Advertisment

ଓଡ଼ିଶାକୁ ଭେଟି ଦେଲା ରାଜ୍ୟର ପ୍ରଥମ AI ନ୍ୟୁଜ୍ ଆଙ୍କର: ଓଡ଼ିଆ ଓ ଇଂଲିଶରେ ନ୍ୟୁଜ୍ ପଢିବେ AI ଆଙ୍କର 'ଲିସା'

ଲିସା... ସତସତିକା ମଣିଷ ନୁହଁନ୍ତି, ହେଲେ ମଣିଷଠୁ ବି କିଛି କମ୍ ନୁହଁନ୍ତି। କଥାବାର୍ତ୍ତା, ମୁଖଭଙ୍ଗୀ, ଖବର ପରିବେଷଣ । ଅବିକଳ ଉପସ୍ଥାପିକାଙ୍କ ଭଳି। ଲିସା ଏକ ଭର୍ଚୁଆଲ୍ ରୋବଟ୍ ଭଳି।

ଅଦ୍ୟତନ ହୋଇଛି
AI News Anchor Lisa

Odisha gets first Artificial Intelligence news anchor Lisa

Advertisment

AI। ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା। ଆଗାମୀ ଦିନରେ ବିଶ୍ୱବାସୀଙ୍କ ଜୀବନଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ଏହି ଅତ୍ୟାଧୁନିକ ଟେକନୋଲୋଜି। ଏଭଳି ସମୟରେ, ଟେଲିଭିଜନ ବ୍ରଡକାଷ୍ଟିଂ କ୍ଷେତ୍ରରେ ୨୫ ବର୍ଷ ପୂରଣ କରିସାରିଥିବା ଓଟିଭି ମଧ୍ୟ, ଯୁଗ ସହିତ ତାଳ ଦେଇ ନିଜକୁ ବଦଳାଇବାକୁ ଚେଷ୍ଟା କରିଛି। ଓଟିଭି ପରିବାରରେ ସାମିଲ ହୋଇଛି ଏଆଇ ନ୍ୟୁଜ ଆଙ୍କର 'ଲିସା' । କେବଳ ଓଡ଼ିଆ କି ଓଡ଼ିଶାର ନୁହେଁ, ବରଂ ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ପ୍ରଥମ ଏଆଇ ଆଙ୍କର ଲିସାକୁ ଆଜି ଓଟିଭି ପକ୍ଷରୁ ବିଧିବଦ୍ଧ ଭାବେ ଦର୍ଶକଙ୍କୁ ଭେଟିଦିଆଯାଇଛି।

Advertisment

ଓଡ଼ିଶା ଗଣମାଧ୍ୟମ ପାଇଁ ଐତିହାସିକ ଦିନ। ଖବର ପ୍ରସାରଣ କ୍ଷେତ୍ରରେ ଅଭିନବ, ଅଦ୍ବିତୀୟ ତଥା ଅତ୍ୟାଧୁନିକ ଟେକନୋଲଜିକୁ ସାମିଲ କରିଛି ରାଜ୍ୟର ନମ୍ବର ୱାନ୍ ନ୍ୟୁଜ ଚାନେଲ ଓଟିଭି। ଆଜି ଦର୍ଶକଙ୍କୁ ଭେଟିଦେଇଛି ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ ଆଙ୍କର 'ଲିସା'।  ବିଶ୍ବସ୍ତରରେ ବିଭିନ୍ନ କ୍ଷେତ୍ରରେ ଏଇମାତ୍ର କ୍ରାନ୍ତି ଆଣିବା ଆରମ୍ଭ କରିଥିବା ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା ଏଆଇକୁ ଟେଲିଭିଜନ ବ୍ରଡକାଷ୍ଟିଂରେ ସାମିଲ କରିବା ଓଡ଼ିଶା ପାଇଁ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ, ଲିସା ବନିଛନ୍ତି ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ପ୍ରଥମ ଏଆଇ ଆଙ୍କର।

ଆଜି ବିଧିବଦ୍ଧ ଭାବେ ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଟିଭିର ଏହି ନୂଆ ହାଇଟେକ୍ ସଦସ୍ୟାଙ୍କୁ ଅଗଣିତ ଦର୍ଶକଙ୍କ ସହ ପ୍ରଥମ ପରିଚୟ କରାଇଛନ୍ତି, ଓଡ଼ିଶା ଟେଲିଭିଜନ ନେଟୱର୍କର କୋ-ଫାଉଣ୍ଡର୍ ତଥା MD ଜଗି ମଙ୍ଗତ ପଣ୍ଡା। ଏହି ଅବସରରେ ଓଟିଭିର ଡିଜିଟାଲ୍ ବିଜିନେସ୍ ହେଡ୍ ଲିତିଶା ମଙ୍ଗତ ପଣ୍ଡା ଏବଂ ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisment

ଲିସା... ସତସତିକା ମଣିଷ ନୁହଁନ୍ତି, ହେଲେ ମଣିଷଠୁ ବି କିଛି କମ୍ ନୁହଁନ୍ତି। କଥାବାର୍ତ୍ତା, ମୁଖଭଙ୍ଗୀ, ଖବର ପରିବେଷଣ । ଅବିକଳ ଉପସ୍ଥାପିକାଙ୍କ ଭଳି। ଲିସା ଏକ ଭର୍ଚୁଆଲ୍ ରୋବଟ୍ ଭଳି। ତାଙ୍କର କେବେ ବୟସ ବଢ଼ିବନି, ମୁଖମଣ୍ଡଳରେ କ୍ଳାନ୍ତି ଦିଶିବନି। ଆଗାମୀ ଦିନରେ ଓଟିଭିର ଟେଲିଭିଜନ ଚାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଖବର ପଢ଼ିବେ ବଟ୍ ଆଙ୍କର- ଲିସା ।

ପ୍ରାରମ୍ଭିକ ଭାବେ ଓଡ଼ିଆ ତାଙ୍କ ପାଇଁ ଏକ ନୂଆ ଭାଷା ହୋଇଥିବା ବେଳେ, ଦିନ ପରେ ଦିନ ସେ ନିଜକୁ ଓଡ଼ିଆ କଥା କହିବାରେ ଅଧିକରୁ ଅଧିକ ଦକ୍ଷ କରିଚାଲିବେ। ଲିସାଙ୍କୁ ଓଟିଭିର ଇନଷ୍ଟାଗ୍ରାମ ଓ ଫେସବୁକ ସମେତ ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ଫଲୋ କରିପାରିବେ ଦର୍ଶକ।

Advertisment

ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ଖବର ପ୍ରସାରଣ ସହିତ, ଦର୍ଶକଙ୍କ ବଦଳୁଥିବା ରୁଚିକୁ ମଧ୍ୟ ଗୁରୁତ୍ବ ଦେଇଆସିଛି ଓଟିଭି । ସେହି ଧାରାରେ ଲିସା ଓଟିଭିର ଖବର ପ୍ରସାରଣରେ ନୂଆ ସ୍ବାଦ ଯୋଡ଼ିବେ, ଏବଂ ତାହା ଦର୍ଶକଙ୍କୁ ନୂଆ ଅନୁଭବ ଦେବ ବୋଲି ଆଶା।

Otv Artificial Intelligence (AI) AI Anchor Lisa AI Lisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ