ଆପଣ ସ୍ମାଟ୍ ଫୋନ୍ ବ୍ୟବହାର କରୁଛନ୍ତି କି ? ତେବେ ତୁରନ୍ତ ଏହାକୁ ବନ୍ଦ କରନ୍ତୁ । ଯଦି ଆପଣ ଅଧିକ ସମୟ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ମସ୍ତିସ୍କ ଉପରେ ଓ ଚିନ୍ତାଧାରା ଉପରେ ପ୍ରଭାବ ପକାଇବ । ଆପଣଙ୍କ ଜୀବନ ଶୈଳି ମଧ୍ୟ ପରିବର୍ତ୍ତନ କରିଦେବ । ଯଦି ଆପଣ ସାଧାରଣ ଭାବେ ଜଣେ କ୍ରିଏଟିଭ୍ ବ୍ୟକ୍ତି ତେବେ ସ୍ମାର୍ଟଫୋନ୍ଠାରୁ ତୁରନ୍ତୁ ଦୁରେଇ ଯିବା ଉଚିତ୍ ।
ଏହି କଥା ଆମେ କହୁନାହୁଁ, ଏକ ଗବେଶଣାରୁ ଜଣାପଡ଼ିଛି ଯେ ଯେଉଁମାନେ ସାଧାରଣତଃ କ୍ରିଏଟିଭ୍ ବା ନୂଆ କଥା ଚିନ୍ତା କରନ୍ତି ଏବଂ ନୂଆ କିଛି କରିବାକୁ ସବୁବେଳେ ଚେଷ୍ଟା କରନ୍ତି ସେମାନେ ଏହି ସ୍ମାର୍ଟଫୋନ୍ ବ୍ୟବହାର ପରେ ଧିମା ପଡ଼ିଯାଆନ୍ତି । ଅର୍ଥାତ୍ ତାଙ୍କର କ୍ରିଏଟିଭିଟି କମିଯାଇଥାଏ । ପୂର୍ବରୁ ନୂଆ କରିବା ପାଇଁ ଯେଉଁ ଇଚ୍ଛାଶକ୍ତି ଥାଏ ତାହା ଧିରେ ଧିରେ କମ୍ ହୋଇଯାଏ । ଚାଇନାର ଏକ ଗବେଶଣା ସଂସ୍ଥା ଏହି ଗବେଶଣା କରିଥିଲା ।
Also Read
ଗବେଶଣାରୁ ଜଣାପଡ଼ିଲା ଯେ, ମାତ୍ରାଧିକ ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ସାଧାରଣତଃ ମଣିଷ, ସମାଜଠାରୁ ଦୂରେଇ ରୁହେ ବା ସାମାଜିକ ବ୍ୟବହାର ଶୈଳିରେ ତାର ପରିବର୍ତ୍ତନ ଆସିଥାଏ । ସେ ସହଜରେ ଲୋକଙ୍କ ସହ ମିଶିପାରି ନଥାଏ । ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ମଣିଷର ମସ୍ତିଷ୍କରେ ନାକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି ।
ଏହି ସର୍ଭେ ପାଇଁ ସାନ୍କ୍ସି ନରମାଲ ୟୁନିଭରସିଟିରୁ ୪୮ ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା । ସମସ୍ତଙ୍କ ବୟସ ପ୍ରାୟ ୧୮ରୁ ୨୫ ବଷଁ ମଧ୍ୟରେ । ତେବେ ୪୮ ଜଣ ଛାତ୍ରଛାତ୍ରୀଙ୍କୁ କିଛି ଦିନ ଅନୁଧ୍ୟାନ କରିବା ପରେ ସେମାନଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୨୪ ଜର ଖୁବ୍ ଖରାପ ମାର୍କ ରଖିଥିଲେ । କାରଣ ସେହି ୨୪ ଜଣଙ୍କୁ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ସୁଯୋଗ ଦିଆଯାଇଥିଲା । ସେମାନେ ଏହି ସର୍ଭେ ସମୟ ମଧ୍ୟରେ ଖୁବ୍ ସ୍ମାର୍ଟ ଫୋନ୍ ବ୍ୟବହାର କରିଥିଲେ । ଅନ୍ୟପଟେ ଯେଉଁ ୨୪ ଜଣଙ୍କୁ ସ୍ମାର୍ଟ ଫୋନ୍ଠାରୁ ଦୂରେଇ ରଖାଯାଇଥିଲା, ସେମାନଙ୍କ ପ୍ରଦର୍ଶନ ପରୀକ୍ଷାରେ ଖୁବ୍ ଭଲ ଥିଲା ।
ତେବେ ଗବେଶଣାରେ ଉକ୍ତ ୪୮ ଛାତ୍ରାଛାତ୍ରୀଙ୍କ କ୍ରିଏଟିଭିଟି ପରୀକ୍ଷା କରାଯାଇଥିଲା । ସେମାନେ କେତେ ଶୀଘ୍ର ପ୍ରଶ୍ନର ଉତ୍ତର ଦେଉଛନ୍ତି ଏବଂ କେତେ ଶୀଘ୍ର ପ୍ରଶ୍ନକୁ ବୁଝିପାରୁଛନ୍ତି । ଏମିତିକି କୌଣସି ନୂଆ ଟାସ୍କ ପାଇବା ପରେ ସେମାନଙ୍କର ପ୍ରତିକ୍ରିୟା କେଉଁଭଳି ରହୁଛି । ଏହିସବୁ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଖାଲି ସେତିକି ନୁହେଁ ପିଲାଙ୍କର ଆଇକ୍ୟୁ ଟେଷ୍ଟ ମଧ୍ୟ କରାଯାଇଥିଲା । ଯେଉଁଥିରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ୨୪ ଜଣ ଛାତ୍ରଛାତ୍ରୀ ଖରାପ ପ୍ରଦର୍ଶନ କରିଥିଲେ ।
କିନ୍ତୁ ଅନ୍ୟ ୨୪ ଜଣ ଯେଉଁମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁନଥିଲେ ସେମାନଙ୍କ ଆଇକ୍ୟୁ ପାୱାର ଭଲ ରହିଥିବା ଜଣାପଡ଼ିବା ସହ ସେମାନଙ୍କର ଜ୍ଞାନ ଆହରଣ କରିବାର ଆଗ୍ରହ ଥିବା ଦେଖାଯାଇଥିଲା । ଖାଲି ସେତିକି ନୁହେଁ ସେମାନେ ଅଧିକ କ୍ରିଏଟିଭ୍ ଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି ।