/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675914122.jpg)
This LED Waterproof Light Lamp Will Reduce Electricity Bill
ଅଧିକ ବିଦ୍ୟୁତ୍ ବିଲ୍ ସସ୍ତଙ୍କର ଏକ ବଡ଼ ସମସ୍ୟା। ବିଲ୍ କିପରି କମ୍ ଆସିବ, ସେନେଇ ଲୋକମାନେ ଅନେକ ପ୍ରୟାସ କରନ୍ତି। ତଥାପି ସେମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳି ନଥାଏ। ତେବେ ଆମେ ଆପଣଙ୍କୁ ଏମିତି ଏକ ଡିଭାଇସ୍ ସମ୍ପର୍କରେ କହିବୁ, ଯାହାକୁ ଆପଣ ଘରେ ଲଗାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ଡିଭାଇସ୍ର ନାଁ - ହାର୍ଡଡଲ୍ ଏଲ୍ଇଡି ୱାଟରପ୍ରୁଫ୍ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ। ଏହି ଲ୍ୟାମ୍ପକୁ ଆପଣ ଘରେ ଲଗାଇ ଅଧିକ ବିଦ୍ୟୁତ୍ ବିଲ୍ ଆସିବାରୁ ମୁକ୍ତି ପାଇପାରିବେ।
ଅଧିକ ପଢ଼ନ୍ତୁ: ସୌମ୍ୟଙ୍କ ସୋଲାର୍ ସାଇକେଲ୍ : ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଦୌଡୁଛି
ଖରା ଦିନରେ ଗରମରୁ ମୁକ୍ତି ପାଇବା ପାଇଁ ଏସି, କୁଲର୍ ଓ ଫ୍ୟାନ୍ର ଅଧିକ ବ୍ୟବହାର କରାଯାଏ। ଫଳରେ ବିଦ୍ୟୁତ୍ ବିଲ୍ ଅଧିକ ଆସିଥାଏ। ଏଭଳି ସ୍ଥଳେ ଆପଣ ହାର୍ଡଡଲ୍ ଏଲ୍ଇଡି ୱାଟରପ୍ରୁଫ୍ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ ବ୍ୟବହାର କରିପାରିବେ। ଯାହାକି ବିଦ୍ୟୁତ୍ ବିଲ୍କୁ କମ୍ କରିବାରେ ସହାୟତା ହେବ। ଏହି ଲ୍ୟାମ୍ପକୁ ଆପଣ ଘରର ଛାତ, ଗାର୍ଡେନ, ବାଲ୍କୋନି ସମେତ ଯେକୌଣସି ସ୍ଥାନରେ ବିନା ବିଦ୍ୟୁତ୍ ସଂଯୋଗରେ ଲଗାଇ ପାରିବେ। ଏହି ଲ୍ୟାମ୍ପର ଦାମ୍ ମାତ୍ର ୪୪୩ ଟଙ୍କା ରହିଛି। ଏହାକୁ କିଣିବା ପାଇଁ ସରକାରୀ ୱେବ୍ସାଇଟ୍- www.solarrooftop.gov.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ୱାଟର୍ପ୍ରୁଫ୍ ଓ ପ୍ଲାଷ୍ଟିକ୍ରେ ତିଆରି ଏହି ଲ୍ୟାମ୍ପ...
LED ୱାଟର୍ପ୍ରୁଫ୍ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ ୱାଟର୍ପ୍ରୁଫ୍ ଓ ପ୍ଲାଷ୍ଟିକ୍ରେ ତିଆରି ହୋଇଛି। ଏଥିପାଇଁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ। ଏପରିକି ଏହା ଉପରେ ପାଣିର କୌଣସି ପ୍ରଭାବ ପଡ଼ିନଥାଏ। ସବୁଠାରୁ ଖାସ୍ କଥା, ଏହାକୁ ଅତି ସହଜରେ ଘରର ଯେକୌଣସି ସ୍ଥାନରେ ଲଗାଇ ପାରିବେ।
୧୮ ଘଣ୍ଟା ପର୍ଯ୍ୟନ୍ତ ଦେବ ଆଲୋକ...
ଏହି ଲ୍ୟାମ୍ପକୁ ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଉଭୟ ସୋଲାର ଓ ଇଲେକ୍ଟ୍ରି ସହାୟତାରେ ଚାର୍ଜ କରାଯାଇପାରିବ। ୬ ଘଣ୍ଟା ଚାର୍ଜିଂ ପରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଆରାମରେ ଏହାକୁ ଜଳାଇ ପାରିବେ। ଯଦି ଆପଣ ଅଧିକ ବିଦ୍ୟୁତ୍ ବିଲ୍କୁ ନେଇ ଟେନ୍ସନ୍ରେ ଅଛନ୍ତି, ତା’ହେଲେ ଏହାକୁ ବ୍ୟବହାର କରି ଏହି ଟେନ୍ସନ୍ରୁ ମୁକ୍ତି ପାଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)