Advertisment

Technology: ମାଗଣାରେ କରିପାରିବେ Ghibli ଷ୍ଟାଇଲ୍ AI ଇମେଜ୍‌; ଆପଣଙ୍କ ପାଇଁ ୫ ଟୁଲ୍ସ

ଯଦି ଆପଣ ମଧ୍ୟ Ghibli ଷ୍ଟାଇଲ୍‌ରେ ଆପଣଙ୍କର ଫଟୋ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, କିନ୍ତୁ ChatGPT ରେ ଏହା ସମ୍ଭବ ହେଉ ନାହିଁ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ୫ଟି ସର୍ବୋତ୍ତମ ଗିବଲି ଇମେଜ୍ ଜେନେରେଟର ଅଛି, ଯାହା ଦ୍ୱାରା ଆପଣ କୌଣସି ସବ୍‌କ୍ରିପସନ୍ ବିନା ଚମତ୍କାର Ghibli ଷ୍ଟାଇଲ୍ ପ୍ରତିଛବି ତିଆରି କରିପାରିବେ।

ଅଦ୍ୟତନ ହୋଇଛି
To generate ghibli images 5 best alternatives to chatgpt

To generate ghibli images 5 best alternatives to chatgpt

Advertisment

ଆଜିକାଲି, ଇଣ୍ଟର୍‌ନେଟ’ରେ Studio Ghibli ଷ୍ଟାଇଲ୍ AI ଇମେଜର ଧମାକାଦାର ଟ୍ରେଣ୍ଡ୍ ଚାଲିଛି। ଏହି ସୁନ୍ଦର, ଆନିମେସନ ଦେଖାଯାଉଥିବା ଫଟୋଗୁଡ଼ିକ ଅନେକ ଲୋକଙ୍କୁ ଆକର୍ଷିତ କରୁଛି। ଯଦି ଆପଣ ମଧ୍ୟ Ghibli ଷ୍ଟାଇଲ୍‌ରେ ଆପଣଙ୍କର ଫଟୋ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, କିନ୍ତୁ ChatGPT ରେ ଏହା ସମ୍ଭବ ହେଉ ନାହିଁ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ।

Advertisment

ଏଠାରେ ଅନେକ ମାଗଣା AI ଟୁଲ୍ସ ଅଛି ଯାହା ଆପଣଙ୍କର ଏହି ଇଛାକୁ ପୂରଣ କରିପାରିବ। ଏଠାରେ ଆମେ ଆପଣଙ୍କୁ ୫ଟି ସର୍ବୋତ୍ତମ ଗିବଲି ଇମେଜ୍ ଜେନେରେଟର(Ghibli Image Generator) ବିଷୟରେ କହିବୁ, ଯାହାକୁ ଆପଣ କୌଣସି ସବ୍‌କ୍ରିପସନ୍ ବିନା ଚମତ୍କାର Ghibli ଷ୍ଟାଇଲ୍ ପ୍ରତିଛବି ତିଆରି କରିପାରିବେ।

ଅଧିକ ପଢ଼ନ୍ତୁ: ଏମିତି ସଫା କରୁଛନ୍ତି କି ସ୍ମାର୍ଟଫୋନ; ନଷ୍ଟ ହୋଇପାରେ ହାର୍ଡୱେର୍‌

ଗ୍ରୋକ୍‌(Grok):

ଗ୍ରୋକ୍, ଏଲୋନ୍ ମସ୍କର କମ୍ପାନୀ xAI ଦ୍ୱାରା ବିକଶିତ ହୋଇଛି। ଏହା ଏକ ଚମତ୍କାର AI ଟୁଲ୍ ଯାହାକି Ghibli-ଷ୍ଟାଇଲ୍ ପ୍ରତିଛବି ସୃଷ୍ଟି କରିବାର କ୍ଷମତା ରଖିଛି। ଆପଣଙ୍କ ଫଟୋ ଅପଲୋଡ୍ କରି କିମ୍ବା ଟେକ୍ସଟ୍ ପ୍ରମ୍ପ୍ଟ ଦେଇ ଆପଣ ଆଶ୍ଚର୍ଯ୍ୟଜନକ ଆନିମେଟେଡ୍ ପ୍ରତିଛବି ସୃଷ୍ଟି କରିପାରିବେ। ବିଶେଷ କଥା ହେଉଛି ଏହା ମାଗଣାରେ ଉପଲବ୍ଧ।

Advertisment

Gemini 2.0:

ଗୁଗୁଲର ଆଡ୍‌ଭାନ୍ସଡ୍ AI ମଡେଲ୍ Gemini 2.0 ଫଟୋ-ରିଏଲିଷ୍ଟିକ୍ ଏବଂ ସିନେମାଟିକ୍ ଭିଜୁଆଲ୍ ସୃଷ୍ଟି କରିବାରେ ଏକ୍ସପର୍ଟ। ଏହା ଚମତ୍କାର ଭାବରେ Ghibli ଷ୍ଟାଇଲ୍ ଇମେଜ୍ ଡିଜାଇନ୍ ଏବଂ ମ୍ୟାଜିକାଲ୍ ଲ୍ୟାଣ୍ଡ୍‌ସ୍କେପ୍ ସୃଷ୍ଟି କରିପାରିବ। ଯଦି ଆପଣ କୌଣସି ଜଟିଳ ଦୃଶ୍ୟ ଏବଂ ଚରିତ୍ର କଷ୍ଟମାଇଜେସନ୍ କରିବାକୁ ଚାହୁଁଛନ୍ତି, ତେବେ ଏହି ଟୁଲ୍‌ଟି ଆପଣଙ୍କ ପାଇଁ ଠିକ ହେବ।

Craiyon (DALL-E Mini):

ଯଦି ଆପଣ କୌଣସି ଅସୁବିଧାରେ ସରଳ ଏବଂ ମାଗଣା Ghibli-ଷ୍ଟାଇଲ୍ ପ୍ରତିଛବି ସୃଷ୍ଟି କରିବାକୁ ଚାହାଁନ୍ତି, କ୍ରେୟନ୍(Craiyon) ଏକ ଉତ୍ତମ ବିକଳ୍ପ। ଏହା ଏକ ୱେବ୍‌-ଆଧାରିତ AI ଟୁଲ୍, ଯେଉଁଠାରେ ଆପଣ ଟେକ୍ସଟ୍ ପ୍ରମ୍ପ୍ଟ ଦେଇ ସହଜରେ ନିଜର ଇଛା ଅନୁଯାୟୀ ପ୍ରତିଛବି ସୃଷ୍ଟି କରିପାରିବେ।

Advertisment

ଫୋଟର୍(Fotor):

ଫୋଟର୍ ହେଉଛି ଏପରି ଏକ ପ୍ଲାଟ୍‌ଫର୍ମ ଯାହା “Ghibli AI Generator” ନାମକ ଏକ ଡେଡିକେଟେଡ୍ ଫିଚର୍ ଦେଇଥାଏ। ଏଥିରେ ଆପଣ ନିଜର ଫଟୋ ଅପଲୋଡ୍ କରି ସହଜରେ ଏହାକୁ Ghibli ଷ୍ଟାଇଲ୍ ଆର୍ଟୱାର୍କରେ ପରିଣତ କରିପାରିବେ। ସବୁଠାରୁ ଭଲ କଥା ହେଉଛି ଏହାକୁ ବ୍ୟବହାର କରିବା ପାଇଁ କୌଣସି ଆକାଉଣ୍ଟର ଆବଶ୍ୟକ ନାହିଁ।

Artbreeder:

ଯଦି ଆପଣ Ghibli-ଷ୍ଟାଇଲ୍ ଡିଜାଇନ୍ ସହିତ ଏକ୍ସପେରିମେଣ୍ଟ୍ କରିବାକୁ ଚାହାଁନ୍ତି, ତେବେ Artbreeder ଆପଣଙ୍କ ପାଇଁ ଠିକ୍ ହେବ। ଏହି ଟୁଲ୍ ଆପଣଙ୍କୁ ବିଭିନ୍ନ ଆର୍ଟ ଷ୍ଟାଇଲ୍‌କୁ ବ୍ଲେଣ୍ଡ୍ ଏବଂ ଆଡଜଷ୍ଟ୍ କରିବାକୁ ସୁବିଧା ଦେଇଥାଏ। ତେବେ ଏଥିପାଇଁ କିଛି ପ୍ରିମିୟମ୍ ଫିଚର ପାଇଁ ଦେବାକୁ ଟଙ୍କା ଦେବାକୁ ପଡୁଥିଲେ ମଧ୍ୟ, ଏଥିରେ ଥିବା କିଛି ମାଗଣା ସଂସ୍କରଣ ମଧ୍ୟ ବହୁତ ଭଲ।

ଅଧିକ ପଢ଼ନ୍ତୁ: ସ୍ମାର୍ଟଫୋନ୍ ହେଉଛି ବ୍ୟାକ୍ଟେରିଆର ବଡ଼ ଘର; ଜାଣନ୍ତୁ କିପରି ଏହାକୁ ସଫା କରିବେ?

Artificial Intelligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ