Advertisment

EV Revolution in Odisha: ୨୦୩୦ ସୁଦ୍ଧା ରାଜ୍ୟ ସଡ଼କରେ ୫୦ % ଇଭି ଗଡ଼ିବ, ନୂଆ ଇଭି ଚିଠା ନୀତିକୁ ଗ୍ରାହକ ଓ ବ୍ୟବସାୟୀଙ୍କ ସ୍ବାଗତ

ଜାରି ରହିବ ସବସିଡି ବର୍ଷା, ଇଭିମୟ ହେବ ଓଡ଼ିଶାର ରାଜରାସ୍ତା। 2030 ସୁଦ୍ଧା ରାଜ୍ୟ ସଡ଼କରେ 50 ପ୍ରତିଶତ ଇଭି ଗଡ଼ାଇବା ଯୋଜନାରେ ଅଛନ୍ତି ରାଜ୍ୟ ସରକାର। ଇଭି କ୍ଷେତ୍ରରେ ଓଡ଼ିଶାକୁ ଦେଶର ମଡେଲ୍ ଷ୍ଟେଟ୍ କରିବା ଲକ୍ଷ୍ୟ ନେଇ ଜାରି ହୋଇଛି ଓଡିଶା ଇଲେକକ୍ଟ୍ରିକ୍ ଯାନ ନୀତି 2025।

EV

EV

Advertisment

ନୂଆ ଇଭି ନୀତି ଆଣିବା ପୂର୍ବରୁ ଓଡ଼ିଶା ଇଲେକ୍ଟ୍ରିକ୍ ଭେଇକିଲ୍ ପଲିସି 2025ର ଚିଠା ପ୍ରସ୍ତାବରେ ଏମିତି ଲକ୍ଷ୍ୟ ରଖିଛି ରାଜ୍ୟ ପରିବହନ ବିଭାଗ। ବ୍ୟବହାରକୁ ଗୁରୁତ୍ବ ଦେଇ ଆସିଥିବା ଏ ଚିଠା ପ୍ରସ୍ତାବରେ ଖାଲି ବାଇକ୍, କାର ଭଳି ଘରୋଇ ବା ବ୍ୟକ୍ତିଗତ ଯାନ ନୁହେଁ, ସ୍କୁଲ-କଲେଜ ବସ୍ଠୁ ନେଇ ଆମ୍ବୁଲାନ୍ସ, କୃଷି ଓ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି, ଅଟୋଠୁ ନେଇ ଟ୍ରକ୍ ଯାଏଁ ସବୁ ମାଲବାହୀ ଗାଡ଼ିକୁ ମଧ୍ୟ ଇଭି ଭାବେ ସଡ଼କରେ ଗଡ଼ାଇବାକୁ ଯୋଜନା ହୋଇଛି।

Advertisment

ଅର୍ଥାତ୍ 2030 ବେଳକୁ ରାଜ୍ୟର ସଡ଼କରେ ଯେତେ ଗାଡ଼ି ଚାଲୁଥିବ ସେଭିତରୁ ଅଧା ଥିବ ଇଭି। ସେଇଥିପାଇଁ ଭିତ୍ତିଭୂମିଠୁ ନେଇ ଅଧିକରୁ ଅଧିକ ଇଭି ବ୍ୟବହାର ବାଟରେ ଥିବା ସବୁ ବାଧା ଦୂର ଉପରେ ବି ଗୁରୁତ୍ବ ଦିଆଯାଇଛି। ଯେମିତିକି ଜାତୀୟ ରାଜପଥ କଡ଼ରେ ୩୦୦ ଇଭି ଷ୍ଟେସନ, ସାରା ରାଜ୍ୟରେ ୧୦୦ଟି ବ୍ୟାଟେରି ସ୍ୱାପିଂ ଷ୍ଟେସନ ସ୍ଥାପନ କରିବା, ସବୁ ଓଏସ୍ ଆର୍ ଟିସି ବସଷ୍ଟାଣ୍ଡରେ ଗୋଟିଏ ଲେଖାଏଁ ଚାର୍ଜିଂ ଷ୍ଟେସନ ରଖିବାକୁ ଲକ୍ଷ୍ୟ ରହିଛି। ସେହିପରି ସର୍ବସାଧାରଣ ସ୍ଥାନରେ ଇଭି ଚାର୍ଜିଂ ଷ୍ଟେସନ ବସାଇଲେ ଜମି ମାଲିକଙ୍କ ପାଇଁ ସବସିଡିର ବ୍ୟବସ୍ଥା ବି କରାଯାଇଛି।

ଇଭି କ୍ଷେତ୍ରରେ ଓଡ଼ିଶାକୁ ଦେଶର ମଡେଲ୍ ଷ୍ଟେଟ୍ କରିବା ଲକ୍ଷ୍ୟରେ ସବସିଡିକୁ ବଳବତ୍ତର ରଖାଯାଇଛି। ନୂଆ ଇଭି ପଲିସି ଅନୁସାରେ ଇଭି ଗାଡ଼ି କିଣିବା ପାଇଁ ଗ୍ରାହକଙ୍କୁ 20 ହଜାରରୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ଯେମିତିକି ଇ-ରିକ୍ସା ଓ କାର୍ଟ ପାଇଁ ଫ୍ଲାଟ୍ ୨୦ ହଜାର ଟଙ୍କା ଛାଡ଼ ଥିଲା ବେଳେ ୩ଚକିଆ ଇଭି ପାଇଁ ୩୦ ହଜାର, କାର୍ ଉପରେ ଦେଢ଼ ଲକ୍ଷ୍ୟ, ଇଲେକ୍ଟ୍ରିକ୍ ବସ ଉପରେ ୨୦ ଲକ୍ଷ ଏବଂ ଇଲେକ୍ଟ୍ରିକ୍ ଟ୍ରକ୍ ଉପରେ ବି ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି।...ଯାହାକୁ ଉଭୟ ଗ୍ରାହକ ଓ ବ୍ୟବସାୟୀ ସ୍ବାଗତ କରିଥିଲା ବେଳେ ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଜୋର ଦେଇଛନ୍ତି।...

Advertisment

ଓଡିଶା ଇଭି ପଲିସି ୨୦୨୧ ମୁତାବକ, ଗତ ଅଗଷ୍ଟ ଶେଷ ସୁଦ୍ଧା ସାରା ରାଜ୍ୟରେ ୨୦ ପ୍ରତିଶତ ଇଭି ଗାଡ଼ି ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଭିତ୍ତିଭୂମି ଅଭାବ ପାଇଁ ଅଗଷ୍ଟ ଶେଷ ସୁଦ୍ଧା ଏହି ଗ୍ରାଫ୍ ମାତ୍ର ମାତ୍ର ୯ ପ୍ରତିଶତ ଛୁଇଁବାରେ ସକ୍ଷମ ହୋଇଛନ୍ତି। ତେଣୁ ଇଭି ଉପରେ ଲୋକଙ୍କ ବିଶ୍ବସନୀୟତାକୁ ବଢ଼ାଇବାକୁ ହେଲେ କେବଳ ସବସିଡି ନୁହେଁ ଇଜ୍ ଅଫ୍ ୟୁଜିଂ ଉପରେ ସରକାର ଗୁରୁତ୍ବ ଦେବା ଉଚିତ୍ ବୋଲି କହିଛନ୍ତି ମାର୍କେଟ୍ ଏକ୍ସପର୍ଟ। ଅପରପକ୍ଷେ ପରିବହନ ମନ୍ତ୍ରୀଙ୍କ କହିବା କଥା, ନୂଆ ଡ୍ରାଫ୍ଟ ପଲିସିରେ ଏ କ୍ଷେତ୍ରକୁ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ସେହିପରି ଇଭି କିଣାରେ ମିଳୁଥିବା ସବ୍ସିଡି ପ୍ରଦାନରେ ସ୍ୱଚ୍ଛତା ଆଣିବାକୁ ନୂଆ ଡ୍ରାଫ୍ଟ ପଲିସିରେ କିଛି ସଂଶୋଧନ ଅଣାଯାଇଛି।

\

ନୂଆ ଇଭି ଡ୍ରାଫ୍ଟ ପଲିସିରେ ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା ଭଳି ସହରରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ଲକ୍ଷ୍ୟ ରହିଛି। ଯେଉଁଠି ଚାର୍ଜିଂ ଭିତ୍ତିଭୂମି, ହାଇଡ୍ରୋଜେନ୍ ଜନିତ ଟେକ୍ନୋଲୋଜି ଉପରେ ଗବେଷଣା କରାଯିବ । ସରକାର ଏ ବାବଦକୁ ୨୫ କୋଟି କରପସ ଫଣ୍ଡ ବ୍ୟବସ୍ଥା ରଖିଛନ୍ତି । ସେହିପରି ନୂଆ ଇଭି ପଲିସି ପ୍ରଣୟନ ପାଇଁ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ 4 ଜଣିଆ ଟାସ୍କ ଫୋର୍ସ ଗଠନ କରାଯାଇଛି

Advertisment
Electric Vehicles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ