Advertisment

Technology: ଆପଣଙ୍କ Gmail ଷ୍ଟୋରେଜ୍ ଫୁଲ୍ ହୋଇଗଲାଣି କି… ଗୋଟିଏ ମିନିଟ୍‌ରେ କରନ୍ତୁ ଖାଲି

ଯେତେବେଳେ Gmail ଷ୍ଟୋରେଜ୍ ପୂରଣ ହୋଇଯାଏ, ନୂଆ ଇମେଲ ପଠାଇବା ଏବଂ ଆସିବା କଷ୍ଟକର ହୋଇଯାଏ। କିନ୍ତୁ ଆପଣ ଜାଣନ୍ତି କି କେଇ ମିନିଟ୍‌ ଭିତରେ ଆପଣ ଆପଣଙ୍କର Gmailକୁ ସହଜରେ ଫ୍ରି କରିଦେଇପାରିବେ। ଜାଣନ୍ତୁ ଟିପ୍ସ୍…

ଅଦ୍ୟତନ ହୋଇଛି
How to free up gmail in minutes when storage is full

How to free up gmail in minutes when storage is full

Advertisment

Gmail ଷ୍ଟୋରେଜ୍ ଫୁଲ୍ ହୋଇଯିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହା ପରେ ଅତି ଦରକାରୀ ମେଲ୍‌ଟିଏ ମଧ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଅନେକ ହୁଏତ ଜାଣି ନଥିବେ ଯେ ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB ଷ୍ଟୋରେଜ୍ ପ୍ରଦାନ କରାଯାଇଥାଏ। ଇମେଲ ଆଟାଚ୍‌ମେଣ୍ଟ୍, ବଡ଼ ଫାଇଲ ଏବଂ ଅଦରକାରୀ ଇମେଲ ଯୋଗୁଁ ଏହି ଷ୍ଟୋରେଜ୍ ଶୀଘ୍ର ଫୁଲ୍ ହୋଇଯାଏ।

Advertisment

ଯେତେବେଳେ Gmail ଷ୍ଟୋରେଜ୍ ପୂରଣ ହୋଇଯାଏ, ନୂଆ ଇମେଲ ପଠାଇବା ଏବଂ ଆସିବା କଷ୍ଟକର ହୋଇଯାଏ। କିନ୍ତୁ ଆପଣ ଜାଣନ୍ତି କି କେଇ ମିନିଟ୍‌ ଭିତରେ ଆପଣ ଆପଣଙ୍କର Gmail କୁ ସହଜରେ ଫ୍ରି କରିଦେଇପାରିବେ। ଏହା ପରେ ଆପଣ ଆଉ ଏହି ଷ୍ଟୋରେଜ୍ ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

ଅଧିକ ପଢ଼ନ୍ତୁ: ସ୍ମାର୍ଟଫୋନ୍ ହେଉଛି ବ୍ୟାକ୍ଟେରିଆର ବଡ଼ ଘର; ଜାଣନ୍ତୁ କିପରି ଏହାକୁ ସଫା କରିବେ?

Advertisment

ତେବେ ଏହାକୁ କିପରି କରିବେ ଆସନ୍ତୁ ଜାଣିବା…

ଅନାବଶ୍ୟକ ଇମେଲଗୁଡିକ ଡିଲିଟ୍:

ଏମିତି ଅନେକ Gmail ଆସିଥାଏ ଯାହା ପ୍ରାୟତଃ ଦରକାର ହୋଇ ନଥାଏ। ଏହି ଅନାବଶ୍ୟକ ଇମେଲଗୁଡିକ ଡିଲିଟ୍ କରି ଷ୍ଟୋରେଜକୁ ଫ୍ରି କରାଯାଇପାରିବେ ।

ଟ୍ରାଶ୍ ଏବଂ ସ୍ପାମ୍ ଫୋଲ୍ଡର କ୍ଲିଅର୍ କରନ୍ତୁ:

ସ୍ପାମ୍ ଏବଂ ଟ୍ରାଶ୍ ଫୋଲ୍ଡରଗୁଡିକରେ ଏମିତି ଇମେଲ ରହିଯାଏ ଯାହାକୁ ଆପଣ ଡିଲିଟ୍ କରିଥାନ୍ତି କିମ୍ବା ଯାହା ସ୍ପାମ୍ ହୋଇଥାଏ। ସମୟ ସମୟରେ ସେଗୁଡ଼ିକୁ ଖାଲି କରିବା ଜରୁରୀ, ଯାହାଫଳରେ ଷ୍ଟୋରେଜ୍ ଫ୍ରି ହୋଇପାରିବ।

Advertisment

ଅଧିକ ପଢ଼ନ୍ତୁ: ଡିପ୍ ଫେକ୍ ପାଇଁ ଆପଣଙ୍କ ଫଟୋ/ଭିଡିଓ ହେଉନି ତ ଚୋରି… ଏମିତି କରନ୍ତୁ ସୁରକ୍ଷା

ଲେବଲ୍ ଏବଂ ଫୋଲ୍ଡର:

Gmail କୁ ଭଲ ଭାବେ ଚଲାଇବା ପାଇଁ ଆପଣଙ୍କର ଇମେଲ୍ ଲେବଲ୍ ଏବଂ ଫୋଲ୍ଡରକୁ ବ୍ୟବସ୍ଥିତ କରନ୍ତୁ। ଏହା କେବଳ ଷ୍ଟୋରେଜ୍ ସଞ୍ଚୟ କରେ ନାହିଁ ବରଂ ଆପ୍‌ର ସ୍ପିଡ୍ ମଧ୍ୟ ବଢାଇଥାଏ।

ଅଦରକାରୀ ଇମେଲରୁ ଅନ୍‌ସବ୍ସକ୍ରାଇବ୍:

ଯେଉଁ ଇମେଲ ଆପଣଙ୍କ ପାଇଁ ଆଉ ଉପଯୋଗୀ ନୁହେଁ ସେଗୁଡିକୁ ଅନ୍‌ସବ୍ସକ୍ରାଇବ୍ କରନ୍ତୁ। ଏହା କେବଳ ଆପଣଙ୍କ ଇନବକ୍ସକୁ ସଫା ରଖିବ ନାହିଁ ବରଂ ଅନାବଶ୍ୟକ ଇମେଲଗୁଡିକ ଆସିବାକୁ ମଧ୍ୟ ରୋକିବ।

ଅନ୍‌ରିଡ୍ ଇମେଲ ଡିଲିଟ୍:

Gmail ରେ ଅନେକ ମେଲ ଥାଏ ଯାହାକୁ ଆପଣ କେବେ ପଢନ୍ତି ନାହିଁ। ଏଗୁଡିକ ଡିଲିଟ୍ କରିବା ଜରୁରୀ।

  • ସର୍ଚ୍ଚ ବାର୍‌ରେ “unread” ଟାଇପ୍ କରନ୍ତୁ
  • ସମସ୍ତ ଅନ୍‌ରିଡ୍ ଇମେଲଚୟନ କରନ୍ତୁ ଏବଂ ସେଗୁଡ଼ିକୁ ଡିଲିଟ୍ କରନ୍ତୁ
  • ଅନାବଶ୍ୟକ ଏକ୍ସଟେନ୍‌ସନ୍‌ ବନ୍ଦ:

Gmail ସହିତ ଜଡିତ ଏପରି ଏକ୍ସଟେନ୍‌ସନ୍‌ ଯାହାକୁ ଆପଣ ବ୍ୟବହାର କରୁ ନାହାନ୍ତି ସେଗୁଡିକୁ ଡିଜେବଲ୍ କରନ୍ତୁ। ଏହା ଆକାଉଣ୍ଟର ସ୍ପିଡକୁ ବଢାଇଥାଏ। ଏହି ଟିପ୍ସଗୁଡିକ ଗ୍ରହଣ କରି, ଆପଣ Gmail ଷ୍ଟୋରେଜ୍ ଫ୍ରି କରିପାରିବେ ଏବଂ ଆପଣଙ୍କର ଆପ୍‌କୁ ସ୍ପିଡ୍ ଏବଂ ଉନ୍ନତ କରିପାରିବେ।

ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଥର ପାଇଁ ଲାପ୍‌ଟପ୍ କିଣୁଛନ୍ତି କି… ଏହି ୬ଟି ଜିନିଷକୁ ଧ୍ୟାନ ଦିଅନ୍ତୁ; ଅସୁବିଧାରେ ପଡ଼ିବେ ନାହିଁ

Gmail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ