Advertisment

Wi-Fi ପାସ୍‌ୱାର୍ଡ ଭୁଲିଯାଇଛନ୍ତି କି, ଚିନ୍ତା କରନ୍ତୁ ନାହିଁ; ଏମିତି ଜାଣନ୍ତୁ…

ୱାଇ-ଫାଇ ପାସ୍‌ୱାର୍ଡ ଏପରି କିଛି ନୁହେଁ ଯାହାକୁ ପ୍ରତିଦିନ ବ୍ୟବହାର କରିବାକୁ ପଡିବ। ଏପରି ପରିସ୍ଥିତିରେ, ଯେତେବେଳେ ଆମେ ଡିଭାଇସ୍ ଫର୍ମାଟ୍ କରୁ କିମ୍ବା ଏକ ନୂଆ ଡିଭାଇସ୍ ଇନଷ୍ଟଲ୍ କରୁ ସେତେବେଳେ ୱାଇ-ଫାଇ ପାସ୍‌ୱାର୍ଡ ଏଣ୍ଟ୍ରୀ କରିବାବେଳେ ଆମେ ଦ୍ୱନ୍ଦ୍ୱରେ ପଡିଥାଉ।

ଅଦ୍ୟତନ ହୋଇଛି
how to see saved wi-fi passwords in laptop

how to see saved wi-fi passwords in laptop

Advertisment

ଆପଣମାନଙ୍କ ମଧ୍ୟରୁ ଅନେକ ହୁଏତ ଘରେ ଏବଂ ଅଫିସ୍‌ରେ ୱାଇ-ଫାଇ ବ୍ୟବହାର କରୁଥିବେ। ଅନେକ ସମୟରେ ଏମିତି ହୁଏ ଯେ ଆମେ ୱାଇ-ଫାଇ ପାସ୍‌ୱାର୍ଡ ଭୁଲିଯାଉ। ବାସ୍ତବରେ, ୱାଇ-ଫାଇ ପାସ୍‌ୱାର୍ଡ ଏପରି କିଛି ନୁହେଁ ଯାହାକୁ ପ୍ରତିଦିନ ବ୍ୟବହାର କରିବାକୁ ପଡିବ। ଏପରି ପରିସ୍ଥିତିରେ, ଯେତେବେଳେ ଆମେ ଡିଭାଇସ୍ ଫର୍ମାଟ୍ କରୁ କିମ୍ବା ଏକ ନୂଆ ଡିଭାଇସ୍ ଇନଷ୍ଟଲ୍ କରୁ ସେତେବେଳେ ୱାଇ-ଫାଇ ପାସ୍‌ୱାର୍ଡ ଏଣ୍ଟ୍ରୀ କରିବାବେଳେ ଆମେ ଦ୍ୱନ୍ଦ୍ୱରେ ପଡିଥାଉ।

Advertisment

ଏହାଛଡା ଯେତେବେଳେ କେହି ସମ୍ପର୍କୀୟ କିମ୍ବା ବନ୍ଧୁ ଘରକୁ ଆସନ୍ତି ଏବଂ ଯେତେବେଳେ ସେମାନେ ୱାଇଫାଇ ପାସୱାର୍ଡ ମାଗନ୍ତି ଆମେ ଭୁଲିଯାଇଥିବାରୁ ଚିନ୍ତିତ ହୋଇପଡୁ। ଏହିପରି ସମସ୍ୟାକୁ ଏଡାଇବା ପାଇଁ, ଏଠାରେ ଆମେ କିଛି ଟିପ୍ସ କହିବା ଯାହା ମାଧ୍ୟମରେ ଆପଣ ୱାଇଫାଇ ପାସ୍‌ୱାର୍ଡ ଜାଣିପାରିବେ।

ଅଧିକ ପଢ଼ନ୍ତୁ: ଭୁଲି ଯାଇଛନ୍ତି କି ଫୋନ୍‌ ପାସ୍‌ୱାର୍ଡ ? ଜାଣନ୍ତୁ, ଘରେ ବସି କେମିତି କରିବେ ରିସେଟ୍‌...

Advertisment

କେମିତି ଜାଣିବେ:

  • ସର୍ବପ୍ରଥମେ, କମ୍ପ୍ୟୁଟରକୁ ୱାଇ-ଫାଇ ସହିତ ସଂଯୋଗ କରନ୍ତୁ
  • ଇଣ୍ଟରନେଟ୍ ସହିତ ସଂଯୋଗ ହେବା ପରେ, କଣ୍ଟ୍ରୋଲ୍ ପ୍ୟାନେଲକୁ ଯାଆନ୍ତୁ ଏବଂ ନେଟ୍‌ୱାର୍କ ଏବଂ ସେୟାରିଂ ସେଣ୍ଟର ଅପ୍‌ସନ୍ ଉପରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ ଚେଞ୍ଜ୍ ଆଡାପ୍ଟର ସେଟିଂ ଉପରେ କ୍ଲିକ୍ କରନ୍ତୁ
  • ଏଠାରେ କ୍ଲିକ୍ କରିବା ପରେ, ୱାଇ-ଫାଇ ନେଟ୍‌ୱାର୍କରେ ରାଇଟ୍ କ୍ଲିକ୍ କରନ୍ତୁ ଯାହାର ପାସ୍‌ୱାର୍ଡ ଆପଣ ଭୁଲି ଯାଇଛନ୍ତି
  • ରାଇଟ୍ କ୍ଲିକ୍‌ରେ ଆପଣ ଷ୍ଟାଟସ୍ ଅପ୍‌ସନ୍ ଦେଖିବେ
  • ଏଥିରେ କ୍ଲିକ୍ କରନ୍ତୁ
  • ଏହା ପରେ ୱେୟାର୍‌ଲେସ୍ ପ୍ରପର୍ଟି ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ ଆପଣ କନେକ୍ସନ ଏବଂ ସିକ୍ୟରିଟୀ ଅପ୍‌ସନ୍ ପାଇବେ, ଏଥିରେ କ୍ଲିକ୍ କରନ୍ତୁ
  • ଏଠାରେ କ୍ଲିକ୍ କରିବା ପରେ ଆପଣ ନେଟ୍‌ୱର୍କ ସିକ୍ୟୁରିଟିର ଅପ୍‌ସନ୍ ଦେଖିବେ
  • ଏହାର ଠିକ୍ ତଳେ ଆପଣ ଶୋ କ୍ୟାରେକ୍ଟର୍‌ସର ଅପ୍‌ସନ୍ ପାଇବେ, ଏଠାରେ କ୍ଲିକ୍ କରି ଆପଣ ଆପଣଙ୍କର ୱାଇ-ଫାଇର ପାସ୍‌ୱାର୍ଡ ଜାଣିପାରିବେ
WiFi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ