Advertisment

Technology: ଥାର୍ଡ-ପାର୍ଟୀ ଆପ୍ ବ୍ୟବହାର ନ କରି WhatsAppରେ କରନ୍ତୁ କଲ୍‌ ରେକର୍ଡିଂ

ଆପଣ ଯଦି ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ କୌଣସି ଥାର୍ଡ-ପାର୍ଟୀ ଆପ୍ ବିନା ନିଜ WhatsApp କଲ୍‌ ରେକର୍ଡିଂ କରିପାରିବେ। ଭବିଷ୍ୟତରେ ଆବଶ୍ୟକ ପଡିଲେ ଏହାକୁ ଆକ୍ସେସ୍ ମଧ୍ୟ କରିପାରିବେ। ତେବେ ଏହାକୁ କିପରି କରିବେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
How to record whatsapp call without third party app

How to record whatsapp call without third party app

Advertisment

ସାରା ବିଶ୍ୱରେ ୩.୫ ବିଲିୟନରୁ ଅଧିକ ଉପଭୋକ୍ତା ଥିବା ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ୱାଟ୍ସଆପ୍। ଏହା କେବଳ ଟେଷ୍ଟ୍ ମେସେଜିଂ ନୁହେଁ ବରଂ ଭଏସ୍ ଏବଂ ଭିଡିଓ କଲିଂ ପାଇଁ ମଧ୍ୟ ଖୁବ ସୁବିଧାଜନକ। ତେବେ ଏହି ଆପ୍‌ରେ କଲ୍ ରେକର୍ଡିଂର କୌଣସି ଇନ୍-ବିଲ୍ଟ ଫିଚର୍ ନାହିଁ।

Advertisment

ତେବେ ଭବିଷ୍ୟତର ରେଫରେନ୍ସ ପାଇଁ ଅନେକ ଉପଭୋକ୍ତା ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ କଲ୍ ରେକର୍ଡିଂକୁ ସେଭ୍ କରିବାକୁ ଚାହାଁନ୍ତି, କିନ୍ତୁ ହ୍ୱାଟ୍ସଆପର ଗୋପନୀୟତା ନୀତି ଯୋଗୁଁ କମ୍ପାନୀ କଲ୍ ରେକର୍ଡିଂର ବିକଳ୍ପ ଦେଇ ନାହିଁ।

ଯଦି ଆପଣ ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ କୌଣସି ଥାର୍ଡ-ପାର୍ଟୀ ଆପ୍ ବିନା ନିଜ WhatsApp କଲ୍‌ ରେକର୍ଡିଂ କରିପାରିବେ। ଭବିଷ୍ୟତରେ ଆବଶ୍ୟକ ପଡିଲେ ଏହାକୁ ଆକ୍ସେସ୍ ମଧ୍ୟ କରିପାରିବେ। ତେବେ ଏହାକୁ ସିଧାସଳଖ କିପରି କରିବେ ଆସନ୍ତୁ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍‌ରେ ଆଡ୍ କରିପାରିବେ ନାହିଁ

କଲ୍‌ ରେକର୍ଡିଂ ପଦ୍ଧତି:

ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଥିବା ସ୍କ୍ରିନ୍ ରେକର୍ଡିଂ ଫିଚର ସାହାଯ୍ୟରେ WhatsApp କଲ୍ ରେକର୍ଡ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ କେବଳ କିଛି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ।

Advertisment

ଷ୍ଟେପ୍ ବାଏ ଷ୍ଟେପ୍:

WhatsApp କଲ୍ ଆରମ୍ଭ କରନ୍ତୁ - ଆପଣଙ୍କ ଫୋନରେ WhatsApp ଖୋଲନ୍ତୁ ଏବଂ ଆପଣ କଲ୍ ରେକର୍ଡ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହିତ ଏକ ଭଏସ୍ କିମ୍ବା ଭିଡିଓ କଲ୍ କରନ୍ତୁ।

ସ୍କ୍ରିନ୍ ରେକର୍ଡିଂ ଟର୍ନ୍ ଅନ୍ କରନ୍ତୁ - ଯଦି ଆପଣ ଜଣେ ଆଣ୍ଡ୍ରଏଡ୍ ୟୁଜର୍, କଲ୍ ଆରମ୍ଭ ହେବା ମାତ୍ରେ ସ୍କ୍ରିନ୍‌ରୁ ସ୍ୱାଇପ୍ କରନ୍ତୁ। ଆଇଫୋନ୍ ୟୁଜର୍‌ମାନେ ସ୍କ୍ରିନ୍‌ର ତଳୁ ସ୍ୱାଇପ୍ କରି Quick Settingsକୁ ଯାଆନ୍ତୁ। ଏଠାରେ ଆପଣ Screen Recordingର ଅପ୍‌ସନ୍ ପାଇବେ, ଏହାକୁ ଟ୍ୟାପ୍ କରନ୍ତୁ।

ରେକର୍ଡିଂ ସେଭ୍ କରନ୍ତୁ - କଲ୍‌ ଶେଷ ହେବା ପରେ ସ୍କ୍ରିନ୍ ରେକର୍ଡିଂ ଅଟୋମେଟିକ୍ ବନ୍ଦ ହୋଇଯିବ। ଯଦି ତାହା ନ ହୁଏ, ଆପଣ ଏହାକୁ ନୋଟିଫିକେସନ୍ ପ୍ୟାନେଲ୍ କିମ୍ବା କଣ୍ଟ୍ରୋଲ୍ ପ୍ୟାନେଲରୁ ମାନୁଆଲୀ ବନ୍ଦ କରିପାରିବେ।

ରେକର୍ଡିଂକୁ ଆକ୍ସେସ୍ କରନ୍ତୁ - ଆପଣଙ୍କର ରେକର୍ଡ ହୋଇଥିବା ଫାଇଲ୍ ଫୋନର ଗ୍ୟାଲେରୀ କିମ୍ବା ଫାଇଲ୍ ମ୍ୟାନେଜର୍‌ରେ ସେଭ୍ ହେବ, ଯେଉଁଠାରେ ଆପଣ ଏହାକୁ ଯେକୌଣସି ସମୟରେ ଦେଖିପାରିବେ କିମ୍ବା ଶୁଣିପାରିବେ।

ଅଧିକ ପଢ଼ନ୍ତୁ: ଏହିସବୁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍; ଆପଣ ଏଥିରେ ନାହାନ୍ତି ତ.., ଦେଖନ୍ତୁ ତାଲିକା

WhatsApp Call Recording Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ