smartphone
ହଜିଯିବ ସ୍ମାର୍ଟପୋନ୍। ଜାଗା ନେବ ସ୍ମାର୍ଟ ଗ୍ଲାସ୍। ଆଉ ଖୋଲିବାକୁ ପଡିବନି ଫୋନ୍ କି କରିବାକୁ ହେବନି ସ୍ୱାଇପ୍। ସବୁକିଛି ଆପେ ଆପେ ହୋଇଯିବ। ଆଜିର ଦିନରେ, ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ପ୍ରତିବର୍ଷ କମ୍ପାନୀଗୁଡ଼ିକ ନୂଆ ନୂଆ ମଡେଲ୍ ଲଞ୍ଚ କରନ୍ତି, କେତେବେଳେ ସ୍ଲିମ୍ ବାଲା ତ ପୁଣି କେତେବେଳେ ହାଇ ସ୍ପିଡ୍ ପ୍ରୋସେସର। କିନ୍ତୁ ଏବେ ଟେକ୍ନୋଲୋଜୀ ଦୁନିଆରେ ଏମିତି ଏକ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।
ବଡ଼ ବଡ଼ କମ୍ପାନୀଗୁଡ଼ିକ ବିଶ୍ୱାସ କରନ୍ତି ଯେ AI ଖୁବ୍ ଶୀଘ୍ର ସ୍ମାର୍ଟଫୋନ ଯୁଗକୁ ଶେଷ କରିଦେବ ଆଉ ବ୍ୟକ୍ତିଗତ ଡିଜିଟାଲ୍ ଆସିଷ୍ଟାଣ୍ଟ୍ ଭାବେ ଉଭା ହେବ।ଏପର୍ଯ୍ୟନ୍ତ କଲ୍, ମେସେଜିଂ, ସପିଂ, ନୋଟ୍ସ କିମ୍ବା ମିଟିଂ କରିବାକୁ ହେଲେ ଆମକୁ ଫୋନ୍ ଖୋଲିବାକୁ ପଡୁଥିଲା। କିନ୍ତୁ ନୂଆ AI ଟେକ୍ନୋଲୋଜୀ ଆମ ପାଇଁ ଏସବୁ ଆପେ ଆପେ କରିଦେବ। ଆଉ ବାରମ୍ବାର ସ୍କ୍ରିନ୍ ଉପରେ ସ୍ୱାଇପ୍ କରିବାକୁ ପଡିବ ନାହିଁ କି କୀବୋର୍ଡରେ ଟାଇପ୍ କରିବାକୁ ହେବ ନାହିଁ।
ଭବିଷ୍ୟତରେ, ଫୋନର ଅପରେଟିଂ ସିଷ୍ଟମ ଏବଂ ଆପ୍ସ ଗୁଡିକ୍ ବ୍ୟାକ୍ଗ୍ରାଉଣ୍ଡରୁ ହଟିଯିବ ଆଉ AI ଆସିଷ୍ଟାଣ୍ଟ ନିଜେ ସବୁକିଛି ମ୍ୟାନେଜ୍ କରିବ। ଏମିତି କହିଛନ୍ତି କ୍ୱାଲକମ୍(Qualcomm) ଅଧିକାରୀ ଆଲେକ୍ସ କାଟଉଜିଆନ।
ରିପୋର୍ଟ ଅନୁସାରେ, ବର୍ତ୍ତମାନ ମେଟା ଏବଂ ଗୁଗୁଲ୍ ଭଳି କମ୍ପାନୀଗୁଡ଼ିକ ସ୍ମାର୍ଟ ଚଷମା ଉପରେ କାମ କରୁଛନ୍ତି। ଏହି ଚଷମା ଆମ ଚାରିପାଖରେ ଥିବା ଜିନିଷଗୁଡ଼ିକୁ ଦେଖିପାରିବ ଏବଂ ବୁଝିପାରିବ। ପରେ AI ଆସିଷ୍ଟାଣ୍ଟ ମାଧ୍ୟମରେ ତୁରନ୍ତ ସୂଚନା ମଧ୍ୟ ଦେବ।
ସେହିପରି ଆମାଜନ କହିଛି, ଆଗକୁ ଘର ଆଉ ଅଫିସରେ ଏପରି ଡିଭାଇସ୍ ଆସିବ ଯାହା ଆମ ପାଇଁ ସବୁବେଳେ କାମ କରିବ। Alexa+ ଭଳି ଆସିଷ୍ଟାଣ୍ଟ ସ୍କ୍ରିନ୍ ନ ଦେଖି ତୁରନ୍ତ ପ୍ରତିକ୍ରିୟା ଦେଇପାରିବ। ସ୍ମାର୍ଟଫୋନରେ ବାରମ୍ବାର ନୋଟିଫିକେସନ୍ ଯାଞ୍ଚ କରିବାର ଅଭ୍ୟାସ ମଧ୍ୟ ଶେଷ ହୋଇଯିବ।
Nothing କମ୍ପାନୀର ସିଇଓ କାର୍ଲ ପେଇ କହିଛନ୍ତି, ଏମିତି ସ୍ମାର୍ଟୱାଚ୍ ପ୍ରସ୍ତୁତ ହେଉଛି ଯାହାକୁ ପୂରା AI ସହିତ ଡିଜାଇନ୍ କରାଯିବ। ଏହା କେବଳ ଫିଟ୍ନେସ୍ ଟ୍ରାକ୍ କରିବ ନାହିଁ, ବରଂ ମିଟିଙ୍ଗର ଶେଡ୍ୟୁଲ୍, ବନ୍ଧୁମାନଙ୍କୁ ଭେଟିବାର ପ୍ଲାନ୍ ଏବଂ ସବୁ କାମକୁ ଆପେ ଆପେ ମ୍ୟାନେଜ୍ କରିବ। ସେହିପରି AI ର ଚମତ୍କାରିତାରେ କଥାବାର୍ତ୍ତା ରେକର୍ଡ ଆଉ ନୋଟ୍ସ ସବୁକିଛି ଅଟୋମେଟିକ୍ ହୋଇଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/smartphone_1757594539.jpg)