Advertisment

Technology: ଆପଣ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ କିଣୁଛନ୍ତି କି… ଜାଣନ୍ତୁ ଏହା ଚୋରି ମୋବାଇଲ୍ ନୁହେଁ ତ…

ଦେଶରେ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ ବିକ୍ରି ବୃଦ୍ଧି ପାଉଛି। ଲୋକମାନେ ବିନା ସଂକୋଚରେ ଆରାମରେ ସେକେଣ୍ଡ ହ୍ୟାଣ୍ଡ୍‌ ଫୋନ୍ କିଣୁଛନ୍ତି। ତେବେ ଆପଣ ଯଦି ସେକେଣ୍ଡ ହ୍ୟାଣ୍ଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହା ନକଲି କିମ୍ବା ଚୋରି ହୋଇଥିବାର ମଧ୍ୟ ସମ୍ଭାବନା ଥାଏ।

ଅଦ୍ୟତନ ହୋଇଛି
How to know your phone is original or fake

How to know your phone is original or fake

Advertisment

ଭାରତରେ ସ୍ମାର୍ଟଫୋନ୍ ବଜାର ବହୁତ ଦ୍ରୁତ ଗତିରେ ବଢିବାରେ ଲାଗିଛି। ତା’ ସାଙ୍ଗକୁ ଦେଶରେ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ ବିକ୍ରି ମଧ୍ୟ ବୃଦ୍ଧି ପାଉଛି। ଲୋକମାନେ ବିନା ସଂକୋଚରେ ଆରାମରେ ସେକେଣ୍ଡ ହ୍ୟାଣ୍ଡ୍‌ ଫୋନ୍ କିଣୁଛନ୍ତି। ତେବେ ଆପଣ ଯଦି ସେକେଣ୍ଡ ହ୍ୟାଣ୍ଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହା ନକଲି କିମ୍ବା ଚୋରି ହୋଇଥିବାର ମଧ୍ୟ ସମ୍ଭାବନା ଥାଏ।

Advertisment

ଇ-କମର୍ସ କମ୍ପାନୀଗୁଡିକ ଅଫର ନାମରେ ଲୋକଙ୍କୁ ପ୍ରତାରଣା କରୁଥିବା କାରଣରୁ ଆମେ ଏହା କହୁଛୁ। ଏପରି ପରିସ୍ଥିତିରେ, ଆପଣଙ୍କ ପାଖରେ ମଧ୍ୟ ଏକ ନକଲି ଫୋନ୍ କିମ୍ବା ଚୋରି ହୋଇଥିବା ଫୋନ୍ ଥାଇପାରେ। ତେବେ ଆପଣ ଅତି ସହଜରେ ଜାଣିପାରିବେ ଯେ ଆପଣଙ୍କର ଫୋନ୍ ଅସଲି କି ନକଲି ବା ଚୋରି ହୋଇଥିବା। ଆସନ୍ତୁ ସେହି ଉପାୟଗୁଡିକ ଜାଣିନେବା।

ପ୍ରଥମ ଉପାୟ:

  • ଟେଲିକମ୍ ବିଭାଗର ୱେବସାଇଟ୍ ପରିଦର୍ଶନ କରି ଆପଣ ଏହି ସୂଚନା ପାଇପାରିବେ
  • ପ୍ରଥମ ଉପାୟ ହେଉଛି https://ceir.gov.in/Device/CeirImeiVerification.jsp କୁ ଯାଇ ମୋବାଇଲ୍ ନମ୍ବର, OTP ସହିତ ଲଗଇନ୍ କରନ୍ତୁ
  • ଏହା ପରେ ଫୋନର IMEI ନମ୍ବର ଏଣ୍ଟ୍ରୀ କରନ୍ତୁ
  • ଯଦି ଫୋନର IMEI ନମ୍ବର ବ୍ଲକ୍ ଆସେ ତେବେ ଏହାର ଅର୍ଥ ହେଉଛି ଫୋନ୍ ଚୋରି ହୋଇଛି
Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ AC ରିମୋଟ୍‌ ହଜିଯାଇଛି କି ଭାଙ୍ଗିଯାଇଛି; ମୋବାଇଲ୍ ଦ୍ୱାରା ଏମିତି କରନ୍ତୁ କଣ୍ଟ୍ରୋଲ୍

ଦ୍ୱିତୀୟ ଉପାୟ:

  • ଦ୍ୱିତୀୟ ପଦ୍ଧତି ହେଉଛି ମେସେଜ୍ ମାଧ୍ୟମରେ
  • ଆପଣ ଫୋନରେ KYM ଲେଖି ସ୍ପେସ୍ ଦିଅନ୍ତୁ ଏବଂ ଏହା ପରେ ୧୫ ଅଙ୍କ ବିଶିଷ୍ଟ IMEI ନମ୍ବର ଲେଖନ୍ତୁ ଏବଂ ଏହାକୁ ୧୪୪୨୨କୁ ପଠାନ୍ତୁ
  • ଯଦି ଡିଭାଇସର IMEI ନମ୍ବର ଜାଣି ନାହାଁନ୍ତି, ତେବେ ଆପଣ * # 06 # ଡାଏଲ୍ କରିପାରିବେ
  • ଯଦି ଫୋନରେ ଦୁଇଟି ନମ୍ବର ଥାଏ ତେବେ ଦୁଇଟି IMEI ନମ୍ବର ଦେଖାଯିବ
  • ଆପଣ ଯେକୌଣସି ନମ୍ବର ବ୍ୟବହାର କରି ଫୋନ୍ ସୂଚନା ପାଇପାରିବେ
Advertisment

ତୃତୀୟ ଉପାୟ:

  • ମେସେଜ୍ ବ୍ୟତୀତ, ଆପଣ KYM - Know Your Mobile ଆପ୍ ବ୍ୟବହାର କରି ଫୋନ୍ ଯାଞ୍ଚ କରିପାରିବେ
  • ଏହି ଆପ୍ ଦ୍ୱାରା ଫୋନ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିବ
  • ଯଦି ଫୋନର IMEI ନମ୍ବର ଏହି ସୂଚନାରେ ପ୍ରଦର୍ଶିତ ହେବନି ଏବଂ ବ୍ଲକ୍ ଲେଖା ଆସେ, ତେବେ ବୁଝିନେବେ ଫୋନ୍ ନକଲି।

ଅଧିକ ପଢ଼ନ୍ତୁ: Technology: ସ୍ମାର୍ଟଫୋନ୍‌ରେ ତୁରନ୍ତ ଡାଉନ୍‌ଲୋଡ୍ କରନ୍ତୁ ଏହି ସରକାରୀ ଆଣ୍ଟିଭାଇରସ୍; କିଛି କରିପାରିବନି ଭାଇରସ୍

Smartphones Mobile Hackers Mobile App
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ