Advertisment

WhatsApp Data Leak : କିପରି ଜାଣିବେ ଆପଣଙ୍କ ତଥ୍ୟ ଚୋରି ହୋଇଛି କି ନାହିଁ ?

ହ୍ୱାଟସଆପ୍‌ ତଥ୍ୟ ବିକ୍ରି ଖବର ଭିତରେ କିପରି ସୁରକ୍ଷିତ ରଖିବେ ତଥ୍ୟ ?

ଅଦ୍ୟତନ ହୋଇଛି
WhatsApp Data Leak

WhatsApp data leak

Advertisment

ହ୍ୱାଟସଆପ୍‌ ଡାଟା ‍ଉପରେ ବଡ଼ ଆକ୍ରମଣ ହୋଇଛି । ଏହାକୁ ହ୍ୱାଟସଆପ୍ ଇତିହାସରେ ସବୁଠାରୁ ବଡ ତଥ୍ୟ ଚୋରି ବୋଲି କୁହାଯାଉଛି । ହ୍ୟାକରମାନେ ୟୁଜରଙ୍କ ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ତଥ୍ୟ ଚୋରି କରିଛନ୍ତି । ରିପୋର୍ଟ ଅନୁସାରେ, ହ୍ୱାଟସଆପର ପ୍ରାୟ ୫୦୦ ମିଲିୟନ୍‌ ୟୁଜରଙ୍କ ଡାଟା ଲିକ୍‌ ହୋଇଛି । ବର୍ତ୍ତମାନ ଏହି ସମସ୍ତ ତଥ୍ୟ ବିଭିନ୍ନ ପ୍ଲାଟଫର୍ମରେ ବିକ୍ରି ପାଇଁ ଉପଲବ୍ଧ କରାଇଛନ୍ତି ହ୍ୟାକର । ୟୁଜରଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ତଥ୍ୟ ଚୋରି ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି । ତେବେ ଏପରି ହୋଇଥିଲେ ଆପଣ କିପରି ଜାଣିବେ, ଆପଣ ସୁରକ୍ଷିତ କି ନୁହେଁ . .

Advertisment

ଅଧିକ ପଢ଼ନ୍ତୁ: ସାବଧାନ୍ ହ୍ୱାଟସଆପ୍‌ ୟୁଜର୍‌ !!! ୫୦୦ ମିଲିୟନ୍‌ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଡାଟା ଲିକ୍‌

କିପରି ଜାଣିବେ ?

  • www.cybernews.com ଭିଜିଟ୍‌ କରନ୍ତୁ ।
  • ତା’ପରେ ଆପଣଙ୍କର ଇମେଲ୍ ଠିକଣା କିମ୍ବା ମୋବାଇଲ୍ ନମ୍ବର ଏଣ୍ଟର କରନ୍ତୁ ।
  • ତା’ପରେ ଚେକ୍‌ ନାଓରେ କ୍ଲିକ୍‌ କରନ୍ତୁ ।
  • ଏପରି କରିବା ପରେ ଆପଣଙ୍କ ସାମ୍ନାକୁ ଆସିଯିବ ସର୍ଚ୍ଚ ରେଜଲ୍ଟ । ଆଉ ଆପଣ ଜାଣି ପାରିବେ ଆପଣଙ୍କ ତଥ୍ୟ ଲିକ୍‌ ହୋଇଛି କି ନାହିଁ ।
Advertisment

ବର୍ତ୍ତମାନ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ହ୍ୱାଟସଆପର୍‌ ବହୁଳ ବ୍ୟବହାର କରାଯାଉଛି । ରିପୋର୍ଟ ଅନୁସାରେ, ବିଶ୍ୱର ୮୪ଟି ଦେଶରେ ଡାଟା ଚୋରି ହୋଇଛି । ଏହି ଦେଶଗୁଡିକ ମଧ୍ୟରେ ଆମେରିକା, ବ୍ରିଟେନ, ଇଜିପ୍ଟ, ଇଟାଲୀ, ସାଉଦି ଆରବ ଏବଂ ଭାରତ ଆଦି ସାମିଲ ଅଛନ୍ତି । ଏହି ଦେଶ ଗୁଡ଼ିକର ପ୍ରାୟ ୫୦୦ ମିଲିୟନ୍‌ ହ୍ୱାଟସଆପ୍‌ ୟୁଜରଙ୍କ ତଥ୍ୟ ଲିକ୍ ହୋଇଛି ।

ଆମେରିକୀୟ ଲୋକଙ୍କର ସବୁଠାରୁ ଅଧିକ ଡାଟା ଲିକ୍‌ ହୋଇଛି। ଏଠାରେ ୩୨ କୋଟି ଲୋକଙ୍କ ତଥ୍ୟ ଲିକ୍ ହୋଇଛି । ଏଥି ସହିତ ଇଟାଲୀର ୩୫ ମିଲିୟନ୍‌, ସାଉଦି ଆରବର ୨୯ ମିଲିୟନ୍‌, ଫ୍ରାନ୍ସର ୨୦ ମିଲିୟନ୍‌, ତୁର୍କୀର ୨୦ ମିଲିୟନ୍‌, ଋଷିଆର ୧୦ ମିଲିୟନ୍‌, ବ୍ରିଟେନର ୧୧ ମିଲିୟନ ୟୁଜରଙ୍କ ତଥ୍ୟ ଚୋରି ହୋଇଛି ।

Advertisment
WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ