Advertisment

ଗ୍ରାହକଙ୍କ ପାଇଁ ଖୁସି ଖବର: ୧୦୯୯ ଟଙ୍କାରେ ମିଳୁଛି 4G ଫୋନ୍ !

ରିଲାଏନ୍ସ ଜିଓ ପକ୍ଷରୁ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪’ରେ ଦୁଇଟି ନୂତନ 4G ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି।

ଅଦ୍ୟତନ ହୋଇଛି
JioBharat

JioBharat

Advertisment

ଭାରତୀୟ ମୋବାଇଲ୍ ଫୋନ୍ ବଜାରରେ ପ୍ରବେଶ କରିଛି ଦୁଇଟି ନୂଆ ଶସ୍ତା ଫୋନ୍। ରିଲାଏନ୍ସ ଜିଓ ଆଣିଛି ୪ଜି ଫିଚର ଫୋନ୍ ଯାହାର ନାଁ ରହିଛି ’ଜିଓ-ଭାରତ-ଭି୩’ ଓ ‘ଜିଓ-ଭାରତ-ଭି୪’। ପ୍ରତିଟି ମଡେଲ ମୋବାଇଲ୍ ଫୋନର ମୂଲ୍ୟ ରଖାଯାଇଛି ୧୦୯୯ ଟଙ୍କା। କମ୍ପାନୀ ଦାବି କରିଛି, ଏଥିରେ ୪୫୫ରୁ ଅଧିକ ଲାଇଭ୍ ଟିଭି ଉପଲବ୍ଧ ହେବ। ମାସିକ ରିଚାର୍ଜ ମୂଲ୍ୟ ରହିବ ୧୨୩ ଟଙ୍କା। 

Advertisment

ରିଲାଏନ୍ସ ଜିଓ ପକ୍ଷରୁ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪’ରେ ଦୁଇଟି ନୂତନ 4G ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି। ଜିଓ-ଭାରତ-ଭି୩ ଏବଂ ଜିଓ-ଭାରତ-ଭି୪ ନାମିତ ଏହି ଦୁଇ 4G ଫିଚର ଫୋନ୍ ’ଜିଓଭାରତ ସିରିଜ୍’ ଅଧୀନରେ ଆରମ୍ଭ କରାଯାଇଛି। ନୂଆ ମଡେଲଗୁଡିକ ୧୦୯୯ ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ ହେବ। ଗତବର୍ଷ ଜିଓଭାରତ-ଭି୨ ମଡେଲ୍ ଶୁଭାରମ୍ଭ କରାଯା ଇଥିଲା, ଯାହା ଭାରତୀୟ ଫିଚର ଫୋନ୍ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା। କମ୍ପାନୀ ଅନୁଯାୟୀ, ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓଭାରତ ଫିଚର ଫୋନ୍ ମାଧ୍ୟମରେ ୪ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି।

ଆଗାମୀ ପିଢ଼ିର ଏହି ନୂଆ ଫିଚର ଫୋନ ଆଧୁନିକ ଡିଜାଇନ୍, ଶକ୍ତିଶାଳୀ ୧୦୦୦ ଏମଏଏଚ୍‌ (mAh) ବ୍ୟାଟେରୀ, ୧୨୮ ଜିବି ପର୍ଯ୍ୟନ୍ତ ବିସ୍ତାରଯୋଗ୍ୟ ଷ୍ଟୋରେଜ୍ ରହିଛି । ଜିଓଭାରତ ଫୋନରେ ମାସିକ ମାତ୍ର ୧୨୩ ଟଙ୍କାରେ ରିଚାର୍ଜ କରାଯାଇପାରିବ ଯେଉଁଥିରେ ଅସୀମିତ ଭଏସ୍ କଲ୍ ଏବଂ ଦୈନିକ ଅଧା ଜିବି ହିସାବରେ ମୋଟ ୧୪ ଜିବି ହାଇ-ସ୍ପିଡ଼ ଡାଟା ମଧ୍ୟ ଉପଲବ୍ଧ ହେବ।

Advertisment

ଉଭୟ ଭି୩ ଓ ଭି୪ ମଡେଲ ଜିଓ-ଟିଭି, ଜିଓ-ସିନେମା, ଜିଓ-ପେ ଏବଂ ଜିଓ-ଚାଟ୍ ଭଳି ଉପଯୋଗୀ ପ୍ରି-ଲୋଡେଡ଼ ଆପ୍ ସହିତ ଆସିବ। ୪୫୫ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଚଳଚ୍ଚିତ୍ର, ଭିଡିଓ ଏବଂ କ୍ରୀଡା ବିଷୟବସ୍ତୁ ମଧ୍ୟ ମାତ୍ର ଗୋଟିଏ କ୍ଲିକରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟପକ୍ଷରେ, ଜିଓ-ପେ ସହଜରେ ନିରବଛିନ୍ନ ଦେୟ ପ୍ରଦାନ ସୁବିଧା ପ୍ରଦାନ କରୁଥିବା ବେଳେ ଜିଓଚାଟ ଅସୀମିତ ଭଏସ୍ ମେସେଜିଂ, ଫଟୋ ସେୟାର ଏବଂ ଗ୍ରୁପ୍ ଚାଟ୍ ବିକଳ୍ପ ପ୍ରଦାନ କରୁଛି । ଜିଓଭାରତ ଭି୩ (JioBharat V3) ଏବଂ ଜିଓଭାରତ ଭି୪ (JioBharat V4) ଖୁବ୍ ଶୀଘ୍ର ସମସ୍ତ ମୋବାଇଲ୍ ଷ୍ଟୋର୍ ସହିତ ଜିଓମାର୍ଟ ଓ ଆମାଜନରେ ମଧ୍ୟ ଉପଲବ୍ଧ ହେବ।

Reliance 4g
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ