How hackers are spreading malware using fake ai video tools
ଆଜିର ଟେକ୍ନୋଲୋଜୀ ଯୁଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏକ ପ୍ରମୁଖ ଭୂମିକା ନେଇହି। ଯଦି ଆପଣ ମଧ୍ୟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କୁ ନେଇ ପାଗଳ ତେବେ ଆପଣଙ୍କୁ ବହୁତ ସତର୍କ ହେବା ଆବଶ୍ୟକ। ଆମେ ଏହା କହୁଛୁ କାରଣ ଆପଣଙ୍କର ଏହି ପାଗଳାମି ଆପଣଙ୍କୁ ବହୁତ କ୍ଷତି କରିପାରେ। ଏପରିକି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ। କଥା ହେଉଛି, ହ୍ୟାକରମା୍ନେ ଲୋକଙ୍କ ଡିଭାଇସ୍କୁ ହ୍ୟାକ୍ କରିବା ଏବଂ ଠକିବା ପାଇଁ ନକଲି AI ଟୁଲ୍ ବ୍ୟବହାର କରୁଛନ୍ତି।
ହ୍ୟାକର୍ମାନେ ମାଗଣା AI ଭିଡିଓ ଏବଂ ଫଟୋ ତିଆରି ଟୁଲ୍ ବିଷୟରେ ଲୋକଙ୍କୁ ସୂଚନା ଦେଉଛନ୍ତି। ସେମାନେ ସେମାନଙ୍କର ନକଲି AI ଟୁଲ୍ଗୁଡ଼ିକୁ ମଧ୍ୟ ପ୍ରମୋସନ କରୁଛନ୍ତି ଯାହା ଦ୍ୱାରା ସେଗୁଡିକ ସର୍ବସାଧାରଣଙ୍କ ଦୃଷ୍ଟିରେ ରହିବ। ଥରେ ୱିଣ୍ଡୋଜ୍ ଏବଂ macOSରେ ଇନ୍ଷ୍ଟଲ୍ ହୋଇଗଲେ, ମାଲ୍ୱେର୍ ମଧ୍ୟ ସିଷ୍ଟମରେ ପ୍ରବେଶ କରେ।
ଅଧିକ ପଢ଼ନ୍ତୁ: Technology: ସପ୍ତାହକୁ ଥରେ ସ୍ମାର୍ଟଫୋନ୍ ବନ୍ଦ କରନ୍ତୁ, ପାଇବେ ୭ଟି ଫାଇଦା
ଏହି ମାଲ୍ୱେର୍ କେବଳ ଆପଣଙ୍କର କ୍ରିପ୍ଟୋକରେନ୍ସି ୱାଲେଟ୍ ସୂଚନା ଚୋରୀ କରେ ନାହିଁ ବରଂ ହ୍ୟାକର୍ମାନଙ୍କ ପାଇଁ ଆପଣଙ୍କର ପାସ୍ୱାର୍ଡ ଏବଂ ବ୍ରାଉଜିଂ ଇତିହାସକୁ ମଧ୍ୟ ପ୍ରକାଶ କରେ। ବ୍ଲିପିଙ୍ଗ୍ କମ୍ପ୍ୟୁଟର ନିକଟରେ ଏହାର ରିପୋର୍ଟରେ କହିଛି ଯେ ହ୍ୟାକର୍ମାନେ “ଏଡିଟ୍ ପ୍ରୋ”( EditPro) ନାମକ ଏକ ନକଲି AI ଭିଡିଓ ଏବଂ ଇମେଜ୍ ଜେନେରେଟର୍ ୱେବ୍ସାଇଟ୍ ମାଧ୍ୟମରେ ମାଲ୍ୱେୟାର୍ ବିସ୍ତାର କରୁଛନ୍ତି।
ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ନୂତନ AI ଭିଡିଓ ଟୁଲ୍ଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ନକଲି ପୋଷ୍ଟ ମାଧ୍ୟମରେ ପ୍ରମୋଟ୍ କରାଯାଉଛି। ପୋଷ୍ଟଗୁଡିକରେ ଦାବି କରେ ଯେ ଉପଭୋକ୍ତାମାନଙ୍କୁ କୌଣସି ବିଶେଷ କୌଶଳର ଆବଶ୍ୟକତା ନାହିଁ ଏବଂ ମାଗଣାରେ ଏହି AI ଟୁଲ୍ ବ୍ୟବହାର କରିପାରିବେ।
ଏହି ନକଲି ପୋଷ୍ଟଗୁଡିକର ଲିଙ୍କ୍ଗୁଡିକ ଲୋକମାନଙ୍କୁ ଏକ ନକଲି ୱେବ୍ସାଇଟକୁ ନେଇଯାଏ ଯେଉଁଠାରେ ସେମାନଙ୍କୁ “EditProAI” ଟୁଲ୍ ଡାଉନ୍ଲୋଡ୍ କରିବାର ବିକଳ୍ପ ଦିଆଯାଏ। ୱିଣ୍ଡୋଜ୍ ବ୍ୟବହାରକାରୀଙ୍କ ପାଇଁ ".pro", ଡୋମେନ୍ ଏବଂ macOS ପାଇଁ ".org" ଡୋମେନ୍ର ବ୍ୟବହାର ମାଲ୍ୱେର୍ ବିସ୍ତାର ପାଇଁ କରାଯାଉଛି।
ଅଧିକ ପଢ଼ନ୍ତୁ: Technology: କରନ୍ତୁ ନାହିଁ ଏହି ଆପ୍ ଡାଉନ୍ଲୋଡ୍; ଆକାଉଣ୍ଟରୁ ଚାଲିଯାଇପାରେ ଲକ୍ଷାଧିକ ଟଙ୍କା
ଏହି ନକଲି ୱେବ୍ସାଇଟ୍ଗୁଡ଼ିକୁ ଅସଲି ଭଳି ଦେଖାଇବା ପାଇଁ କୁକି ବ୍ୟାନର ଏବଂ ଅନ୍ୟାନ୍ୟ ଡିଜାଇନ୍ କୌଶଳ ବ୍ୟବହୃତ ହେଉଛି।
ଯେତେବେଳେ ଲୋକମାନେ “Get Now” ବଟନ୍ ଉପରେ କ୍ଲିକ୍ କରିବେ, ସେମାନଙ୍କର ସିଷ୍ଟମ୍ “Edit-ProAI-Setup-newest_release.exe” (ୱିଣ୍ଡୋଜ୍ ପାଇଁ) କିମ୍ବା “EditProAi_v.4.36.dmg” ଫାଇଲ୍ ଡାଉନ୍ଲୋଡ୍ କରିବା ଆରମ୍ଭ କରଦେବ।
ତେଣୁ ସାମଗ୍ରିକ ଭାବରେ, ମାଗଣା AI ଉପକରଣ ବ୍ୟବହାର କରିବା ପୂର୍ବରୁ ଆପଣଙ୍କ ପାଇଁ ବହୁତ ସତର୍କ ରହିବାକୁ ହେବ, ନଚେତ ବହୁତ ବଡ କ୍ଷତି ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732281093.jpg)