Advertisment

କମାଲ୍‌ କଲେ ଓଡ଼ିଆ ପୁଅ; ତିଆରି କଲେ ଡ୍ରୋନ୍‌...ପାଣିରୁ ଛାଣିବ ଜୀବନ

ନଦୀରେ ବୁଡ଼ି ଯାଉଥିଲେ ଉଦ୍ଧାର କରିବ ଓଡ଼ିଆ ଡ୍ରୋନ୍। ବନ୍ୟାରେ ଭାସିଯାଉଥିଲେ ଉଦ୍ଧାର କରିବ । କେବେଳ ସେତିକି ନୁହେଁ ଦୁର୍ଗମ ହିମାଳୟରେ ବି ସେନାକୁ ସହାୟତା କରୁଛି ଏହି ଉନ୍ନତ ଡ୍ରୋନ୍।

ଅଦ୍ୟତନ ହୋଇଛି
Odisha Drone Bone V Aero Flies In The Himalayas

Drone

Advertisment

ନଦୀରେ ବୁଡ଼ି ଯାଉଥିଲେ ଉଦ୍ଧାର କରିବ ଓଡ଼ିଆ ଡ୍ରୋନ୍। ବନ୍ୟାରେ ଭାସିଯାଉଥିଲେ ଉଦ୍ଧାର କରିବ । କେବେଳ ସେତିକି ନୁହେଁ ଦୁର୍ଗମ ହିମାଳୟରେ ବି ସେନାକୁ ସହାୟତା କରୁଛି ଏହି ଉନ୍ନତ ଡ୍ରୋନ୍। ଦୁର୍ଗମ ଅଞ୍ଚଳରେ ମୁତୟନ ଯବାନଙ୍କୁ ରାସନ୍, ଅସ୍ତ୍ରଶସ୍ତ୍ର, ସ୍ପେୟାର ପାର୍ଟସ ଓ ଔଷଧ ଆଦି ଅନାୟାସରେ ଯୋଗାଇ ପାରୁଛି। ଓଡ଼ିଆ ପୁଅଙ୍କ ଦ୍ବାରା ଭୁବନେଶ୍ବରରେ ସ୍ଥାପିତ ଏକ ଷ୍ଟାର୍ଟଅପ୍ ସଂସ୍ଥା ପକ୍ଷରୁ ତିଆରି ଏହି ଡ୍ରୋନ୍ ଆମେରିକାର ରିୟଲିଟି ସୋ ଜିତି ଆଣିଛି ରାଜ୍ୟ ପାଇଁ ଗର୍ବ ଓ ଗୌରବ।

Advertisment

କେବଳ ଆବଶ୍ୟକତା ନୁହେଁ, ବେଳେ ବେଳେ ଅଘଟଣ ବି ସାଜେ ଉଦ୍ଭାବନର ଜନନୀ। ମହାନଦୀରେ ବୁଡ଼ି ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦୁଃଖଦ ମୃତ୍ୟୁ, ସେତେବେଳେ ଉଦ୍ୟମୀ ଓଡ଼ିଆ ପୁଅ ଅବିନାଶ ସାହୁଙ୍କୁ ବାଧ୍ୟ କରିଥିଲା ଏଭଳି ଏକ ଉନ୍ନତ ଡ୍ରୋନ୍ ତିଆରି ପାଇଁ ଚିନ୍ତା କରିବାକୁ। ଆଉ ଏବେ ସଫଳ ହୋଇଛି ସାଧନା। ନଦୀରେ ବୁଡ଼ିଯାଉଥିବା କିମ୍ବା ବନ୍ୟାରେ ଭାସିଯାଉଥିବା ବିପନ୍ନଙ୍କୁ ଖୁବ୍ କମ୍ ସମୟ ଭିତରେ ଉଦ୍ଧାର କରିପାରିବ ଏହି ସ୍କାଏ ସେଭିଅର୍। ତେବେ ମହାନଦୀରେ ଏହାର ପରୀକ୍ଷଣ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ITI ଛାତ୍ରଙ୍କ କମାଲ; ଅଦରକାରୀ ସାମଗ୍ରୀରେ ତିଆରି କରୁଛନ୍ତି ମୂଲ୍ୟବାନ ଜିନିଷ

Advertisment

ଅଥଳ ମହାନଦୀର ପ୍ରଖର ସୁଅରେ ଜଣେ ବିପନ୍ନ ଭାସିଯିବାର ଡୋମୋ ଦେଖାଯାଇଥିଲା। ଆଉ ଅଚାନକ ଦେବଦୂତ
ଭଳି ଉଡ଼ି ଉଡ଼ି ପହଞ୍ଚି ବିରାଟ ଡ୍ରୋନ୍‌ଟି ଜୀବନ ବଞ୍ଚାଇଥିଲା। ତଳକୁ ଦଉଡ଼ି ଓ ଲାଇଫ ବୟ୍ ପକାଇ ବିପନ୍ନଙ୍କୁ କୂଳ ଯାଏଁ ଟାଣି ଟାଣି ଆଣିଥିଲା। ମହାନଦୀରେ ଡେମୋ ବେଳେ ବିପନ୍ନଙ୍କୁ କୂଳରେ ପହଞ୍ଚାଇବା ଯାଏଁ ଏହା ମାତ୍ର ଦେଢ଼ ମିନିଟ୍ ସମୟ ନେଇଥିଲା।

ଭୁବନେଶ୍ବରର ଏକ ଷ୍ଟାର୍ଟଅପ୍ ବନ୍-ଭି ପକ୍ଷରୁ ନିର୍ମିତ ଏହି ଡ୍ରୋନର ଓଜନ ୨୦୦ରୁ ୨୫୦ କେଜି । ଆକାର ୧୨ ରୁ ୧୫ ଫୁଟ୍। ୫ରୁ ୧୦ କିଲୋମିଟର ଯାଏଁ ବୋହି ପାରିବ ୫୦ରୁ ୮୦ କେଜି ଓଜନ । ଏଥିରେ ଲାଗିଛି ଇନଫ୍ରାରେଡ୍ କ୍ୟାମେରା, ଯାହାକି ଆପେଆପେ ବିପନ୍ନଙ୍କୁ ଚିହ୍ନଟ କରିପାରିବ। କେବଳ ନଦୀରେ ନୁହେଁ, ଏହି ଡ୍ରୋନ୍ କମାଲ୍ ଦେଖାଇସାରିଛି ବରଫାବୃତ ହିମାଳୟ ପର୍ବତମାଳାରେ । ଭାରତୀୟ ସେନାକୁ ୧୩ଟି ଡ୍ରୋନ ଯୋଗାଇଛି ବୋନ୍-ଭି। ଓଡ଼ିଶା ପାଇଁ ଆଉ ଏକ ଗର୍ବର କଥା ହେଉଛି ନିକଟରେ ଏହି ଷ୍ଟାର୍ଟଅପ୍ ଆମେରିକାର ଏକ ଅନ୍ତର୍ଜାତୀୟ ଟିଭି ରିୟଲିଟି ସୋ'ରେ ବିଜୟୀ ହୋଇ ୧୪ କୋଟି ଟଙ୍କାର ଫଣ୍ଡିଂ ପାଇଛି।

Advertisment

ଅଧିକ ପଢ଼ନ୍ତୁ: ଚିକିତ୍ସା ବିଜ୍ଞାନର କମାଲ୍‌ ! ନିଶ୍ୱାସରୁ ଚିହ୍ନଟ ହୋଇପାରିବ ମାରାତ୍ମକ କ୍ୟାନସର୍‌

Drone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ