Advertisment

TRAI: ମାତ୍ର ୨୦ ଟଙ୍କାରେ ଗପି ପାରିବେ ୧୨୦ ଦିନ

ଗ୍ରାହକଙ୍କ ପାଇଁ ଖୁସି ଖବର। ଏଥର ମାତ୍ର ୨୦ ଟଙ୍କାରେ ଗପି ପାରିବେ ୧୨୦ ଦିନ। ବନ୍ଦ ହେବନି କୌଣସି ବି ନେଟ୍‌ୱର୍କ। ବିନା କୌଣସି ଡାଟା ରିଚାର୍ଜରେ ବି ଆକ୍ଟିଭ୍‌ ରହିବ ସବୁ ସିମ୍‌ ।

ଅଦ୍ୟତନ ହୋଇଛି
Talktime 120 Days

Talktime 120 Days

Advertisment

ଆଜିକାଲି ଦୁଇଟି ସିମ୍ କାର୍ଡ ବ୍ୟବହାର କରିବା ସାଧାରଣ। ଏକାଧିକ ସିମ୍ ବ୍ୟବହାର କରୁଥିବା ୟୁଜର୍ସ ବେଳେ ବେଳେ ରିଚାର୍ଜ କରିବାକୁ ଭୁଲି ଯାଆନ୍ତି। ଏଭଳି କ୍ଷେତ୍ରରେ ବିଭିନ୍ନ କମ୍ପାନୀର ସିମ୍‌ ଗୁଡିକ ଡିଆକ୍ଟିଭ ହୋଇଯାଏ। ଏବେ ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଆଣିଛି ନୂତନ ନିୟମ।

Advertisment

ଗ୍ରାହକଙ୍କ ପାଇଁ ଖୁସି ଖବର। ଏଥର ମାତ୍ର ୨୦ ଟଙ୍କାରେ ଗପି ପାରିବେ ୧୨୦ ଦିନ। ବନ୍ଦ ହେବନି କୌଣସି ବି ନେଟ୍‌ୱର୍କ। ବିନା କୌଣସି ଡାଟା ରିଚାର୍ଜରେ ବି ଆକ୍ଟିଭ୍‌ ରହିବ ସବୁ ସିମ୍‌। ବାରମ୍ବାର ୟୁଜର୍ସଙ୍କୁ କରିବାକୁ ପଡିବନି ରିଚାର୍ଜ। ମୋବାଇଲା ୟୁଜର୍ସଙ୍କ ପାଇଁ ଏଭଳି କିଛି ନୂଆ ନିୟମ ଆଣିଛି TARI। ଏହି ନିୟମ ଦ୍ୱାରା ଯେଉଁମାନେ ଏକାଧିକ ସିମ୍‌ ବ୍ୟବହାର କରୁଛନ୍ତି ସେମାନଙ୍କ କମିବ ରିଚାର୍ଜ ଖର୍ଚ୍ଚ।

ନୂଆ ନିୟମ ଫଳରେ ଆଉ ୟୁଜର୍ସକୁ ଏବେ ବାରମ୍ବାର ରିଚାର୍ଜ କରିବାକୁ ପଡିବନି ଡାଟା।

ନିୟମ ଅନୁସାରେ ଡାଟା ରିଚାର୍ଜ ପ୍ଲାନ ଶେଷ ହେବା ପରେ ୯୦ ଦିନ ଯାଏ ଆକ୍ଟିଭ ରହିବ ସିମ୍। ଏହା ସହ ଇନକମିଂ କଲ୍ ସୁବିଧା ବି ପାଇବେ ଗ୍ରାହକ। ଆଉ ଯଦି ସିମ୍‌ରେ ୨୦ ଟଙ୍କା ବାଳାନ୍ସ ଥାଏ ତେବେ ଏହା ୧୨୦ ଦିନ ଯାଏ ଚାଲିବ। ପାଖାପାଖି ୪ ମାସ ଯାଏ ଗପି ପାରିବେ ଗ୍ରାହକ। ଏହାପରେ ଯଦି କୌଣସି ୟୁଜର୍ସ ସିମ୍ ରିଚାର୍ଜ ନକରନ୍ତି ତେବେ ସ୍ଥାୟୀ ଭାବେ ଡିସକନେକ୍ଟ ହୋଇଯିବ। ଅନ୍ୟ ୟୁଜର୍ସଙ୍କ ପାଇଁ ଏହି ସିମ୍ ଆଲଟ କରାଯିବ।

Advertisment

ଟ୍ରାଇର ଏହି ନୂତନ ନିୟମ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ, ଆଇଡିଆ ସମେତ ସମସ୍ତ ଟେଲିକମ୍‌ ଅପରେଟରମାନଙ୍କ ଉପରେ ଲାଗୁ ହେବ। ବିଶେଷ କରି ବିଏସଏନ୍‌ଏଲ୍ ୟୁଜର୍ସ ଅଧିକ ସୁବିଧା ପାଇବେ। ବିନା ରିଚାର୍ଜରେ ୧୮୦ ଦିନ ଯାଏ ଉପଭୋକ୍ତାଙ୍କ ସିମ୍‌ ଆକ୍ଟିଭ୍ ରହିବ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ