Advertisment

କାହିଁକି ୨୦ଟି ଫୋନ୍‌ ବ୍ୟବହାର କରନ୍ତି ଗୁଗୁଲ୍‌ CEO..କହିଲେ କାରଣ..

୨୦୨୧ ମସିହାରେ ଦିଆଯାଇଥିବା ଏହି ସାକ୍ଷାତକାରରେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ କହିଥିଲେ କି ବିଭିନ୍ନ କାରଣ ପାଇଁ ସେ ୨୦ରୁ ଅଧିକ ଫୋନ୍‌ ବ୍ୟବହାର କରନ୍ତି।

ଅଦ୍ୟତନ ହୋଇଛି
Sundar Pichai

Sundar Pichai

Advertisment

ଦୁନିଆର ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀ ପରିଚାଳନା କରୁଥିବା ଲୋକମାନେ କେତେ ଟେକ୍ନୋଲୋଜି ବ୍ୟବହାର କରନ୍ତି। ଅନେକ ଥର ଏହି ପ୍ରଶ୍ନ ଲୋକଙ୍କ ମନକୁ ଆସିଥାଏ। ତେବେ ଏପରି କିଛି ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗୁଗୁଲ୍‌ ଓ ଆଲଫାବେଟ୍‌ ସିଇଓ ସୁନ୍ଦର ପିଚାଇ। ୨୦୨୧ ମସିହାରେ ଦିଆଯାଇଥିବା ଏକ ସାକ୍ଷାତକାରରେ ଟେକ୍ନୋଲୋଜି ସମ୍ବନ୍ଧୀୟ ଅଭ୍ୟାସ ବିଷୟରେ ପ୍ରକାଶ କରିଥିଲେ। ଏହି ସାକ୍ଷାତକାରରେ ସୁନ୍ଦର ପିଚାଇ କହିଛନ୍ତି ଯେ ସେ କେତେ ଫୋନ୍ ବ୍ୟବହାର କରୁଛନ୍ତି। ଏହା ସହ ସେ କହିଛନ୍ତି ଯେ ମଣିଷ ଦ୍ୱାରା ନିର୍ମିତ AI ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦ୍ଭାବନ।

Advertisment

ଏହି ସାକ୍ଷାତକାରରେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ କହିଥିଲେ କି ବିଭିନ୍ନ କାରଣ ପାଇଁ ସେ ୨୦ରୁ ଅଧିକ ଫୋନ୍‌ ବ୍ୟବହାର କରନ୍ତି। ଯେଉଁଠାରେ ଲୋକଙ୍କ ପାଇଁ ଗୋଟିଏ କିମ୍ବା ଦୁଇଟି ଫୋନ୍‌ ବ୍ୟବହାର କରିବା କଷ୍ଟକର ହୋଇପଡ଼ୁଛି, ସେଭଳି ସ୍ଥିତିରେ ସୁନ୍ଦର ପିଚାଇ ୨୦ରୁ ଅଧିକ ଫୋନ୍‌ ବ୍ୟବହାର କରନ୍ତି। ଗୁଗୁଲ୍‌ର ସମସ୍ତ ସେବାର ପରୀକ୍ଷା କରିବାକୁ ତାଙ୍କୁ ଏହା କରିବାକୁ ପଡ଼େ ବୋଲି ଗୁଗୁଲ୍‌ ସିଇଓ କହିଛନ୍ତି।

ଏହା ବ୍ୟତୀତ ସେ ଏହି ସାକ୍ଷାତକାରରେ ଆହୁରି ଅନେକ ଖୁଲାସା ମଧ୍ୟ କରିଥିଲେ। ଯେତେବେଳେ ତାଙ୍କୁ ତାଙ୍କ ଆକାଉଉଣ୍ଟ୍ସର ସୁରକ୍ଷା ବିଷୟରେ ପଚରା ଯାଇଥିଲା, ସେ କହିଥିଲେ ଯେ ସେ ବାରମ୍ବାର ପାସୱାର୍ଡ ପରିବର୍ତ୍ତନ କରନ୍ତି ନାହିଁ। ବରଂ, ଅତିରିକ୍ତ ସୁରକ୍ଷା ପାଇଁ ସେ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍‌ ଉପରେ ନିର୍ଭର କରନ୍ତି। ଏହା ଦର୍ଶାଉଛି କି ସୁନ୍ଦର ପିଚାଇ ଆଧୁନିକ ସିକ୍ୟୁରିଟି ପଦ୍ଧତି ବ୍ୟବହାର କରନ୍ତି।

Advertisment

ଏହା ବ୍ୟତୀତ ସେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମ୍ବନ୍ଧରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ କି ମଣିଷ ଦ୍ୱାରା ସୃଷ୍ଟି ହୋଇଥିବା AI ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି।

ସୁନ୍ଦର ପିଚାଇ ସ୍କ୍ରିନ୍‌ ଟାଇମ୍‌କୁ ନେଇ ମଧ୍ୟ ଏହି ସାକ୍ଷାତକାରରେ ଉଲ୍ଲେଖ କରିଥିଲେ। ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ ତାଙ୍କ ପିଲାମାନେ ସ୍କ୍ରିନ୍‌ରେ କେତେ ସମୟ ବିତାଉଛନ୍ତି ? ଏହାର ଉତ୍ତରରେ ସେ କହିଥିଲେ କି କଠୋର ନିୟମ ଅପେକ୍ଷା ନିଜ ଉପରେ କଣ୍ଟ୍ରୋଲ ରଖିବା ଜରୁରୀ । ପିଚାଇଙ୍କ ଏହି ବୟାନ ଦର୍ଶାଉଛି ଯେ ଦାୟିତ୍ୱପୂର୍ଣ୍ଣ ଭାବରେ ଟେକ୍ନୋଲୋଜି ବ୍ୟବହାର କରିବାରେ ସେ ବିଶ୍ୱାସ କରନ୍ତି।

Advertisment
Google CEO Sundar Pichai Sundar Pichai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ