SBI PO
ଆଉ ଏଟିଏମ କାର୍ଡ ନୁହେଁ ସିଧା UPI ବ୍ୟବହାର କରି ATMରୁ ଟଙ୍କା ଉଠାଇ ପାରିବେ ଗ୍ରାହକ । ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନଟେକ ଫେଷ୍ଟରେ ଏହାର ପ୍ରଦର୍ଶନ କରାଯାଇଛି । ଜାପାନ କଂପାନୀ ହିଟାଚି ପେମେଣ୍ଟ ସର୍ଭିସ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ସହଭାଗିତାରେ ଏହା କାର୍ଯ୍ୟ କରିବ । ଏହି ATMରୁ ଡେବିଟ, କ୍ରେଡିଟ କାର୍ଡ ବିନା UPI ଦ୍ୱାରା ଟଙ୍କା ଉଠାଯାଇପାରିବ ।
ଏହାର ବ୍ୟବହାର ଅତି ସହଜ । ATMରୁ ଟଙ୍କା ଉଠାଇବା ବେଳେ ପ୍ରଥମେ କେତେ ଟଙ୍କା ଉଠାଇବେ ତାହା ଚୟନ କରିବାକୁ ପଡ଼ିବ । ଏହାପରେ ATM ସ୍କ୍ରିନରେ ଏକ QR କୋଡ ଦେଖାଯିବ । ଏହି QR କୋଡକୁ ମୋବାଲରେ UPI ଆପ୍ ଦ୍ୱାରା ସ୍କାନ କରିବାକୁ ପଡ଼ିବ । ଏହାପରେ ଆପଣଙ୍କୁ UPI ପିନ୍ ଆପଣଙ୍କ ମୋବାଇଲରେ ଏଣ୍ଟର କରିବାକୁ ପଡ଼ିବ । ଏହାପରେ ATMରୁ ଟଙ୍କା ବାହାରିବ । ଏହି ବ୍ୟବସ୍ଥା ଦେଶରେ ଲାଗୁ ହେଲେ UPI ଦ୍ୱାରା ଟଙ୍କା ଉଠାଣ ସହଜ ହେବ ।
UPI ATMର ଭିଜୁଆଲକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହା ଭବିଷ୍ୟତର ଫିନଟେକ ବୋଲି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/SBI_PO_1694084943.jpg)