Advertisment

ରୋବୋଟ୍‌ ଉପରେ ପଡ଼ିଲା କାମ ପ୍ରେସର୍; ସିଡିରୁ ଡେଇଁ କଲା ଆତ୍ମହତ୍ୟା !

ଡେଲି ମିରର୍‌ ରିପୋର୍ଟ ଅନୁଯାୟୀ, ଏହି ରୋବୋଟ୍‌ଟି ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟରେ ସାହାଯ୍ୟ କରୁଥିଲା। ଟିମ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରୋବଟ୍ ଗୁମି ସହରର ବାସିନ୍ଦାଙ୍କୁ ପ୍ରାୟ ଏକ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା।

ଅଦ୍ୟତନ ହୋଇଛି
Robot Commits Suicide Over Workload

Robot Commits Suicide

Advertisment

ଆଜିକାଲି ଆତ୍ମହତ୍ୟା ସାଧାରଣ ଘଟଣା ପାଲଟି ଗଲାଣି । ଲୋକ ନିଜର ହିତାହିତ ଜ୍ଞାନ ଭୁଲି ଆତ୍ମହତ୍ୟା କରୁଛନ୍ତି । ତେବେ ଆପଣ କେବେ ଶୁଣିଛନ୍ତି କି ରୋବୋଟର ଆତ୍ମହତ୍ୟା ! ତାହାପୁଣି କାମ ଚାପରେ ? ହଁ, ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଅତ୍ୟଧିକ କାମ ଚାପରେ ଗୋଟିଏ ରୋବୋଟ୍ ସିଡିରୁ ଡେଇଁ ଆତ୍ମହତ୍ୟା କରିଛି ।

Advertisment

ସମଗ୍ର ବିଶ୍ୱରେ ପ୍ରତିଦିନ ଅନେକ ଲୋକ ଆତ୍ମହତ୍ୟା କରୁଛନ୍ତି । ଟେକ୍ନୋଲୋଜିର ଯୁଗରେ ଲୋକଙ୍କ ଆତ୍ମହତ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଭିନ୍ନ ଦେଶରେ ଲୋକଙ୍କୁ ଏଥିରୁ ନିବୃତ୍ତ ରଖିବା ପାଇଁ କାଉନ୍‌ସେଲିଂ କରାଯିବା ସହ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । କିନ୍ତୁ ଦକ୍ଷିଣ କୋରିଆରୁ ଏଭଳି ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହା ହେଉଛି ପ୍ରଥମ ଘଟଣା ଯେଉଁଠି ଏକ ରୋବୋଟ୍ ଆତ୍ମହତ୍ୟା କରିଛି । ତେବେ ଏହି ଘଟଣାର ତଦନ୍ତ କରାଯିବ ବୋଲି କେନ୍ଦ୍ରୀୟ ଦକ୍ଷିଣ କୋରିଆର ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ପରିବା ବାକ୍ସ ଭାବି ମଣିଷକୁ ମାରିଦେଲା ରୋବୋଟ୍‌

ଡେଲି ମିରର୍‌ ରିପୋର୍ଟ ଅନୁଯାୟୀ, ଏହି ରୋବୋଟ୍‌ଟି ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟରେ ସାହାଯ୍ୟ କରୁଥିଲା । ଟିମ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ରୋବଟ୍ ଗୁମି ସହରର ବାସିନ୍ଦାଙ୍କୁ ପ୍ରାୟ ଏକ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା । ଗତ ସପ୍ତାହରେ ରୋବୋଟ୍‌ଟି ସିଡ଼ି ତଳେ ଅକାମୀ ହୋଇପଡିଥିବାର ଦେଖିବାକୁ ମିଳିଥିଲା । ଜଣେ ଅଧିକାରୀ କହିଛନ୍ତି ଯେ ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ ରୋବୋଟ୍‌କୁ ଏପଟ ସେପଟ ହେବାର ଦେଖିଥିଲେ । ଏପରି ମନେ ହେଉଥିଲା ଯେପରି କିଛି ଗଡ଼ବଡ଼ ହୋଇଯାଇଛି । ତେବେ ରୋବୋଟ୍‌ଟି ଅତ୍ୟଧିକ କାମ ଚାପରେ ଥିବା କୁହାଯାଉଛି । ପରେ ସେ ସିଡ଼ି ତଳକୁ ଖସି ପଡ଼ିଥିବା କୁହାଯାଉଛି। ଅତ୍ୟଧିକ କାମ ଚାପ ଯୋଗୁଁ ତା’ର ମୃତ୍ୟୁ ଘଟିବା ପରେ ଏହା ଆତ୍ମହତ୍ୟା ଭଳି ମନେ ହେଉଛି। 

Advertisment

ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, 'ରୋବୋଟ୍‌ର କିଛି ଅଂଶ ସଂଗ୍ରହ କରାଯାଇଛି ଏବଂ ଏହାକୁ ଡିଜାଇନ୍ କରିଥିବା କମ୍ପାନୀ ଏହାକୁ ବିଶ୍ଳେଷଣ କରିବ।' ଅନ୍ୟ ଜଣେ ଅଧିକାରୀ ଦୁଃଖ ପ୍ରକାଶ କରି କହିଛନ୍ତି, 'ଏହି ରୋବୋଟ୍‌ଟି ମ୍ୟୁନିସିପାଲିଟି କର୍ପୋରେସନ୍‌ର ଏକ ଅଂଶଥିଲା । କାଲିଫର୍ଣ୍ଣଆରେ ବିୟର ରୋବୋଟିକ୍ସ ଦ୍ୱାରା ବିକଶିତ ଏହି ରୋବଟ୍ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରୁଥିଲା । ଏବଂ ଏହାର ନିଜସ୍ୱ ପବ୍ଲିକ୍‌ ସର୍ଭିସ୍‌ କାର୍ଡ ମଧ୍ୟ ଥିଲା । ତେବେ ଏହି ରୋବଟ୍ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା କାରଣ ଏହା ଲିଫ୍ଟକୁ ଡାକି ଉପରକୁ ଏବଂ ତଳକୁ ଯାଇପାରୁଥିଲା। ଇଣ୍ଟରନ୍ୟାସନାଲ୍‌ ଫେଡେରେସନ୍‌ ଅଫ୍ ରୋବୋଟିକ୍ସ ଅନୁସାରେ, ଦକ୍ଷିଣ କୋରିଆରେ ପ୍ରତି ୧୦ଜଣ କର୍ମଚାରୀଙ୍କ ପିଛି ଗୋଟିଏ ରୋବୋଟ୍‌ ନିୟୋଜିତ କରାଯାଇଛି। ଏଠାରେ ଦୁନିଆର ସବୁଠୁ ଅଧିକ ରୋବୋଟ୍ ଦେଖିବାକୁ ମିଳିଥାଏ।

Suicide Attempt Robots Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ