।

UPI Transaction
ୟୁପିଆଇ ଟ୍ରାନଜାକ୍ସନ

ଏଣିକି ଆଖି ପିଛୁଳାକେ ହେବ ୟୁପିଆଇ ଟ୍ରାନଜାକ୍ସନ । ପେମେଣ୍ଟରୁ ଆରମ୍ଭ କରି ବାଲାନ୍ସ ଚେକ୍ ଯାଏଁ ସବୁକିଛି ୧୦ରୁ ୧୫ ସେକେଣ୍ଡ ଭିତରେ ହୋଇଯିବ । ପୂର୍ବରୁ ଏଥିପାଇଁ ୩୦ ସେକେଣ୍ଡ ସମୟ ଲାଗୁଥିବାବେଳେ ଏବେ ସେହି ସମୟସୀମାରେ ଅଧିକ ଉନ୍ନତି ହୋଇଛି । ଅର୍ଥାତ୍, ଏଥର ୩୦ ସେକେଣ୍ଡ ନୁହେଁ, ୧୦-୧୫ ସେକେଣ୍ଡରେ ହେବ ଟ୍ରାନଜାକ୍ସନ । 

ପୂର୍ବରୁ ଯଦି ଟ୍ରାନଜାକ୍ସନ ଫେଲ୍ ହୁଏ ତେବେ ୩୦ ସେକେଣ୍ଡ ଯାଏଁ ୟୁଜର୍ସ ଦ୍ୱନ୍ଦ୍ୱରେ ରହୁଥିଲେ । ଟଙ୍କା ଗଲା କି ନାହିଁ ତାହା ଜାଣିବା ପାଇଁ ଏଥର ଆଉ ୩୦ ସେକେଣ୍ଡ ଧରି ଅପେକ୍ଷା କରିବାକୁ ପଡିବ ନାହିଁ । ବହୁତ ଜଲଦି ଆପଣ ଟ୍ରାନଜାକ୍ସନ ବାବଦରେ ସୂଚନା ପାଇପାରିବେ । ଯଦି UPI ସାହାଯ୍ୟରେ ଟଙ୍କା ପଠାଯିବା ପରେ ନେଟ୍‌ୱାର୍କ ସମସ୍ୟା କାରଣରୁ ଟଙ୍କା ନଗଲା, ତେବେ ତୁରନ୍ତ ଆପଣଙ୍କୁ ଟ୍ରାନଜାକ୍ସନ ଫେଲ୍ ମେସେଜ ଆସିଯିବ । 

ସେହିପରି ଆପ୍ ଏବଂ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ କମ୍ ସମୟରେ ଗ୍ରାହକଙ୍କ ଟ୍ରାନଜାକ୍ସନ ଚେକ୍ କରିପାରିବେ । ପୂର୍ବରୁ ୯୦ ସେକେଣ୍ଡ ପରେ ସେମାନଙ୍କୁ ଏ ବାବଦରେ ସୂଚନା ମିଳୁଥିଲା । ଏବେ ତା'ର ଅଧା ସମୟରେ ଅର୍ଥାତ୍ ମାତ୍ର ୪୫-୬୦ ସେକେଣ୍ଡରେ ସେମାନେ ସୂଚନା ପାଇ ପାରିବେ । ଏହିସବୁ ନିୟମ ଫୋନ ପେ, ଗୁଗୁଲ ପେ, ଆମାଜନ ପେ ଭଳି ସମସ୍ତ ଅନଲାଇନ ପେମେଣ୍ଟ ପ୍ଲାଟଫର୍ମ ପାଇଁ ଲାଗୁ ହେବ । 

ଅଧିକ ପଢନ୍ତୁ: ୨୦୦୦ରୁ ଊର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନରେ ଲାଗିବନି ଜିଏସଟି