Landline Number System: ବଡ଼ ନିଷ୍ପତ୍ତି ନେଲେ ଟ୍ରାଇ,ଏହି କାରଣରୁ ବଦଳିବ ଲ୍ୟାଣ୍ଡ ଲାଇନ୍ ଫୋନ୍ ନମ୍ବର

ଟ୍ରାଇ ସୁପାରିଶ କରି କହିଛି, ଫିକ୍ସଡ ଲାଇନ୍ ଅର୍ଥାତ୍ ଲ୍ୟାଣ୍ଡ ଲାଇନରେ ନମ୍ବରିଂ ସିଷ୍ଟମକୁ ମୋବାଇଲ ଭଳି ୧୦ ଅଙ୍କ କରାଯିବାର ଆବଶ୍ୟକତା ରହିଛି ।

ପରିବର୍ତ୍ତନ ହେବ ଲ୍ୟାଣ୍ଡଲାଇନ ଫୋନ୍ ନମ୍ବର ।

ଏଥର ୬ ଟିକିଆ ବଦଳରେ ୧୦ ଟିକିଆ ହେବ ଲ୍ୟାଣ୍ଡ ଲାଇନ ଫୋନ୍ ନମ୍ବର । ବଦଳିଯିବ ଦୁଇ ଦଶନ୍ଧି ଧରି ପ୍ରଚଳିତ ଥିବା ପୁରୁଣା ନ୍ୟାସନାଲ ନମ୍ବରିଂ ସିଷ୍ଟମ । ଏନେଇ ଟେଲିକମ୍ ନିୟାମକ ପ୍ରାଧିକରଣ ସୁପାରିଶ କରିଛି । ଏହି ସୁପାରିଶ ଲାଗୁ ହେବା ପରେ ସାରା ଭାରତରେ ଲ୍ୟାଣ୍ଡ ଟେଲିଫୋନ ନମ୍ବର ବଦଳିବା ସହ ମୋବାଇଲ୍ ନମ୍ବର ଭଳି ୧୦ ଅଙ୍କ ବିଶିଷ୍ଟ ନମ୍ବରକୁ ପରିବର୍ତ୍ତନ ହେବ ।

ଟ୍ରାଇର କହିବା ଅନୁଯାୟୀ, ଦେଶରେ ମୋବାଇଲ ଫୋନ ଏବଂ କନେକ୍‌ଟେଡ଼ ଡିଭାଇସେସର ସଂଖ୍ୟା ବଢୁଛି । ଏହାକୁ ଦୃଷ୍ଟିରେ ରଖି ନମ୍ବର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ସମସ୍ତ ଉପୋଭକ୍ତାଙ୍କୁ ନିର୍ଭର ଯୋଗ୍ୟ ଟେଲିକମ୍ ସେବା ଉପଲବ୍ଧ କରାଯାଇପାରିବ । ଟ୍ରାଇଙ୍କ ସୁପାରିଶ ଦୂରସଞ୍ଚାର ବିଭାଗଙ୍କ ୨୦୨୨ରେ ଜାରି ନିର୍ଦ୍ଦେଶ ପରେ ଆସିଛି । ଯେଉଁଥିରେ ଫିକ୍ସଡ ଲାଇନ ନମ୍ବର ଓ ଏହାର ଟେଲିକମ କୋଡକୁ ଠିକ୍ କରିବା ପାଇଁ କୁହାଯାଇଥିଲା ।

ଟେଲିକମ୍ ଅପରେଟର ଏବଂ ବିଶେଷଜ୍ଞଙ୍କ ଠାରୁ ମିଳିଥିବା ମତାମତ ଅନୁଯାୟୀ, ଦୂରସଞ୍ଚାର ନିୟାମକ ବଡ଼ ନିଷ୍ପତି ନେଇଛନ୍ତି । ଟ୍ରାଇ ତାଙ୍କର ସୁପାରିଶରେ କହିଛନ୍ତି ଫିକ୍ସଡ ଲାଇନ୍ ଅର୍ଥାତ୍ ଲ୍ୟାଣ୍ଡ ଲାଇନରେ ନମ୍ବରିଂ ସିଷ୍ଟମକୁ ମୋବାଇଲ ଭଳି ୧୦ ଅଙ୍କ କରାଯିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ନମ୍ବରର ସଠିକ୍ ବ୍ୟବହାର କରାଯାଇପାରିବ । ପ୍ରତି ଲ୍ୟାଣ୍ଡଲାଇନରେ ଅନ୍ୟ ଏକ ଲ୍ୟାଣ୍ଡ ଲାଇନକୁ କଲ୍ କରିବା ପାଇଁ 'ଶୂନ' ବା ଜିରୋ ଲଗାଇବାର ଆବଶ୍ୟକତା ପଡିବ ।

ଅଧିକ ପଢନ୍ତୁ : ବିଶ୍ବସନୀୟତା ହରାଇଲା ଚୀନର AI ଚାଟ ବଟ Deepseek

ତେବେ ମୋବାଇଲ ଦ୍ୱାରା ଡାଏଲିଂ କରାଯାଉଥିବା ପ୍ରକ୍ରିୟା ପୂର୍ବ ଭଳି ଅପରିବର୍ତ୍ତିତ ରହିବ । ନିୟାମକ ବ୍ୟବସ୍ଥାର ଏହି ପରିବର୍ତ୍ତନ ପାଇଁ ଟେଲିକମ୍ କମ୍ପାନୀଗୁଡିକୁ ୬ ମାସ ସମୟ ପ୍ରଦାନ କରିଛି । ଆଗାମୀ ୫ ବର୍ଷରେ ମୋବାଇଲ ଭଳି ଫିକ୍ସଡଲାଇନ ପୋର୍ଟେବେଲିଟି ସିଷ୍ଟମ ଆଣିବାକୁ ଯୋଜନା ରହିଛି । ଫ୍ରଡ କଲରୁ ମୁକ୍ତି ଦେବା ପାଇଁ କଲର ଆଇଡି ନେମ ପ୍ରେଜେଣ୍ଟେସନ ସର୍ଭିସ୍ (ସିଏନଏପି) ରୋଲ ଆଉଟ୍ କରିବା ପାଇଁ ଟ୍ରାଇ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନୂଆ ସିଷ୍ଟମକୁ ତ୍ୱରିତଭାବେ ଲାଗୁ କରିବେ ଟେଲିକମ କମ୍ପାନୀ । ଦୂରସଞ୍ଚାର ନିୟାମକ କହିଛନ୍ତି, ମେସିନ-ଟୁ-ମେସିନ (ଏମଟୁଏମ) ଡିଭାଇସ ନିମନ୍ତେ ୧୩ ନମ୍ବରର ଡିଜିଟ ଜାରି କରାଯିବ । ଯାହା ଏବେ ୧୦ ଟିକିଆ ନମ୍ବରରେ ରହିଛି ।

ଅଧିକ ପଢନ୍ତୁ : ଚୀନର AI ଟେକ୍ନୋଲୋଜି ଡିପ୍ ସିକ, ଚିନ୍ତାରେ ଡୋନାଲ୍ଡ ଟ୍ରମ୍ପ