• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହ୍ୱାଟସଆପ ଇତିହାସରେ ସବୁଠାରୁ ବଡ଼ ହ୍ୟାକିଂ । ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ପ୍ରାୟ ସମସ୍ତ ୟୁଜର ହ୍ୱାଟସଆପ ବ୍ୟବହାର କରୁଥିବା ବେଳେ ଏବେ ସେମାନଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ସୁରକ୍ଷିତ ବିବେଚନା କରାଯାଉଥିବା ମେସେଜିଙ୍ଗ୍‌ ଆପ୍‌ ହ୍ୱାଟସଆପର ତଥ୍ୟ ଚୋରି ହୋଇଥିବା କୁହାଯାଉଛି । ଏକ ଆକଳନ ଅନୁଯାୟୀ ହ୍ୱାଟସଆପର ପ୍ରାୟ ୫୦୦ ମିଲିୟନ୍‌ ୟୁଜରଙ୍କ ତଥ୍ୟ ଚୋରି ହୋଇଛି । ଏଥିରେ ଆମେରିକା ସମେତ  ୮୪ଟି ଦେଶର ୟୁଜର ସାମିଲ୍‌ ଥିବା ସୂଚନା ମିଳୁଛି ।

ଏହାକୁ ହ୍ୱାଟସଆପ୍ ଇତିହାସରେ ସବୁଠାରୁ ବଡ ତଥ୍ୟ ଚୋରି ବୋଲି କୁହାଯାଉଛି । ହ୍ୟାକରମାନେ ୟୁଜରଙ୍କ ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ତଥ୍ୟ ଚୋରି କରିଛନ୍ତି । ବର୍ତ୍ତମାନ ଏହି ସମସ୍ତ ତଥ୍ୟ ବିଭିନ୍ନ ପ୍ଲାଟଫର୍ମରେ ବିକ୍ରି ପାଇଁ ଉପଲବ୍ଧ କରାଇଛନ୍ତି ହ୍ୟାକର । ୟୁଜରଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ତଥ୍ୟ ଚୋରି ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି । ଚୋରି ହୋଇଥିବା ଏହି ଡାଟା ଆଗାମୀ ଦିନରେ ବ୍ୟାଙ୍କ ଠକେଇ ସହିତ ଅନେକ ପ୍ରକାରର ସ୍କାମର କାରଣ ହୋଇପାରେ ।

ବର୍ତ୍ତମାନ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ହ୍ୱାଟସଆପର୍‌ ବହୁଳ ବ୍ୟବହାର କରାଯାଉଛି । ରିପୋର୍ଟ ଅନୁସାରେ, ବିଶ୍ୱର ୮୪ଟି ଦେଶରେ ଡାଟା ଚୋରି ହୋଇଛି  । ଏହି ଦେଶଗୁଡିକ ମଧ୍ୟରେ ଆମେରିକା, ବ୍ରିଟେନ, ଇଜିପ୍ଟ, ଇଟାଲୀ, ସାଉଦି ଆରବ ଏବଂ ଭାରତ ଆଦି ସାମିଲ ଅଛନ୍ତି । ଏହି ଦେଶ ଗୁଡ଼ିକର ପ୍ରାୟ ୫୦୦ ମିଲିୟନ୍‌ ହ୍ୱାଟସଆପ୍‌ ୟୁଜରଙ୍କ ତଥ୍ୟ ଲିକ୍ ହୋଇଛି । ଆମେରିକୀୟ ଲୋକଙ୍କର ସବୁଠାରୁ ଅଧିକ ଡାଟା ଲିକ୍‌ ହୋଇଛି। ଏଠାରେ ୩୨ କୋଟି ଲୋକଙ୍କ ତଥ୍ୟ ଲିକ୍ ହୋଇଛି । ଏଥି ସହିତ ଇଟାଲୀର ୩୫ ମିଲିୟନ୍‌, ସାଉଦି ଆରବର ୨୯ ମିଲିୟନ୍‌, ଫ୍ରାନ୍ସର ୨୦ ମିଲିୟନ୍‌, ତୁର୍କୀର ୨୦ ମିଲିୟନ୍‌, ଋଷିଆର ୧୦ ମିଲିୟନ୍‌, ବ୍ରିଟେନର ୧୧ ମିଲିୟନ ୟୁଜରଙ୍କ ତଥ୍ୟ ଚୋରି ହୋଇଛି ।

ସାଇବର ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ହ୍ୱାଟସଆପ୍‌ ଡାଟା ବିକ୍ରି ହୋଇଥିବା ନେଇ ହ୍ୟାକିଂ କମ୍ୟୁନିଟି ଫୋରମରେ ଏକ ପୋଷ୍ଟ କରାଯାଇଛି । ସାଇବର ଠକ ମାନେ ୟୁଜରଙ୍କ ମୋବାଇଲ୍ ଡାଟା କିଣିବା ଆରମ୍ଭ କରି ଦେଇଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କର ବ୍ୟାଙ୍କିଙ୍ଗ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ହ୍ୟାକରଙ୍କ ପାଖରେ ସହଜରେ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି ।