Resolve Network Issues In Remote Areas: ନେଟୱର୍କ ପାଇଁ ଆଉ ଚଢିବାକୁ ପଡିବନି ଗଛ କି ପାହାଡ଼; ଅପହଞ୍ଚ ଇଲାକାରେ ମିଳିବ ନନଷ୍ଟପ୍ 4G ସେବା...

ଯିବାକୁ ପଡ଼ିବନି କୋଷ କୋଷ ଦୂର ବାଟ । ଏଣିକି ଘର ଭିତରେ ମୋବାଇଲକୁ ଘାଇଁ ଘାଇଁ ଆସିବ ନେଟୱର୍କ। ପିଲା ଘରେ ବସି ପାଠ ପଢିବେ। 

Resolve Network Issues In Remote Areas

ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ଆଉ ରହିବନି ମୋବାଇଲ୍ ନେଟୱର୍କ ସମସ୍ୟା। ଭାରତ ସରକାରଙ୍କ ଡିଜିଟାଲ୍ ଭାରତ ନିଧି ଦ୍ବାରା ଦୁର୍ଗମ ଅଞ୍ଚଳରେ BSNL ପକ୍ଷରୁ ବସାଯିବ ୧୫ଶହ ମୋବାଇଲ ଟାୱାର। ଏଥିସହ ଖୁବ୍ ଶୀଘ୍ର ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବଧାନ ଦୂର କରିବାକୁ ଲାଗୁ ହେବ ଇଣ୍ଟ୍ରା ସର୍କଲ ରୋମିଂ ସିଷ୍ଟମ। ଏହି ସେବା ମାଧ୍ୟମରେ ଉପଭୋକ୍ତାମାନେ ଯେକୌଣସି ଟେଲିକମ୍ ସଂସ୍ଥାର ନେଟୱର୍କକୁ ବ୍ୟବହାର କରିପାରିବେ।

ନେଟୱର୍କ ପାଇଁ ଆଉ ଚଢିବାକୁ ପଡିବନି ଗଛ କି ପାହାଡ଼ । ଯିବାକୁ ପଡ଼ିବନି କୋଷ କୋଷ ଦୂର ବାଟ । ଏଣିକି ଘର ଭିତରେ ମୋବାଇଲକୁ ଘାଇଁ ଘାଇଁ ଆସିବ ନେଟୱର୍କ। ପିଲା ଘରେ ବସି ପାଠ ପଢିବେ। କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧି ଫଣ୍ଡ ମିଶନରେ BSNL ପକ୍ଷରୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ବସିବ ୧୫ଶହ ମୋବାଇଲ୍ ଟାୱାର। ନେଟୱର୍କ ଅପହଂଚ ଇଲାକାରେ ଯୋଗାଇ ଦିଆଯିବ ୨୪ ଘଣ୍ଟିଆ 4G ସେବା। ଫଳରେ ଦୁର୍ଗମ ଅଞ୍ଚଳରେ ଦୂର ହେବ ମୋବାଇଲ୍ ନେଟୱର୍କ ସମସ୍ୟା। 

ଅଧିକ ପଢ଼ନ୍ତୁ: ନିଆଁ ଲଗାଇଛି ସ୍ମାର୍ଟ ମିଟର, ରାଜରାସ୍ତାରେ ଉପଭୋକ୍ତା

ଗ୍ରାମୀଣ ଓ ଦୁର୍ଗମ ଅଂଚଳରେ ଅହରହ ନେଟୱର୍କ ସହ କନକ୍ଟେଭିଟିର ସମସ୍ୟା ବି ଦୂର ହେବ। ଲାଗୁ ହେବ ICRS ବା ଇଣ୍ଟ୍ରା ସର୍କଲ ରୋମିଂ ସିଷ୍ଟମ। ପୂର୍ବରୁ ଉପଭୋକ୍ତାମାନେ ନିଜ ମୋବାଇଲରୁ ନିର୍ଦ୍ଦିଷ୍ଟ ଟେଲିକମ୍ କମ୍ପାନୀର ସେବା ପାଉଥିଲେ। ଇଣ୍ଟ୍ରା ସର୍କଲ ରୋମିଂ ସେବା ଲାଗୁ ହେଲେ ଯେକୌଣସି ଟେଲିକମ୍ ନେଟୱର୍କ ମାଧ୍ୟମରେ ସେବା ପାଇହେବ। ଉପଭୋକ୍ତା ଜିଓ, ଏୟାରଟେଲ୍ ଏବଂ BSNLର ଟାୱାର ଜରିଆରେ କଲ୍ କରିବା ସହ ପାଇପାରିବେ ନିରବଚ୍ଛିନ୍ନ 4G ସେବା। ଫଳରେ ଟେଲିକମ୍ କଂପାନିଗୁଡ଼ିକ ପ୍ରତ୍ୟେକ ଅଞ୍ଚଳରେ ସେମାନଙ୍କର ଆଉ ଟାୱାର ସ୍ଥାପନ କରିବାର ଆବଶ୍ୟକତା ପଡିବନି। 

ଟେଲିକମ୍ କ୍ଷେତ୍ରରେ ନେଟୱର୍କକୁ ନେଇ ଥିବା ସମସ୍ୟା ଦୂର କରିବାକୁ ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଅଭିଯାନ ଲଂଚ୍ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଦେଶର ବିଭିନ୍ନ ଉପାନ୍ତ ଓ ଦୁର୍ଗମ ଅଂଚଳରେ ୨୭ ହଜାର ଟାୱାର ବସାଇବା ସହ ୩୫ ହଜାର ୪ଶହରୁ ଅଧିକ ଗାଁରେ ନିରବଚ୍ଛିନ୍ନ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି।

ଅଧିକ ପଢ଼ନ୍ତୁ: Special Story: ଉପରେ 132 KV ବିଦ୍ୟୁତ ତାର, ତଳେ ନିର୍ମାଣ ହେଉଛି ବିରାଟ ଅଟାଳିକା